Cyclone / ବାତ୍ୟା 'ଦିଟୱା' ଓ 'ସେନ୍ୟାର'ରେ ହଜାରେରୁ ଅଧିକ ମୃତ; ୪ ଦେଶ ପ୍ରଭାବିତ
·7 months ago·2 min read

Key Points
ବାତ୍ୟା 'ସେନ୍ୟାର' ଓ 'ଦିଟୱା'ର ପ୍ରଭାବ ପଡ଼ିଛି ଏସିଆ ମହାଦେଶ ଉପରେ । ଏସିଆ ମହାଦେଶର ଇଣ୍ଡୋନେସିଆ, ଥାଇଲାଣ୍ଡ, ଶ୍ରୀଲଙ୍କା ସହ ଭାରତ ପ୍ରଭାବିତ ହୋଇଛି ବାତ୍ୟାରେ ।
ନୂଆଦିଲ୍ଲୀ: ପଛକୁ ପଛ ୨ଟି ଶକ୍ତିଶାଳୀ ବାତ୍ୟା । ପ୍ରଭାବିତ ହେଲା ୪ ଦେଶ । ବାତ୍ୟା 'ସେନ୍ୟାର' ଓ 'ଦିଟୱା'ର ପ୍ରଭାବ ପଡ଼ିଛି ଏସିଆ ମହାଦେଶ ଉପରେ । ଏସିଆ ମହାଦେଶର ଇଣ୍ଡୋନେସିଆ, ଥାଇଲାଣ୍ଡ, ଶ୍ରୀଲଙ୍କା ସହ ଭାରତ ପ୍ରଭାବିତ ହୋଇଛି ବାତ୍ୟାରେ ।
ବାତ୍ୟା 'ସେନ୍ୟାର' ଓ 'ଦିଟୱା' ଭାରତ ମହାସାଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯେଉଁଥିରେ ୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ହଜାରରୁ ଅଧିକ ଲୋକଙ୍କୁ ହେବାକୁ ପଡ଼ିଛି ବିସ୍ଥାପିତ । ପ୍ରଥମେ ଇଣ୍ଡୋନେସିଆ ତାପରେ ଥାଇଲାଣ୍ଡ ପରେ ଶ୍ରୀଲଙ୍କରେ ବାତ୍ୟା ଧ୍ଵଂସ ଲୀଳା ରଚିଛି । ଏବେ ଦକ୍ଷିଣ ଭାରତକୁ ବର୍ଷାରେ ଭିଜାଉଛି ।
ଏଥିସହ ପଢ଼ନ୍ତୁ: ବର୍ଷକରେ ରାଜ୍ୟରୁ ୨୪୬୨ ଜଣ HIV ସଂକ୍ରମିତ ଚିହ୍ନଟ; ଚିନ୍ତା ବଢ଼ାଉଛି ୩ ଜିଲ୍ଲା
ମଲ୍ଲାକା ସନ୍ଧିରେ ଗଭୀର ଅବପାତ ଗତ ସପ୍ତାହରେ ବାତ୍ୟା 'ସେନ୍ୟାର' ଭାବେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏହା ପରେ ବାତ୍ୟା 'ଦିଟୱା' ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆସି ଶ୍ରୀଲଙ୍କାରେ ମାଡ଼ ହେବା ପରେ ଭାରତ ଆଡ଼କୁ ମୁହାଁଇ ଦୁର୍ବଳ ହେଉଛି ।
ଯଦିଓ ଭାରତ ଉପରେ ବାତ୍ୟା 'ସେନ୍ୟାର'ର ପ୍ରଭାବ ପଡ଼ିନଥିଲା କିନ୍ତୁ ଏହା ଇଣ୍ଡୋନେସିଆ ଓ ମାଲେସିଆକୁ ଛାରଖାର୍ କରି ଦେଇଛି । ସେହିଭଳି ନଭେମ୍ବର ୨୭ରେ ବାତ୍ୟା 'ଦିଟୱା' ଶ୍ରୀଲଙ୍କାରେ ମାଡ଼ ହୋଇ ଏବେ ଦକ୍ଷିଣ ଭାରତ ଆଡ଼କୁ ବଡ଼ ବର୍ଷା ନେଇ ଆସିଛି ।
ବାତ୍ୟା 'ସେନ୍ୟାର' ଇଣ୍ଡୋନେସିଆରେ ମାଡ଼ ହୋଇଥିଲା । ଯେଉଁଥିରେ ୫୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୮ରୁ ଅଧିକ ନିଖୋଜ ଅଛନ୍ତି । ଭୂସ୍ଖଳନ ଓ ବର୍ଷା ଯୋଗୁଁ ଅନେକ ରାସ୍ତା ଧୋଇ ଯାଇଛି । ପ୍ରଶାସନ ଓ ନୌସେନା ରିଲିଫ୍ ସହାୟତା ପ୍ରଦାନ କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ଟେଷ୍ଟ କ୍ରିକେଟକୁ ପୁଣି ଫେରିବେ କି ବିରାଟ କୋହଲି ? ବିସିସିଆଇ ସଚିବ ଦେଲେ ବଡ଼ ବୟାନ
ସେହିଭଳି ଥାଇଲାଣ୍ଡରେ ବାତ୍ୟା 'ସେନ୍ୟାର' ପରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଥାଇଲାଣ୍ଡର ଦକ୍ଷିଣ ଭାଗରେ କେବଳ ୧୭୬ ଜଣ ପ୍ରାଣ ହରାଇଥିବା ବେଳେ ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ବାତ୍ୟାରେ ହୋଟେଲ ଓ ରେଷ୍ଟୁରାଣ୍ଟକୁ ପ୍ରାୟ ୬, ୫୬୦ କୋଟିର କ୍ଷତି ହୋଇଥିବା କ୍ରୁଙ୍ଗଶ୍ରୀ ରିସର୍ଚ୍ଚ ଆକଳନ କରିଛି ।
ସେହିଭଳି ବାତ୍ୟା 'ଦିଟୱା'ର ପ୍ରଭାବରେ ଶ୍ରୀଲଙ୍କାରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭୦ରୁ ଅଧିକ ନିଖୋଜ ଅଛନ୍ତି । ଏବେ ବାତ୍ୟା 'ଦିଟୱା' ଦକ୍ଷିଣ ଭାରତ ଆଡ଼କୁ ମୁହାଁଇ ବଡ଼ ବର୍ଷା ଆଣି ଦୁର୍ବଳ ହେବାରେ ଲାଗିଛି । ବିଗତ ୨୪ ଘଣ୍ଟାରେ ତାମିଲନାଡ଼ୁରେ ବର୍ଷାରେ ୩ ଜଣ ପ୍ରାଣ ହରାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories