HIV / ବର୍ଷକରେ ରାଜ୍ୟରୁ ୨୪୬୨ ଜଣ HIV ସଂକ୍ରମିତ ଚିହ୍ନଟ; ଚିନ୍ତା ବଢ଼ାଉଛି ୩ ଜିଲ୍ଲା
·7 months ago·2 min read

Key Points
କଟକ କ୍ୟାଟେଗୋରି ୧ରେ ସାମିଲ୍ ହୋଇଥିବା ବେଳେ ନବରଙ୍ଗପୁରରେ ବଢ଼ୁଛି ପଜିଟିଭ୍ଙ୍କ ସଂଖ୍ୟା । ଏବେବି ଗଞ୍ଜାମ ଜିଲ୍ଲାରେ ଅଛନ୍ତି ରାଜ୍ୟର ସର୍ବାଧିକ HIV ଆକ୍ରାନ୍ତ ।
ଭୁବନେଶ୍ଵର: ରାଜ୍ୟରେ ଖସୁଛି HIV ସଂକ୍ରମଣ । ଚିନ୍ତା ବଢ଼ାଉଛନ୍ତି ୩ ଜିଲ୍ଲା । ଚଳିତବର୍ଷ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୩୬୨ ଜଣ ସଂକ୍ରମିତ । ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ପୁରୁଷ ଅଛନ୍ତି । ୧୩ ଜଣ କିନ୍ନର (ଟ୍ରାନ୍ସଜେଣ୍ଡର)ଙ୍କ ଠାରେ HIV ଚିହ୍ନଟ କରାଯାଇଛି ।
କଟକ କ୍ୟାଟେଗୋରି ୧ରେ ସାମିଲ୍ ହୋଇଥିବା ବେଳେ ନବରଙ୍ଗପୁରରେ ବଢ଼ୁଛି ପଜିଟିଭ୍ଙ୍କ ସଂଖ୍ୟା । ଏବେବି ଗଞ୍ଜାମ ଜିଲ୍ଲାରେ ଅଛନ୍ତି ରାଜ୍ୟର ସର୍ବାଧିକ HIV ଆକ୍ରାନ୍ତ । ସଂକ୍ରମଣରେ ଜାତୀୟ ହାର ତୁଳନାରେ ଓଡ଼ିଶା ୩ ନମ୍ବରରେ ରହିଛି ।
ଏଥିସହ ପଢ଼ନ୍ତୁ: ନୂଆ ସରକାର ଆସିବା ପରେ ଓଡ଼ିଶାରେ ୫୧ ଜଣ ବାଂଲାଦେଶୀ ଚିହ୍ନଟ; ୪୯ ଜଣଙ୍କୁ କରାଯାଇଛି ଦେଶାନ୍ତରୀକରଣ
ରାଜ୍ୟରେ ୨୦୨୨-୨୩ ତୁଳନାରେ ଚଳିତବର୍ଷ ସଂକ୍ରମଣ ହାର ହ୍ରାସ ପାଇଛି । ୨୦୨୨-୨୩ରେ ୩୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୨୩-୨୪ରେ ୩୪୩୬ ଜଣ, ୨୦୨୪-୨୫ରେ ୩୭୬୯ ଜଣ ଏବଂ ୨୦୨୫ ଅକ୍ଟୋବର ସୁଦ୍ଧା ଚିହ୍ନଟ ହୋଇଛନ୍ତି ୨୪୬୨ ଜଣ ସଂକ୍ରମିତ ।
ଗଞ୍ଜାମରେ ସର୍ବାଧିକ ୩୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, କଟକରେ ୨୬୧, ନବରଙ୍ଗପୁରରେ ୭୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଖୋର୍ଦ୍ଧାରେ ୩୩୮, ସମ୍ବଲପୁରରେ ୧୯୫, ସୁନ୍ଦରଗଡ଼ରେ ୧୨୧, ଅନୁଗୁଳରେ ୧୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ବୌଦ୍ଧରେ ସର୍ବନିମ୍ନ ୩ ଜଣ HIV ସଂକ୍ରମିତ ଚିହ୍ନଟ କରାଯାଇଛି ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏଡସ୍ର ମୂଳୋତ୍ପାଟନ କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ଡ଼ ନୀଳକଣ୍ଠ ମିଶ୍ର କହିଛନ୍ତି, "ଆଖପାଖ ଜିଲ୍ଲାରୁ ରୋଗୀ ଆସି କଟକରେ ଚିହ୍ନଟ ହେଉଥିବା ବେଳେ ନବରଙ୍ଗପୁର ଓ ଗଞ୍ଜାମରେ ପଳାୟନ ଓ ବୃତ୍ତି ଚୟନ ପାଇଁ ବଢ଼ୁଛି ରୋଗୀ ସଂଖ୍ୟା । ସୀମାନ୍ତ ଜିଲ୍ଲା ହୋଇଥିବାରୁ ବାହାର ରାଜ୍ୟରୁ ଆସୁଛନ୍ତି HIV ଆକ୍ରାନ୍ତ ।"
ଏଥିସହ ପଢ଼ନ୍ତୁ: ସ୍ଵାମୀଙ୍କ ମୃତ୍ୟୁର ୨ ବର୍ଷ ପରେ ବି ମିଳୁନି ସହାୟତା; ଅଭିଯୋଗ ଶୁଣାଣି ଶିବିରରେ ପେଟ୍ରୋଲ୍ ଢାଳି ହେଲେ ମହିଳା
ଚଳିତବର୍ଷ ୧୨ ଲକ୍ଷ ସାଧାରଣ ଲୋକ ଏବଂ ୮ ଲକ୍ଷ ଗର୍ଭବତୀଙ୍କୁ ମିଶାଇ ମୋଟ ୨୦ ଲକ୍ଷ ଟେଷ୍ଟ ପାଇଁ ଲକ୍ଷ୍ୟ ରହିଛି । ସେଥିରୁ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ଟେଷ୍ଟ ସରିଛି । ମୁଖ୍ୟତଃ ରେଟ୍ ଅଫ୍ ଟ୍ରାନ୍ସମିସନ ଅର୍ଥାତ ମାଆ ଠାରୁ ଶିଶୁଙ୍କୁ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ଏହା ପଛକୁ ଅନୈତିକ ଯୌନ ସମ୍ପର୍କ ଅନ୍ୟ ଏକ ପ୍ରମୁଖ କାରଣ ।
ଅନ୍ୟ ଜିଲ୍ଲା ତୁଳନାରେ କଟକ, ଗଞ୍ଜାମ ଓ ନବରଙ୍ଗପୁର ସରକାରଙ୍କ ଚିନ୍ତା ବଢାଉଛି । ଫଳରେ ସରକାର ଲୋକଙ୍କୁ ସଚେତନତା କରାଉଛନ୍ତି । ୨୦୩୦ ସୁଦ୍ଧା HIVକୁ ମୂଳୋତ୍ପଟନ କରିବା ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ବ୍ୟାପକ ସଚେତନତା ସତ୍ତ୍ଵେ ରୋଗୀ ସଂଖ୍ୟାରେ ସେଭଳି ଆଖି ଦୃଶିଆ ହ୍ରାସ ନହେବା ଚିନ୍ତାର ବିଷୟ ପାଲଟିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: