Videos
|
National

Delhi Flat Booking / ରାଜଧାନୀରେ ୨୫% ରିହାତିରେ ମିଳୁଛି ଫ୍ଲାଟ୍‌, ଜାଣନ୍ତୁ କେତେ ଟଙ୍କାରେ କରିପାରିବେ ବୁକିଂ

Santosh Kumar Sahoo
Browse all articles by Santosh Kumar Sahoo
·42 mins ago·2 min read
ରାଜଧାନୀରେ ୨୫% ରିହାତିରେ ମିଳୁଛି ଫ୍ଲାଟ୍‌, ଜାଣନ୍ତୁ କେତେ ଟଙ୍କାରେ କରିପାରିବେ ବୁକିଂ
Delhi Flat Booking

Key Points

ଘର କିଣିବାର ବଡ଼ ସୁଯୋଗ
୨୫% ଛାଡ଼ରେ ମିଳିବ DDA ଫ୍ଲାଟ୍
ବୁକିଂ ପୂର୍ବରୁ ଜାଣନ୍ତୁ ଏହି ନିୟମ
ଦିଲ୍ଲୀରେ ନିଜ ଘର କିଣିବାର ସ୍ୱପ୍ନ ଦେଖୁଛନ୍ତି କି ? ତେବେ ଆପଣଙ୍କ ପାଇଁ DDA ଆଣିଛି ଏକ ବଡ଼ ସୁଯୋଗ । ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ପକ୍ଷରୁ ‘କର୍ମଜୀବୀ ଆବାସ ଯୋଜନା ୨୦୨୬’ ଆରମ୍ଭ କରାଯାଇଛି । ଏହି ଯୋଜନାରେ ନରେଲା ଅଞ୍ଚଳରେ ୧,୨୨୪ଟି ରେଡି-ଟୁ-ମୁଭ୍ ଫ୍ଲାଟ୍‌ରେ ୨୫% ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ସବୁଠୁ ବଡ଼ କଥା ହେଉଛି ଫ୍ଲାଟ୍ ଆବଣ୍ଟନ ହେବ ‘First-Come, First-Served' ଆଧାରରେ ।

କିଏ କରିପାରିବେ ଆବେଦନ ?

ଏହି ଯୋଜନାରେ ମୁଖ୍ୟତଃ ଦୁଇଟି ବର୍ଗର ଲୋକ ଆବେଦନ କରିପାରିବେ । ପ୍ରଥମ ବର୍ଗରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର, PSU, ସ୍ୱୟଂଶାସିତ ସଂସ୍ଥା, ସରକାରୀ ବ୍ୟାଙ୍କ, ସ୍ଥାନୀୟ ସଂସ୍ଥା, ସରକାରୀ ବିଶ୍ୱବିଦ୍ୟାଳୟ ଓ ସରକାରୀ ହସ୍ପିଟାଲ୍‌ରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ କର୍ମଚାରୀ ରହିଛନ୍ତି ।

ଦ୍ୱିତୀୟ ବର୍ଗରେ ଡାକ୍ତର, ଓକିଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଆର୍କିଟେକ୍ଟ, ପ୍ଲାନର, ଇଞ୍ଜିନିୟର, ବୈଜ୍ଞାନିକ ଓ ଶିକ୍ଷକଙ୍କ ଭଳି ବୃତ୍ତିରେ ଥିବା ଲୋକମାନେ ଆବେଦନ କରିପାରିବେ ।

ଆବେଦନକାରୀ ଭାରତୀୟ ନାଗରିକ ଏବଂ ୧୮ ବର୍ଷରୁ ଅଧିକ ବୟସର ହୋଇଥିବା ଆବଶ୍ୟକ । ବିଶେଷ କଥା ହେଉଛି, ଆବେଦନକାରୀଙ୍କ ନାମରେ ପୂର୍ବରୁ ଅନ୍ୟ କୌଣସି ସମ୍ପତ୍ତି ଥିଲେ ମଧ୍ୟ ସେ ଏହି ଯୋଜନାରେ ଆବେଦନ କରିପାରିବେ ।

କେତେ ଟଙ୍କାରେ ମିଳିବ ଫ୍ଲାଟ୍?

