Russian Crude Oil for India / ଭାରତକୁ ଜାରି ରହିବ ତୈଳ ଯୋଗାଣ: ଋଷିଆ
·6 months ago·2 min read

Key Points
ମଧ୍ୟ ପ୍ରାଚ୍ୟ ସଂକଟ ମଧ୍ୟରେ ଭାରତକୁ ଅଶୋଧିତ ତୈଳ ଯୋଗାଇବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ।
Oil supply to India will continue says Russia: ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଂକଟ ମଧ୍ୟରେ ଭାରତକୁ ତୈଳ ଯୋଗାଣକୁ ନେଇ ପ୍ରତିକ୍ରିୟା ରଖିଛି ଋଷିଆ। ଏନେଇ ନୂଆଦିଲ୍ଲୀରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି ଭାରତକୁ ଅଶୋଧିତ ତୈଳ ଯୋଗାଣ ପାଇଁ ଋଷିଆ ସର୍ବଦା ପ୍ରସ୍ତୁତ ରହିଛି। ମଧ୍ୟ ପ୍ରାଚ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ବୃଦ୍ଧିକି ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଏକଥା କହିଛନ୍ତି ଋଷୀୟ ରାଷ୍ଟ୍ରଦୂତ।
ମଧ୍ୟ ପ୍ରାଚ୍ୟ ସଂକଟ ଆରମ୍ଭ ହୋଇଯିବା ପରେ ହର୍ମୁଜ ପ୍ରଣାଳୀକୁ ବନ୍ଧ କରିଦେଇଛି। ଏହି ପ୍ରଣାଳୀ ହେଉଛି ପାରସ୍ୟ ଏବଂ ଓମାନ ଉପସାଗର ମଧ୍ୟରେ ଏକ ସଂକୀର୍ଣ୍ଣ ଜଳପଥ। ଏହି ଜାହାଜ ପଥ ଦେଇ ପ୍ରାୟ ୨୦ ପ୍ରତିଶତ ବୈଶ୍ୱିକ ଅଶୋଧିତ ତୈଳ ଏବଂ ତରଳ ପ୍ରାକୃତିକ ଗ୍ୟାସ ରପ୍ତାନୀ ହୋଇଥାଏ। ହର୍ମୁଜ୍ ପ୍ରଣାଳୀ ଇରାନ ଅବରୋଧିତ ହେବା ପରେ ବିଶ୍ୱ ବଜାରରେ ତୈଳ ଏବଂ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି।
ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତ ଏବଂ ପ୍ରାକୃତିକ ଗ୍ୟାସ ଆବଶ୍ୟକତାର ପ୍ରାୟ ଅର୍ଦ୍ଧେକ ଭାଗ ଆରବ ଦେଶରୁ ଆମଦାନୀ କରିଥାଏ। ଏହି ଦେଶରୁ ଆସୁଥିବା ପେଟ୍ରୋଲିୟମ୍ ଉତ୍ପାଦ ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବଜାରକୁ ଆସିଥାଏ।। ପଶ୍ଚିମ ଏସିଆରେ ଯେକୌଣସି ଦୀର୍ଘକାଳୀନ ଅସ୍ଥିରତା ଭାରତର ଜାତୀୟ ସ୍ୱାର୍ଥ ପାଇଁ କ୍ଷତିକାରକ ହୋଇପାରେ। କାରଣ ଏହି ଅଞ୍ଚଳ ଭାରତୀୟ ଶକ୍ତି ସୁରକ୍ଷାର ଏକ ପ୍ରମୁଖ ଉତ୍ସ ହୋଇ ରହିଛି।
ପଶ୍ଚିମ ଏସିଆ ସଙ୍କଟକୁ ଦୃଷ୍ଟିରେ ରଖି ଭାରତକୁ ଋଷିଆରୁ ଅଶୋଧିତ ତୈଳ ଯୋଗାଣ ସମ୍ପର୍କରେ ମତ ରଖିଥିଲେ ନୂଆଦିଲ୍ଲୀରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ। ଏନେଇ ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ ରାଷ୍ଟ୍ରଦୂତ ଆଲିପୋଭ୍ ସାମ୍ବାଦିକଙ୍କୁ କହିଥିଲେ ଯେ, ଋଷିଆ ଭାରତକୁ ଅଶୋଧିତ ତୈଳ ଯୋଗାଣ ପାଇଁ ପ୍ରସ୍ତୁତ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇସ୍ରାଏଲ-ଆମେରିକା ସହ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପାଇଁ ସୃଷ୍ଟି ହୋଇଛି ମଧ୍ୟ ପ୍ରାଚ୍ୟ ସଂକଟ। ବିଗତ କିଛି ସପ୍ତାହ ଧରି ଭାରତକୁ ଋଷିଆରୁ ହେଉଥିବା ତୈଳ ଯୋଗାଣ ଅନେକ ମାତ୍ରାରେ ହ୍ରାସ ପାଇଛି। ଗତ ମାସରେ ନୂଆଦିଲ୍ଲୀ-ୱାଶିଂଟନ୍ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ଅବସରରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଭାରତ ଋଷିଆ ପାଖରୁ ଅଶୋଧିତ ତୈଳ ଆମଦାନୀ ନକରିବାକୁ ରାଜି ହୋଇଛି। ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ନିର୍ଦ୍ଦେଶନାମାରେ ରାଷ୍ଟ୍ରପତି ଟ୍ରମ୍ପ ଗତ ବର୍ଷ ଅଗଷ୍ଟ ମାସରେ ଭାରତ ଦ୍ୱାରା ଋଷିଆରୁ ଅଶୋଧିତ ତୈଳ କ୍ରୟ ପାଇଁ ଲାଗୁ କରାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ହଟାଇଥିଲେ।
ଏହା ପରେ ଆମେରିକୀୟ ରାଷ୍ଟ୍ରପତି କହିଥିଲେ ଯେ ପୁନର୍ବାର ୨୫ ଶୁଳ୍କ ଲଗାଇବା ନେଇ କହିଥିଲେ। ଏନେଇ ସେ କହିଥିଲେ ଯେ ଯଦି ଭାରତ ଋଷିଆ ପାଖରୁ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ତୈଳ ଆମଦାନୀ କରୁଥାଏ, ତାହେଲେ ପୂର୍ବ ଭଳି ୨୫ ଶୁଳ୍କ ଲଗାଯିବ। ଅନ୍ୟପକ୍ଷରେ ଭାରତ ବିଭିନ୍ନ ଉତ୍ସରୁ ତୈଳ ଆମଦାନୀ କରିବା ନେଇ କହିଥିଲା। ଏନେଇ କୁହାଯାଇଥିଲା ଯେ ଯୋଗାଣ ଶୃଙ୍ଖଳାରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଏହାର ବିବିଧକରଣ କରାଯିବ। ଯାହା ଦ୍ଵାରା ଜାତୀୟ ସ୍ୱାର୍ଥ ବାଧିତ ହେବ ନାହିଁ।

Related Topics
Explore more stories