ଝାନ୍ସୀରେ ଡାକ୍ତରଙ୍କୁ ଆକ୍ରମଣ, ୬ ସେକେଣ୍ଡରେ ମାରିଲେ ୧୨ ଥର ଚାପୁଡ଼ା

Key Points
ହସ୍ପିଟାଲରେ ରୋଗୀ ଦେଖୁଥିଲେ ଡାକ୍ତର । ହଠାତ ୧୩ ମୁଖା ପିନ୍ଧି ଆସିଲେ । ୬ ସେକେଣ୍ଡରେ ମାରିଲେ ୧୨ ଚାପୁଡ଼ା ।
ମୁଖା ପିନ୍ଧି ଆସିଲେ, ଡାକ୍ତରଙ୍କୁ ନିର୍ଧୁମ ପିଟିଲେ । ଉତ୍ତରପ୍ରଦେଶର ଝାନ୍ସୀରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ୧୩ ଜଣ ଗୁଣ୍ଡା ସ୍ପଷ୍ଟ ଦିବାଲୋକରେ ହସ୍ପିଟାଲରେ ପ୍ରବେଶ କଲେ, ଆଉ ଏହା ପରେ ଡାକ୍ତରଙ୍କ କ୍ୟାବିନରେ ପ୍ରବେଶ କରି ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ କିପରି ୧୩ ଜଣ ଗୁଣ୍ଡା ବିନା ଭୟରେ ହସ୍ପିଟାଲରେ ପ୍ରବେଶ କରିଥିଲେ ଏବଂ ସିଧା ଡାକ୍ତରଙ୍କ କ୍ୟାବିନକୁ ଯାଇ ତାଙ୍କୁ ମାଡ଼ ମାରିଥିଲେ । ମାତ୍ର ୬ ସେକେଣ୍ଡ ମଧ୍ୟରେ ଡାକ୍ତରଙ୍କୁ ୧୨ ଥର ଚାପୁଡ଼ା ମାରିଥିଲେ ।
ଏମିତି ଏକ ଅଭାବନୀୟ ଘଟଣା ଝାନ୍ସିର ନବବାଦ ଅଞ୍ଚଳରେ ଅବସ୍ଥିତ ସଞ୍ଜିବନୀ ନାମକ ଏକ ଘରୋଇ ହସ୍ପିଟାଲରେ ଘଟିଥିଲା। ଡାକ୍ତର ମନଦୀପ ରୋଗୀଙ୍କ ଚିକିତ୍ସା କରୁଥିଲେ । ସେପ୍ଟେମ୍ବର ୬ ତାରିଖରେ କମଲେଶ ଦେବୀ ନାମକ ଜଣେ ରୋଗୀଙ୍କୁ ଜ୍ୱର ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରୋଗୀଙ୍କ ପୁଅ ଶିବଦୀପ ସିଂହ ଚିକିତ୍ସାରେ ଅସନ୍ତୁଷ୍ଟ ଥିଲେ ଏବଂ କର୍ମଚାରୀଙ୍କ ସହିତ ଖରାପ ବ୍ୟବହାର କରୁଥିଲେ। ଏ ନେଇ ତାଙ୍କର ଡାକ୍ତରଙ୍କ ସହ ବିବାଦ ହୋଇଥିଲା । ଯାହାକୁ ନେଇ ଶେଷରେ ଡାକ୍ତରଙ୍କୁ ପୋଲିସକୁ ଡାକିବାକୁ ପଡ଼ିଥିଲା ।
झाँसी में क़ानून-व्यवस्था धराशायी हो गई है। संजीवनी हॉस्पिटल के डॉ. मनदीप को गुंडों ने अस्पताल में घुसकर बुरी तरह पीटा। 13 बदमाश मुँह पर नक़ाब लगाकर अस्पताल में घुसे थे।
ये क़ानून-व्यवस्था की बहुत बड़ी नाकामी है। डॉक्टरों की सुरक्षा प्रशासन की ज़िम्मेदारी है।
कठोर कार्यवाई हो… pic.twitter.com/kBZ5GFbzle
📱 Get Argus News App
✨
ବାସ୍ତବରେ, ଡାକ୍ତର ରୋଗୀଙ୍କୁ ଡିସଚାର୍ଜ କରିଥିଲେ । କିନ୍ତୁ ଏହାର କିଛି ସମୟ ପରେ, ପ୍ରାୟ ୧୩ ଜଣ ମୁଖାପିନ୍ଧା ଲୋକ ପୁଣି ଥରେ ହସ୍ପିଟାଲକୁ ଆସିଥିଲେ । ସେମାନେ ସିଧାସଳଖ ଡାକ୍ତର ମନଦୀପଙ୍କ ଚାମ୍ବରରେ ପ୍ରବେଶ କରି ତାଙ୍କ ଉପରେ ନିର୍ମମ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ କାଚ ଭାଙ୍ଗି ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ହସ୍ପିଟାଲ କର୍ମଚାରୀମାନେ ସେଠାରେ ପହଞ୍ଚି ଡାକ୍ତରଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ସମ୍ପୂର୍ଣ୍ଣ ଘଟଣାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି ।
ଏହି ଘଟଣା ପରେ ଡାକ୍ତର ମନଦୀପ ତୁରନ୍ତ ନବାବାଦ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀଙ୍କ ମଧ୍ୟରେ ରୋଗୀଙ୍କ ପୁଅ ଶିବଦୀପ ସିଂହ ମଧ୍ୟ ସାମିଲ ଥିବା ଡାକ୍ତର କହିଛନ୍ତି। ନବାବାଦ ଥାନା ପ୍ରଭାରୀ ସନ୍ତୋଷ ଅବସ୍ଥି ସୂଚନା ଦେଇଛନ୍ତି ଯେ ଡାକ୍ତରଙ୍କ ଅଭିଯୋଗ ଆଧାରରେ ଶିବଦୀପ ସିଂହ, ହ୍ରିତିକ୍, ଦୀପକ, ମୟଙ୍କ, ଜୟନ୍ତ ଏବଂ ଆଠ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଆକ୍ରମଣକାରୀଙ୍କୁ ଶୀଘ୍ର ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଛି ।