Cosmetic Injection / ସୌନ୍ଦର୍ଯ୍ୟ ବଢ଼ାଇବା ଇଂଜେକ୍ସନ ଉପରେ ଲାଗିଲା କଟକଣା, ନିୟମ ନ ମାନିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
·2 hours ago·2 min read

Key Points
କ୍ଲିନିକ୍ ଓ ସେଲୁନ୍ ପାଇଁ ନୂଆ ନିୟମ !
DCGI ଜାରି କଲା ଚେତାବନୀ
ସୌନ୍ଦର୍ଯ୍ୟ ବଢ଼ାଇବା ଇଞ୍ଜେକ୍ସନ୍ ଦେଲେ ହେବ କାଯର୍ଯ୍ୟାନୁଷ୍ଠାନ
DCGI ଜାରି କଲା ଚେତାବନୀ
ସୌନ୍ଦର୍ଯ୍ୟ ବଢ଼ାଇବା ଇଞ୍ଜେକ୍ସନ୍ ଦେଲେ ହେବ କାଯର୍ଯ୍ୟାନୁଷ୍ଠାନ
ସୌନ୍ଦର୍ଯ୍ୟ ବଢ଼ାଇବା ନାଁରେ କ୍ଲିନିକ୍ ଗୁଡ଼ିକରେ କରାଯାଉଥିବା ଇଞ୍ଜେକ୍ସନର ବ୍ୟବହାର ଉପରେ ଏବେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୌଣସି ବି ପ୍ରସାଧନ ସାମଗ୍ରୀକୁ ଇଞ୍ଜେକ୍ସନ୍ କିମ୍ବା ଚିକିତ୍ସା ଭାବେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛି ଦେଶର ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା CDSCO । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ଏନେଇ ସମସ୍ତ ଗ୍ରାହକ, ସେଲୁନ୍ ଏବଂ ଏଲୋପାଥିକ କ୍ଲିନିକ୍ଗୁଡ଼ିକ ପାଇଁ ଏକ ଜନସାଧାରଣ ସୂଚନା ଜାରି କରିଛନ୍ତି ।
ସରକାରୀ ନିୟମ ଅନୁଯାୟୀ, ପ୍ରସାଧନ ସାମଗ୍ରୀ ବା କସମେଟିକ୍ସର ସଂଜ୍ଞା ସମ୍ପୂର୍ଣ୍ଣ ଅଲଗା । ଏହା କେବଳ ମାନବ ଶରୀରର ବାହ୍ୟ ଅଂଶକୁ ସଫା କରିବା, ସୁନ୍ଦର କରିବା କିମ୍ବା ଆକର୍ଷଣୀୟ କରିବା ପାଇଁ ଉଦ୍ଦିଷ୍ଟ । ଏହାକୁ କେବଳ ଶରୀରରେ ଘଷିବା, ଢାଳିବା, ବିଞ୍ଚିବା କିମ୍ବା ସ୍ପ୍ରେ କରାଯାଇପାରିବ ।
ଆଜିକାଲି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବଜାରରେ ଏବଂ ବିଭିନ୍ନ କ୍ଲିନିକରେ ଗ୍ଲୁଟାଥାୟନ (Glutathione) ଭଳି ଅନେକ କସମେଟିକ୍ ଇଞ୍ଜେକ୍ସନର ବେଆଇନ ବ୍ୟବହାର ବଢ଼ିବାରେ ଲାଗିଛି । ଏହା ସହିତ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ପ୍ରଡକ୍ଟ ଲେବଲ୍ରେ ଅନେକ ମିଥ୍ୟା ଓ ବିଭ୍ରାନ୍ତିକର ଦାବି ମଧ୍ୟ କରାଯାଉଛି । DCGI ସ୍ପଷ୍ଟ କରିଛି ଯେ, ପ୍ରସାଧନ ସାମଗ୍ରୀରେ ନିଷିଦ୍ଧ ଉପାଦାନର ବ୍ୟବହାର, ଭ୍ରମାତ୍ମକ ବିଜ୍ଞାପନ ଏବଂ ଇଞ୍ଜେକ୍ସନ୍ ମାଧ୍ୟମରେ ଏହାର ପ୍ରୟୋଗ କଲେ ଡ୍ରଗ୍ସ ଏଣ୍ଡ କସମେଟିକ୍ସ ଆକ୍ଟର ସିଧାସଳଖ ଉଲ୍ଲଂଘନ ହେବ ଏବଂ ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

No cosmetic product permitted for injection or treatment use - CDSCO
— ANI (@ANI) May 21, 2026
Cosmetic means any article intended to be rubbed, poured, sprinkled or sprayed on, or introduced into, or otherwise applied to, the human body or any part thereof for cleansing, beautifying, promoting… pic.twitter.com/madaXIXIev
ଆଜିକାଲି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବଜାରରେ ଏବଂ ବିଭିନ୍ନ କ୍ଲିନିକରେ ଗ୍ଲୁଟାଥାୟନ (Glutathione) ଭଳି ଅନେକ କସମେଟିକ୍ ଇଞ୍ଜେକ୍ସନର ବେଆଇନ ବ୍ୟବହାର ବଢ଼ିବାରେ ଲାଗିଛି । ଏହା ସହିତ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ପ୍ରଡକ୍ଟ ଲେବଲ୍ରେ ଅନେକ ମିଥ୍ୟା ଓ ବିଭ୍ରାନ୍ତିକର ଦାବି ମଧ୍ୟ କରାଯାଉଛି । DCGI ସ୍ପଷ୍ଟ କରିଛି ଯେ, ପ୍ରସାଧନ ସାମଗ୍ରୀରେ ନିଷିଦ୍ଧ ଉପାଦାନର ବ୍ୟବହାର, ଭ୍ରମାତ୍ମକ ବିଜ୍ଞାପନ ଏବଂ ଇଞ୍ଜେକ୍ସନ୍ ମାଧ୍ୟମରେ ଏହାର ପ୍ରୟୋଗ କଲେ ଡ୍ରଗ୍ସ ଏଣ୍ଡ କସମେଟିକ୍ସ ଆକ୍ଟର ସିଧାସଳଖ ଉଲ୍ଲଂଘନ ହେବ ଏବଂ ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories