Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Landslide / ଦାର୍ଜିଲିଂରେ ପ୍ରବଳ ବର୍ଷା ଓ ଭୂସ୍ଖଳନ, ଆଖି ବୁଜିଲେ ୧୪ ଜଣ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଦାର୍ଜିଲିଂରେ ପ୍ରବଳ ବର୍ଷା ଓ ଭୂସ୍ଖଳନ, ଆଖି ବୁଜିଲେ ୧୪ ଜଣ

Key Points

ସାରା ରାତି ବର୍ଷା ହୋଇଥିବା ବେଳେ ଭୂସ୍ଖଳନ ଲାଗି ରହିଛି । ଦାର୍ଜିଲିଂର ମିରିକ ଓ ସୁଖିଆ ପୋଖରିରେ ହୋଇଥିବା ଭୂସ୍ଖଳନ ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।

ଦାର୍ଜିଲିଂ: ବର୍ଷା ଓ ଭୂସ୍ଖଳନ ନେଲା ୧୪ ଜୀବନ । ଉତ୍ତର ପଶ୍ଚିମବଙ୍ଗରେ ସାରା ରାତି ବର୍ଷା ହୋଇଥିବା ବେଳେ ଭୂସ୍ଖଳନ ଲାଗି ରହିଛି । ଦାର୍ଜିଲିଂର ମିରିକ ଓ ସୁଖିଆ ପୋଖରିରେ ହୋଇଥିବା ଭୂସ୍ଖଳନ ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।


ପ୍ରବଳ ବର୍ଷା ଲାଗି ରହିଥିବାରୁ ଦାର୍ଜିଲିଂରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରି ଦିଆଯାଇଛି । ପଶ୍ଚିମବଙ୍ଗ ଓ ସିକ୍କିମ ମଧ୍ୟରେ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ସାରା ରାତି ପ୍ରବଳ ବର୍ଷା ଓ ଭୂସ୍ଖଳନ ଫରେ ଧସି ଯାଇଛି ସଡ଼କ ।


ଏଥିସହ ପଢ଼ନ୍ତୁ: ଭୂସ୍ଖଳନ ରୋକିବାକୁ ସରକାର କରିବେ ମାଷ୍ଟର ପ୍ଲାନ୍, ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ ଆସିଲେ ଦିଆଯିବ କ୍ଷତିପୂରଣ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିକ୍କିମର ଚିତ୍ରେ, ସେଲଫି ଦାରା ଓ ଅନ୍ୟ ସ୍ଥାନରେ ଭୂସ୍ଖଳନ ପାଇଁ ଜାତୀୟ ରାଜପଥ ୧୦କୁ ବନ୍ଦ କରାଯାଇଛି । ଜାତୀୟ ରାଜପଥ ୭୧୭ଏରେ ଭୂସ୍ଖଳନ ହୋଇଥିବା ବେଳେ ବରଫ ଅତଡ଼ା ହଟାଇବା ପ୍ରକ୍ରିୟା ଜାରି ରହିଛି । ସେପଟେ ରବିଜିରୋ ନିକଟରେ ତିସ୍ତା ନଦୀରେ ବନ୍ୟା ପାଣି ଆସିବାରୁ ଯାତାୟାତ ବନ୍ଦ ରହିଛି ।


ରାତି ସାରା ବର୍ଷା ପାଇଁ ଦାର୍ଜିଲିଂ ଓ ସିଲିଗୁଡ଼ିର ପ୍ରମୁଖ ସଡ଼କ ଅବରୋଧ ହୋଇଛି । ଦୁଧିଆରେ ଏକ ବ୍ରିଜ୍ ଭାଙ୍ଗି ଯାଇଛି । ଜଲପାଈଗୁଡ଼ି ଓ ସିଲିଗୁଡ଼ିରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କୁଚବିହାରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ଲୋକଙ୍କ ଘରେ ପାଣି ପଶିଛି ।


ଏଥିସହ ପଢ଼ନ୍ତୁ: ଭସାଣି ଗଣ୍ଡଗୋଳକୁ ନେଇ କଟକରେ ତେଜୁଛି ବିବାଦ, ସୋମବାର ବନ୍ଦ ଡାକରା ଦେଲା VHP


ସେପଟେ ଭୂଟାନରେ ପ୍ରବଳ ବର୍ଷା ପରେ ସ୍ଥିତି ବିଗିଡ଼ିଥିବାରୁ ଉତ୍ତର ପଶ୍ଚିମବଙ୍ଗରେ ହଠାତ୍ ବନ୍ୟା ଆଶଙ୍କା ରହିଛି । ବର୍ଷା ଓ ଭୂ-ସ୍ଖନଳ ପାଇଁ ଗୋରଖାଲ୍ୟାଣ୍ଡ ଆଞ୍ଚଳିକ କର୍ତ୍ତୃପକ୍ଷ ଦାର୍ଜିଲିଂ ଟାଇଗର ହିଲ୍ ଓ ରକ୍ ଗାର୍ଡେନ୍ ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଟୟ ଟ୍ରେନ୍ ସେବାକୁ ବନ୍ଦ କରି ଦିଆଯାଇଛି ।

Related Topics

Explore more stories

Sponsored