|
logo
Live
Argus News App
GET APP

Argus News - ବଜ୍ରପାତ ହେବା ପୂର୍ବରୁ ଆସିବ ଆଗୁଆ ସତର୍କ ସୂଚନା; ଜାଣନ୍ତୁ କିପରି କରିବେ ବ୍ୟବହାର?

National

DAMINI App India / ବଜ୍ରପାତ ହେବା ପୂର୍ବରୁ ଆସିବ ଆଗୁଆ ସତର୍କ ସୂଚନା; ଜାଣନ୍ତୁ କିପରି କରିବେ ବ୍ୟବହାର?

Subhramjit Ray
Browse all articles by Subhramjit Ray
·1 hour ago·2 min read
ବଜ୍ରପାତ ହେବା ପୂର୍ବରୁ ଆସିବ ଆଗୁଆ ସତର୍କ ସୂଚନା;  ଜାଣନ୍ତୁ କିପରି କରିବେ ବ୍ୟବହାର?
DAMINI App India

Key Points

ଭାରତ ପାଣିପାଗ ବିଭାଗ ଏବଂ "ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ଅନୁଷ୍ଠାନ" ପକ୍ଷରୁ "ଦାମିନୀ" ନାମକ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଲଞ୍ଚ କରାଯାଇଚି। ଏହି ଆପ୍ ସମଗ୍ର ଦେଶରେ ବଜ୍ରପାତ ସମ୍ବନ୍ଧୀୟ ଘଟଣା ଉପରେ ନଜର ରଖିବ।
IMD-IITM Developed DAMINI App: ଦେଶରେ ବଜ୍ରପାତ କାରଣରୁ ପ୍ରତିବର୍ଷ ଶହ ଶହ ଲୋକ ପ୍ରାଣହାନୀ ହୋଇଥାଏ। ବଜ୍ରପାତ କାରଣରୁ ଚାଷ ଜମିରେ କାମ କରୁଥିବା ଚାଷୀ କିମ୍ବା ରାସ୍ତାରେ ଯାତ୍ରା କରୁଥିବା ଲୋକ ବିଶେଷ କରି ବିପଦରେ ପଡ଼ିଥାନ୍ତି। ହେଲେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ କରିବା ପାଇଁ ଆଗେଇ ଆସିଛନ୍ତି ଭାରତୀୟ ପାଣିପାଗ ବିଭାଗ ଏବଂ ପୁଣେ ସ୍ଥିତ ଆଇଆଇଟିଏମ। ଉଭୟ ସଂସ୍ଥାନ ପକ୍ଷରୁ ଏପରି ଏକ ଆପ୍ ବିକଶିତ କରାଯାଇଛି ଯାହା ବଜ୍ରପାତ ହେବାର ୪୦ ମିନିଟ୍ ପୂର୍ବରୁ ଆପଣଙ୍କ ଫୋନ୍ କୁ ଆଗୁଆ ସତର୍କ ସୂଚନା ପଠାଇବ। ଏେବ ଆପଣ ଜାଣିରଖନ୍ତୁ ଏହି ଆପ୍ କିପରି କାମ କରେ ଏବଂ ଏହା ଲୋକଙ୍କୁ କିପରି ସାହାଯ୍ୟ କରିପାରିବ।

DAMINI App ବିକଶିତ କରିଛନ୍ତି IMD-IITM
ବଜ୍ରପାତରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ, ଭାରତ ପାଣିପାଗ ବିଭାଗ (India Meteorological Department), "ଦାମିନୀ" (DAMINI) ନାମକ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଲଞ୍ଚ (IMD Mobile App) କରିଛି। ଏହି ଆପ୍ "ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ଅନୁଷ୍ଠାନ" (Indian Institute of Tropical Meteorology) ଦ୍ୱାରା ବିକଶିତ କରାଯାଇଛି। "ଦାମିନୀ" ଆପ୍ ସମଗ୍ର ଦେଶରେ ବଜ୍ରପାତ ସମ୍ବନ୍ଧୀୟ ଘଟଣା ଉପରେ ନଜର ରଖିବ। ଯାହା ଆପଣଙ୍କୁ ଆପଣଙ୍କ ସ୍ଥାନରୁ ୨୯-୪୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସମ୍ଭାବ୍ୟ ବଜ୍ରପାତ ହେଲେ ଆପଣଙ୍କୁ ଜିପିଏସ (GPS) ମାଧ୍ୟମରେ ୪୦ ମିନିଟ୍ ପୂର୍ବରୁ ଆଗୁଆ ସତର୍କ ସୂଚନା ପଠାଇବ। ଯାହା ଦ୍ୱାରା ଆପଣ ବଜ୍ରପାତ ହେବା ସମୟରେ କୌଣସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇପାରିବେ।