ଉତ୍ତରପଶ୍ଚିମ ଦିଲ୍ଲୀର ନରେଲା (ସେକ୍ଟର A1 ରୁ A4, ପକେଟ୍ 11)ରେ DDA ଏହି ଫ୍ଲାଟଗୁଡ଼ିକ ପ୍ରଦାନ କରୁଛି ।
୧-BHK: ମୋଟ ୩୮୪ଟି ଫ୍ଲାଟ୍ ରହିଛି । ଏହାର କାର୍ପେଟ୍ ଏରିଆ ୬୦ରୁ ୬୧ ବର୍ଗମିଟର ଏବଂ ବୁକିଂ ରାଶି ୫୦ ହଜାର ଟଙ୍କା ।
୨-BHK: ମୋଟ ୪୩୨ଟି ଫ୍ଲାଟ୍ ରହିଛି । ଏହା ପାଇଁ ବୁକିଂ ରାଶି ୪ ଲକ୍ଷ ଟଙ୍କା ରହିଛି ।
୩-BHK: ମୋଟ ୪୦୮ଟି ଫ୍ଲାଟ୍ ରହିଛି । ଏହାର କାର୍ପେଟ୍ ଏରିଆ ୧୬୪ରୁ ୧୮୪ ବର୍ଗମିଟର ଏବଂ ବୁକିଂ ରାଶି ୧୦ ଲକ୍ଷ ଟଙ୍କା ରହିଛି ।

ବୁକିଂ ସମୟରେ ଦିଆଯାଇଥିବା ଏହି ରାଶି ପରେ ଚୂଡ଼ାନ୍ତ ଫ୍ଲାଟ୍‌ର ମୋଟ ମୂଲ୍ୟରେ ଆଡଜଷ୍ଟ କରାଯିବ । ତେବେ ବୁକିଂ ବାତିଲ ହେଲେ ଏହି ରାଶି ଫେରସ୍ତ ହେବ ନାହିଁ ।

କେବେଠାରୁ ବୁକିଂ ?

ଏହି ଯୋଜନା ପାଇଁ ରେଜିଷ୍ଟ୍ରେସନ୍ ୨୪ ଜୁଲାଇ ୨୦୨୬ରୁ DDA Awaas Portalରେ ଆରମ୍ଭ ହୋଇଛି । ରେଜିଷ୍ଟ୍ରେସନ୍ ପାଇଁ ୨,୫୦୦ ଟଙ୍କାର ନନ୍-ରିଫଣ୍ଡେବଲ୍ ଫି' ଦେବାକୁ ପଡ଼ିବ ।

ଫ୍ଲାଟ୍ ବୁକିଂ ୧୫ ଅଗଷ୍ଟ ୨୦୨୬ରୁ ଆରମ୍ଭ ହେବ । ପୋର୍ଟାଲରେ ପସନ୍ଦର ଫ୍ଲାଟ୍ ଚୟନ କରିବା ପରେ ବୁକିଂ ରାଶି ପୈଠ କରିବା ପାଇଁ ମାତ୍ର ୧୫ ମିନିଟ୍ ସମୟ ମିଳିବ । ଏହି ଯୋଜନା ୩୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କିମ୍ବା ସମସ୍ତ ଫ୍ଲାଟ୍ ବିକ୍ରି ହେବା ପର୍ଯ୍ୟନ୍ତ ଚାଲିବ ।

ଟଙ୍କା ପୈଠ ପାଇଁ କେତେ ସମୟ ?

ଫ୍ଲାଟ୍‌ର ଆଲଟମେଣ୍ଟ ଲେଟର ମିଳିବାର ୬୦ ଦିନ ମଧ୍ୟରେ ବାକି ଟଙ୍କା ପୈଠ କରିବାକୁ ପଡ଼ିବ । ଯଦି ଏହି ସମୟ ମଧ୍ୟରେ ଟଙ୍କା ଦେଇପାରିବେ ନାହିଁ, ତେବେ ଅତିରିକ୍ତ ୩୦ ଦିନର ଗ୍ରେସ୍ ପିରିୟଡ୍ ମିଳିବ । କିନ୍ତୁ ଏଥିପାଇଁ ୧୦% ସୁଧ ଦେବାକୁ ପଡ଼ିବ ।

କେଉଁ ଡକ୍ୟୁମେଣ୍ଟ ଦରକାର ?

ସରକାରୀ କର୍ମଚାରୀ କିମ୍ବା ପେନସନ୍‌ ପାଉଥିବା ଲୋକମାନେ ସେମାନଙ୍କ ଏମ୍ପ୍ଲୟି କିମ୍ବା ପେନ୍ସନର୍ ID କାର୍ଡ, ଏମ୍ପ୍ଲୟର ସାର୍ଟିଫିକେଟ୍, ସାଲାରି ସ୍ଲିପ୍ କିମ୍ବା Form 16 ଦେବାକୁ ପଡ଼ିବ ।

ସେହିପରି ପେଶାଦାରମାନଙ୍କ ପାଇଁ ଡିଗ୍ରୀ ସାର୍ଟିଫିକେଟ୍ ସହ ପ୍ରଫେସନାଲ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ଲାଟେଷ୍ଟ ITR କିମ୍ବା ଏମ୍ପ୍ଲୟି ID କାର୍ଡ ଆବଶ୍ୟକ ।
ତେଣୁ ଯଦି ଆପଣ ଦିଲ୍ଲୀରେ ନିଜ ଘର କିଣିବାର ଯୋଜନା କରୁଛନ୍ତି, ତେବେ DDAର ଏହି ଯୋଜନା ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: