National Police Commemoration Day India / ଜାତୀୟ ପୋଲିସ ସ୍ମାରକୀରେ ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା; ନିଶାମୁକ୍ତ ଭାରତ ପାଇଁ ଦେଲେ ଡେଡଲାଇନ୍
·1 hour ago·2 min read

Key Points
୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶାମୁକ୍ତ ହେବ ଦେଶ
ନୂଆଦିଲ୍ଲୀସ୍ଥିତ ଜାତୀୟ ପୋଲିସ ସ୍ମାରକୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା
ପ୍ରଧାନମନ୍ତ୍ରୀ ମୋଦିଙ୍କ 'ନିଶାମୁକ୍ତ ଭାରତ' ସ୍ୱପ୍ନକୁ ସାକାର କରିବାକୁ ଆହ୍ବାନ

ନିଶାମୁକ୍ତ ଭାରତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଡେଡ୍ଲାଇନ୍। ୨୦୨୯ ଡିସେମ୍ବର ୩୧ ସୁଦ୍ଧା ସାରା ଦେଶକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ନୂଆଦିଲ୍ଲୀ ସ୍ଥିତ ଜାତୀୟ ପୋଲିସ ସ୍ମାରକୀରୁ ଆହ୍ୱାନ ଦେଇଛନ୍ତି ଗୃହମନ୍ତ୍ରୀ। ନିଶା କାରବାର କେବଳ ଯୁବପିଢ଼ିଙ୍କ ଭବିଷ୍ୟତ ନଷ୍ଟ କରୁନାହିଁ, ବରଂ ଦେଶର ଅର୍ଥନୀତିକୁ ଦୁର୍ବଳ କରିବା ସହ ରାଷ୍ଟ୍ର ବିରୋଧି କାର୍ଯ୍ୟକଳାପକୁ କରୁଛି ଆର୍ଥିକ ସହାୟତା। "ପୋଲିସ ସ୍ମୃତି ଦିବସ" ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଶାମୁକ୍ତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ପୋଲିସ ବାହିନୀକୁ ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାମ କରିବାକୁ ସେ ଅନୁରୋଧ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ଏବଂ ନକ୍ସଲବାଦର ଅନ୍ତ ଭଳି ନିଶା କାରବାରକୁ ମଧ୍ୟ ଦେଶରୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ନିଶା କାରବାର କେବଳ ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରୁନାହିଁ ବରଂ ଦେଶର ଅର୍ଥନୀତି ଉପରେ ବୋଝ ପକାଇବା ସହ ରାଷ୍ଟ୍ର ବିରୋଧି କାର୍ଯ୍ୟକଳାପକୁ ଆର୍ଥିକ ସହଯୋଗ ଯୋଗାଉଛି। ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନୂଆଦିଲ୍ଲୀସ୍ଥିତ ଜାତୀୟ ପୋଲିସ ସ୍ମାରକୀ ଠାରେ 'ପୋଲିସ ସ୍ମୃତି ଦିବସ' ଅବସରରେ ଉଦବୋଧନ ଦେଇ ଗୃହମନ୍ତ୍ରୀ ଶାହା କରିଛନ୍ତି ବଡ଼ ଘୋଷଣା। ଦେଶରୁ ନିଶା କାରବାର ଏବଂ ନିଶା ସମସ୍ୟାକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୯ ଡିସେମ୍ବର ୩୧ ତାରିଖ ଯାଏଁ ଦେଇଛନ୍ତି ଡେଡଲାଇନ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ନିଶାମୁକ୍ତ ଭାରତ" ସ୍ୱପ୍ନକୁ ସାକାର କରିବା ପାଇଁ ଦେଶର ସମସ୍ତ ପୋଲିସ ବାହିନୀକୁ ପୂର୍ଣ୍ଣ ପ୍ରତିବଦ୍ଧତା ଏବଂ ଦାୟିତ୍ୱବୋଧ ସହ କାମ କରିବାକୁ ଗୃହମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ଅବସରରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ପ୍ରାୟ ୯୦ ଜଣ ରାଇଡ଼ରଙ୍କୁ ନେଇ 'ଫାଇଟ୍ ଆଗେନେଷ୍ଟ ଡ୍ରଗ୍ସ' ଥିମ୍ ଆଧାରିତ ଏକ ମୋଟରସାଇକେଲ୍ ରାଲିକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଯାହା ଆସନ୍ତା ଅକ୍ଟୋବର ୩୧ ତାରିଖରେ ଗୁଜରାଟର ଏକତା ନଗର ଠାରେ ପହଞ୍ଚିବ। ନିଶା ବିରୋଧି ଲଢ଼େଇରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବାକି ରହିଥିବା ଦୁଇଟି ହତ୍ୟା ମାମଲାର ତଦନ୍ତ ମଧ୍ୟ ପଞ୍ଜାବ ସରକାର ଶୀଘ୍ର ସିବିଆଇ (CBI) ହାତକୁ ହସ୍ତାନ୍ତର କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏହି ମାମଲା କେନ୍ଦ୍ରୀୟ ଏଜେନ୍ସି ପାଖକୁ ଗଲେ ଯେକୌଣସି ପ୍ରଭାବଶାଳୀ ବ୍ୟକ୍ତି ହେଉନା କାହିଁକି, ସେମାନଙ୍କୁ ଆଇନର କାଠଗଡ଼ାକୁ ଅଣାଯିବ ଏବଂ କଠିନ ଦଣ୍ଡ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ଏବଂ ଆତଙ୍କବାଦ ତଥା ନାକ୍ସଲବାଦର ଅନ୍ତ ଘଟାଇବା ଭଳି କେନ୍ଦ୍ର ସରକାରଙ୍କ ସଫଳତାକୁ ମନେ ପକାଇ, ସରକାର ସମାନ ଢଙ୍ଗରେ ନିଶା କାରବାରକୁ ମଧ୍ୟ ସମ୍ପୂର୍ଣ୍ଣ ଶେଷ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories