CRPF Historical Record 2026 / ସିଆରପିଏଫ୍ କୁ ମିଳିଲା ଐତିହାସିକ ସଫଳତା; ୪୭ ବର୍ଷ ଇତିହାସରେ ପ୍ରଥମ

Key Points
ଯେତେବେଳେ କୌଣସି ସିଆରପିଏଫ୍ ଯବାନ ଯୁଦ୍ଧ, ଅଭିଯାନ କିମ୍ବା କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣ ହରାଇଥାନ୍ତି କିମ୍ବା ତାଙ୍କର କାର୍ଯ୍ୟାନୁଷ୍ଠାନ ଜନିତ ମୃତ୍ୟୁ, ତାହେଲେ ତାହାକୁ "ଅପରେସନାଲ୍ ଡେଥ୍" କୁହାଯାଏ। ଯାହାର ସହଜ ଅର୍ଥ ହେଉଛି ଯୁଦ୍ଧ, ଅଭିଯାନ କିମ୍ବା କର୍ତ୍ତବ୍ୟ ପାଳନ ସମୟରେ ହୋଇଥିବା ମୃତ୍ୟୁ ଅଥବା "କାର୍ଯ୍ୟାନୁଷ୍ଠାନ ଜନିତ ଶହୀଦ କିମ୍ବା ମୃତ୍ୟୁ। ଯେତେବେଳେ ଜଣେ ସୁରକ୍ଷାକର୍ମୀ କୌଣସି ସାମରିକ ଅପରେସନ (Military Operation), ଆତଙ୍କବାଦୀ ବିରୋଧିଅଭିଯାନ କିମ୍ବା ସୀମା ସୁରକ୍ଷା ଦାୟିତ୍ୱରେ ଥାଇ ଶତ୍ରୁର ଆକ୍ରମଣରେ ପ୍ରାଣ ହରାଇଥାନ୍ତି। ଦେଶରେ କର୍ତ୍ତବ୍ୟ ପାଳନ କରିବା ସମୟରେ ଯଦି ଏପରି ଉପାୟରେ କୌଣସି ଯବାନଙ୍କ ମୃତ୍ୟୁ ହୋଇଥାଏ ତାହେଲେ ପ୍ରାଣ ହରାଇଥିବା ସୁରକ୍ଷା କର୍ମୀଙ୍କୁ ସାଧାରଣତଃ ଶହୀଦ (Martyr/Killed in Action) ବୋଲି କୁହାଯାଏ।
ଏହା ସହ ପଢନ୍ତୁ: ସିଆଇଏସଏଫ ଶିବିରରେ ଗୁଳିମାଡ଼; ୪ ମୃତ
ବର୍ଷ ପୂର୍ବରୁ ହୋଇଥିଲା ଶେଷ "ଅପରେସନାଲ୍ ଡେଥ୍"
ସିଆରପିଏଫ ମହାନିର୍ଦ୍ଦେଶକ ଜେପି ସିଂହଙ୍କ କହିବା ଅନୁସାରେ ବିଭାଗରେ ଶେଷ "ଅପରେସନାଲ୍ ଡେଥ୍" ଗତ ୨୦୨୫ ଅକ୍ଟୋବର ୩୦ ତାରିଖରେ ହୋଇଥିଲା। ଏହା ପରେ, ସେବେଠାରୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ଅପରେସନ୍ ସମୟରେ କୌଣସି ସୈନିକ ପ୍ରାଣ ହରାଇ ନଥିଲେ। ପୂର୍ବ ରେକର୍ଡ଼ ଗତ ୧୯୭୯ ମସିହା ଜାନୁଆରୀ ମାସରେ ସ୍ଥାପନ କରାଯାଇଥିଲା। ଏହି ସଫଳତାକୁ ସିଆରପିଏଫ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଏ।
A significant milestone in the history of CRPF - 12 consecutive months (One Year) have passed without any Operational fatality in the force, the last operational fatality in the force being on Oct 30th 2025. This has happened after 47 Years (last such period ended in January 1979). Provision of latest & contemporary hardware, better training & strategic planning along with focus on post incident response including high speed evacuation of injured personnel to secondary and tertiary medical facilities has contributed immensely in achieving this milestone. It’s specially significant since this has happened while we continue to be deployed and engage intensely in all the major operational theatres achieving significant breakthrough results. We remain committed to keep the country peaceful & safe for all its citizens. @crpfindia
— GP Singh (@gpsinghips) November 1, 2026
ସିଆରପିଏଫ ଡିଜି ଜେପି ସିଂହଙ୍କ କହିବା ଅନୁଯାୟୀ ଅତ୍ୟାଧୁନିକ ଉପକରଣର ବ୍ୟବହାର, ଉନ୍ନତ ତାଲିମ ଏବଂ ଦୃଢ଼ ରଣନୈତିକ ଯୋଜନା ଏହି ସଫଳତାର ପ୍ରମୁଖ ଅବଦାନ ଥିଲା। ଏହା ବ୍ୟତୀତ ଯେକୌଣସି ଘଟଣା ପରେ ଦ୍ରୁତ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଥିଲା। ଅପରେସନ୍ ସମୟରେ ଆହତ ହୋଇଥିବା ସୈନିକଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହି ସଫଳତାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଏହି ସମୟ ମଧ୍ୟରେ ସିଆରପିଏଫ୍ ଯବାନ ଦେଶବ୍ୟାପୀ ସମସ୍ତ ପ୍ରମୁଖ କାର୍ଯ୍ୟକ୍ଷେତ୍ରରେ ନିରନ୍ତର ନିୟୋଜିତ ରହିଥିଲେ। ସେମାନେ ଅତ୍ୟନ୍ତ ସକ୍ରିୟତାର ସହିତ କାର୍ଯ୍ୟ ପରିଚାଳନା କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଥିଲେ।
📱 Get Argus News App
✨