Crime Branch To Interrogate / ଆଶୁତୋଷ ଏବଂ ସୌରଭଙ୍କୁ ଆଜି ଜେରା କରିବ କ୍ରାଇମ୍ ବ୍ରାଞ୍ଚ୍
·1 hour ago·1 min read

Key Points
ବଢିଲା ସିଜେପି ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ଅଡ଼ୁଆ।
ଉଭୟଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ସମନ ଜାରି କରିଛି
ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ୍ ସେମାନଙ୍କୁ ସମନ୍ ଜାରି କରିଛି

ନୁଆଦିଲ୍ଲୀ,୨୨/୧୦: ବଢିଲା ସିଜେପି ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ଅଡ଼ୁଆ। ପଚାରଉଚୁରା ପାଇଁ ଉଭୟଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ସମନ ଜାରି କରିଛି । ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ୍ ସେମାନଙ୍କୁ ସମନ୍ ଜାରି କରିବା ସହ ଗୁରୁବାର ବୟାନ ରେକର୍ଡ କରାଯିବ । ଏଥିପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଉଭୟଙ୍କୁ ଆଜି କ୍ରାଇମ୍ ବ୍ରାଞ୍ଚ୍ ଦିନ ୧୨ଟାରେ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ କହିଛି । ଏଠାରେ ତାଙ୍କୁ ଅନେକ ମାମଲାରେ ପ୍ରଶ୍ନ କରାଯିବ । ଏହାପରେ ଉଭୟଙ୍କୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ପଢନ୍ତୁ ଏହି ଖବର: ତୀୟ ପୋଲିସ ସ୍ମାରକୀରେ ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା; ନିଶାମୁକ୍ତ ଭାରତ ପାଇଁ ଦେଲେ ଡେଡଲାଇନ୍
ଏହାପୂର୍ବରୁ ବୁଧବାର ସ୍ୱାତନ୍ତ୍ର ମାଜିଷ୍ଟ୍ରେଟଙ୍କ ଅଦାଲତ ୫୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ପ୍ରଦାନ କରିଥିଲେ । ଏହାସହ ସେମାନେ ଶାନ୍ତିଭଙ୍ଗ ପାଇଁ ଉଦ୍ୟମ କରିବେ ନାହିଁ ବୋଲି ଲିଖିତ ଭାବେଦେଇଛନ୍ତି।ଅନ୍ୟ ଦିଗରେ ଦିଲ୍ଲୀ ପୋଲିସ ସେମାନଙ୍କ ରିମାଣ୍ଡ୍ ଆହୁରି ତିନି ଦିନ ବଢାଇବାକୁ ଅପିଲ କରିଥିଲା । ସେମାନଙ୍କ ବୟାନରେ ବିରୋଧାଭାସ ରହିଛି ଏବଂ ଆଇନ ଶୃଙ୍ଖଳା ବିଗିଡିପାରେ ବୋଲି ପୋଲିସ ଯୁକ୍ତି କରିଥିଲା । କିନ୍ତୁ ସୌରଭ ଏବଂ ଆଶୁତୋଷଙ୍କ ଓକିଲ ଆଦାଲତଙ୍କୁ ଆଶ୍ୱାସନା ଦେବା ପରେ ବେଲ୍ ମିଳିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories