Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାସ୍ତା ଉପରେ ବୁଲୁଛି କୁମ୍ଭୀର, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାସ୍ତା ଉପରେ ବୁଲୁଛି କୁମ୍ଭୀର, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ରାସ୍ତା ଉପରେ ବୁଲୁଛି କୁମ୍ଭୀର । ଯାହାକୁ ଦେଖିବା ପରେ ସ୍ଥାନିୟା ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ରାସ୍ତାରେ ଅନେକ ସମୟରେ ଭାଲୁ କିମ୍ବା ବାଘ ବୁଲୁଥିବାର ଦେଖିବାକୁ ମିଳିଥାଏ । ହେଲେ ପ୍ରବଳ ବର୍ଷା ସମୟରେ ଏକ ବିରାଟ ବଡ କୁମ୍ବୀର ରାସ୍ତାରେ ବୁଲୁଥିବାର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । 

ତେବେ ଭିଡିଓଟି ହେଉଛି ମହାରାଷ୍ଟ୍ରର ଏକ ରାଜରାସ୍ତାର । ପାଖ ନଦୀରୁ ଏହି କୁମ୍ଭୀରଟି ରାଜରାସ୍ତାକୁ ଉଠିଆସିଛି । ପାଖାପାଖି ୮ ଫୁଟ ଲମ୍ବର ଏହି ବିଶାଳ କୁମ୍ଭୀର । ଏହାକୁ ଦେଖିବା ପରେ ପ୍ରାୟ ସମସ୍ତେ ନିଜ ଗାଡି ବନ୍ଦ ରଖି ତାର ଭିଡିଓ କରିବାକୁ ଲାଗିଥିଲେ । ପରେ ପରେ ସେ କୁମ୍ଭୀରଟି ଆଗକୁ ଆଗକୁ ଯାଉଥିବା ବେଳେ ଗୋଟେ ଅଟୋ ଲାଇଟ ଲଗାଇ ତାର ପିଛା କରୁଥିବା ଦେଖିବାକୁ ମିଳିଛି । ତେବେ ପ୍ରବଳ ବର୍ଷା ଯୋଗୁଁ କୁମ୍ଭୀରଟି ନଦୀରୁ ବାହାରି ଆଶିଥିବା ଦେଖିବାକୁ ମିଳିଛି । ଭିଡିଓଟି ମହାରାଷ୍ଟ୍ରର ରତ୍ନଗିରିର ବୋଲି କୁହାଯାଉଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crocodile walking on the road, the video went viral | Argus News