କିପରି ବ୍ୟବହାର କରିବେ "ଦାମିନୀ" ଆପ୍
ଆଇଏମଡି଼ ଏବଂ ପୁଣେ ସ୍ଥିତ ଆଇଆଇଟିଏମ ଦ୍ୱାରା ବିକଶିତ ହୋଇଥିବା "ଦାମିନୀ" ଆପ୍ କୁ ବ୍ୟବହାର କରିବା ଅତ୍ୟନ୍ତ ସହଜ। ଆପଣଙ୍କୁ କେବଳ "ପ୍ଲେ ଷ୍ଟୋର" (Play Store) କିମ୍ବା ଆପ୍ (App Store) ରୁ ଏହି ଆପ୍ ଡାଉନଲୋଡ୍ କରିବା ସହ ପଞ୍ଜୀକରଣ କରିବାକୁ ହେବ। ଯେତେବେଳେ ଆପଣଙ୍କ ଅଞ୍ଚଳରେ ସମ୍ଭାବ୍ୟ ବଜ୍ରପାତ ହେବ, ସେତେବେଳେ ଆପଣଙ୍କ ଫୋନ୍ କୁ ତୁରନ୍ତ ଏକ ଆଲର୍ଟ ମେସେଜ୍ ଆସିଯିବ। ଏହା ସହିତ ଆପଣ ସମଗ୍ର ଦେଶରେ ହେବାକୁ ଥିବା ସମ୍ଭାବ୍ୟ ବଜ୍ରପାତ ଅପଡେଟ୍ ପାଇବା ପାଇଁ ଏହି ଆପ୍‌ର ମ୍ୟାପ୍ ଫିଚର ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ କେବଳ ଆପଣଙ୍କୁ ମ୍ୟାପ୍ ଉପରେ କ୍ଲିକ୍ କରି ଜୁମ୍ କରିବାକୁ ହେବ। ଆପଣ ଦୁଇଟି ଭିନ୍ନ ରଙ୍ଗରେ ବଜ୍ରପାତ ସଙ୍କେତ ଦେଖିବାକୁ ପାଇବେ। ଏଥିରେ ବ୍ୟବହୃତ ହୋଇଥିବା ଉଭୟ ହଳଦିଆ-ନୀଳ ରଙ୍ଗ ଆପଣଙ୍କୁ ୧୦ ମିନିଟ୍ ପୂର୍ବରୁ ସତର୍କ କରିବ।

ସୁରକ୍ଷା ନିର୍ଦ୍ଦେଶାବଳୀ
"ଦାମିନୀ" ଆପ୍ କେବଳ ବଜ୍ରପାତ ବିଷୟରେ ସୂଚନା ପ୍ରଦାନ କରେ ନାହିଁ। ବରଂ ବ୍ୟବହାରକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ନିର୍ଦ୍ଦେଶାବଳୀ ମଧ୍ୟ ପ୍ରଦାନ କରିଥାଏ। ଏହି ଆପ୍ ଝଡ଼ ସମୟରେ ନେବାକୁ ଥିବା ସତର୍କତା ବିଷୟରେ ସହଜ ଏବଂ ଉପଯୋଗୀ ସୂଚନା ପ୍ରଦାନ କରିଥାଏ। ଯାହା ଦ୍ୱାରା ଲୋକ ସମୟ ମଧ୍ୟରେ ସତର୍କ ରହିପାରିବା ସହ ନିଜକୁ ସୁରକ୍ଷିତ ରଖିପାରିବେ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DAMINI App India: ବଜ୍ରପାତ ହେବା ପୂର୍ବରୁ ଆସିବ ଆଗୁଆ ସତର୍କ ସୂଚନା; ଜାଣନ୍ତୁ କିପରି କରିବେ ବ୍ୟବହାର? | Argus News