|
logo
Live
Argus News App
GET APP

Argus News - ଭସାଣି ଗଣ୍ଡଗୋଳକୁ ନେଇ କଟକରେ ତେଜୁଛି ବିବାଦ, ସୋମବାର ବନ୍ଦ ଡାକରା ଦେଲା VHP

Odisha

VHP Calls for Bandh / ଭସାଣି ଗଣ୍ଡଗୋଳକୁ ନେଇ କଟକରେ ତେଜୁଛି ବିବାଦ, ସୋମବାର ବନ୍ଦ ଡାକରା ଦେଲା VHP

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଭସାଣି ଗଣ୍ଡଗୋଳକୁ ନେଇ କଟକରେ ତେଜୁଛି ବିବାଦ, ସୋମବାର ବନ୍ଦ ଡାକରା ଦେଲା VHP

Key Points

ହାତୀ ପୋଖରୀ ନିକଟରେ ଦୁଇ ଗୋଷ୍ଠୀ ହାତାହାତିକୁ ନେଇ ବିବାଦ ତେଜିବାରେ ଲାଗିଛି । ସୋମବାର କଟକ ବନ୍ଦ ଡାକରା ଦେଇଛି ବିଶ୍ଵ ହିନ୍ଦୁ ପରିଷଦ ।

କଟକ: ମାଆଙ୍କୁ ମେଲାଣି ବେଳେ କିଏ ସାଜିଲା ଭିଲେନ୍ ? କାହିଁକି ହେଲା ଢେଲା ପଥର ମାଡ଼ ? ପୋଲିସର କଡ଼ା ସୁରକ୍ଷା ସହ ସିସିଟିଭି ଓ ଡ୍ରୋନ୍ ନଜରରେ କେମିତି ମୁହାଁମୁହିଁ ହେଲେ ୨ ଗୋଷ୍ଠୀ ? ହାତୀ ପୋଖରୀ ନିକଟରେ ଦୁଇ ଗୋଷ୍ଠୀ ହାତାହାତିକୁ ନେଇ ବିବାଦ ତେଜିବାରେ ଲାଗିଛି । ସୋମବାର କଟକ ବନ୍ଦ ଡାକରା ଦେଇଛି ବିଶ୍ଵ ହିନ୍ଦୁ ପରିଷଦ ।


କଟକ ବନ୍ଦ ଡାକରା ନେଇ ନେଇ ବିଶ୍ଵ ହିନ୍ଦୁ ପରିଷଦର କଟକ ଜିଲ୍ଲା ସଭାପତି ବାସୁଦେବ ବେହେରା ଓ ଜିଲ୍ଲା ପ୍ରଭାରୀ ପବିତ୍ର ମୋହନ ଦାସ ସୂଚନା ଦେଇଛନ୍ତି । କହିଛନ୍ତି, "ଭସାଣ ବେଳେ ଯାହା ଘଟିଲା ତାହା ଅଶୋଭନୀୟ । ଝାଞ୍ଜିରିମଙ୍ଗଳା ଓ ରାଉସାପାଟଣା ମେଢ଼ ଦରଘା ବଜାର ହାତୀ ପୋଖରୀ ଦେଇ ଯାଉଥିବା ବେଳେ କିଛି ଲୋକ ଛାତ ଉପରୁ ଟେକା ପଥର ମାଡ଼ କରିଥିଲେ ।"


ଏଥିସହ ପଢ଼ନ୍ତୁ: କଟକରେ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଆକ୍ସନ୍ ମୋଡରେ ପୋଲିସ


ସେ କହିଛନ୍ତି, ଶୋଭାଯାତ୍ରାରେ ଯାଉଥିବା ଯୁବକ ପ୍ରତିବାଦ କରିଥିଲେ । ଯାହାକୁ ନେଇ ସଂଘର୍ଷ ଘଟିଥିଲା । ୩୦ ବର୍ଷ ତଳେ ମଧ୍ୟ ଏଭଳି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପଛରେ ବାଂଲାଦେଶୀ ଥିବା ବିଶ୍ଵ ହିନ୍ଦୁ ପରିଷଦ ଅଭିଯୋଗ ଆଣିଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛି ବିଶ୍ଵ ହିନ୍ଦୁ ପରିଷଦ ।


ହାତୀ ପୋଖରୀ ଛକରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ପୋଲିସ ଶନିବାର ୬ ଜଣଙ୍କୁ ଚିହ୍ନଟ କରି ଗିରଫ କରିଥିଲା । ହାତୀ ପୋଖରୀ ଛକରେ ହାତାହାତିରେ କଟକ ଡିସିପିଙ୍କ ସହ ୬ ଜଣ ଆହତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ମାସେ ପରେ ମିଳିଲା ପୁଷ୍ପର କଙ୍କାଳ, ଦାଦନ ଖଟିବାକୁ ଯାଇ ଘରକୁ ଫେରିଲାନି


ଦୁଇ ଗୋଷ୍ଠୀ ଭସାଣି ଶୋଭାଯାତ୍ରାରେ ମୁହାଁମୁହିଁ ହେବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କଟକ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବରିଷ୍ଠ ପୋଲିସର ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ ସିପି । ଏବେ ସ୍ଥିତି ସ୍ଵାଭାବିକ ରହିଥିବା ବେଳେ ସିସିଟିଭି ଓ ଡ୍ରୋନ୍ ମାଧ୍ୟମରେ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଥିଲେ ।


ଗୋଷ୍ଠୀ ସଂଘର୍ଷରେ ଆହତମାନେ ଏବେ ସୁସ୍ଥ ଅଛନ୍ତି । କଟକରେ ଶାନ୍ତି ଫେରାଇବା ପାଇଁ ପୋଲିସ କମିଶନର ଲୋକଙ୍କୁ ଅପିଲ୍ କରିଛନ୍ତି । ଅତିରିକ୍ତ ସିପି ନରସିଂହ ଭୋଳ କହିଛନ୍ତି, "ସମ୍ବେଦନଶୀଳ ସ୍ଥାନ ଉପରେ ଡ୍ରୋନ ଜରିଆରେ ପୋଲିସ ନଜର ରଖିଛି । ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Topics

Explore more stories

Sponsored
VHP Calls for Bandh: ଭସାଣି ଗଣ୍ଡଗୋଳକୁ ନେଇ କଟକରେ ତେଜୁଛି ବିବାଦ, ସୋମବାର ବନ୍ଦ ଡାକରା ଦେଲା VHP | Argus News