Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଳବୈଶାଖୀର ତାଣ୍ଡବ: ଲୋକଙ୍କୁ ଉଡ଼ାଇନେଲା ପବନ

National

Heavy Rain / କାଳବୈଶାଖୀର ତାଣ୍ଡବ: ଲୋକଙ୍କୁ ଉଡ଼ାଇନେଲା ପବନ

Rashmita Mishra
Browse all articles by Rashmita Mishra
·1 hour ago·2 min read
କାଳବୈଶାଖୀର ତାଣ୍ଡବ: ଲୋକଙ୍କୁ ଉଡ଼ାଇନେଲା ପବନ
Heavy Rain

Key Points

  • କାଳବୈଶାଖୀର ତାଣ୍ଡବ ୯୦ ଜଣଙ୍କର ଗଲା ଜୀବନ । 
  • ୧୦୦ ଫୁଟ ଉପରେ ଲୋକଙ୍କୁ ଉଡ଼ାଇନେଲା ପବନ ।
  • ଅଚାନକ ମାଡ଼ି ଆସିଲା ଭୟଙ୍କର ଘୂର୍ଣ୍ଣିଝଡ଼ । 
  • ଅଚାନକ ମାଡ଼ି ଆସିଲା ଧୁମ ପବନ... ପ୍ରବଳ ପବନରେ ୧୦୦ ଫୁଟ ଉପରେ ଉଡ଼ିଲେ ଲୋକ । ୯୦ ଜଣଙ୍କର ହୋଇଗଲା ଅକାଳରେ ମୃତ୍ୟୁ । ହଠାତ ମାଡ଼ିଆସିଥିଲା କାଳବୈଶାଖୀ ବର୍ଷା। କ୍ଷଣିକରେ ସବୁ କିଛି ଛାରଖାର କରିପକାଇଥିଲା । ଘର ଦ୍ଵାର ସବୁ ଭାଙ୍ଗି ପକାଇଲା । ୧୦୦ ଫୁଟ ଉପରକୁ ଲୋକଙ୍କୁ ଉଡ଼ାଇନେଲା । କାରବୈଶାଖୀର ତାଣ୍ଡବ ଏକା ସାଙ୍ଗରେ ୯୦ ଜଣଙ୍କୁ ମୃତ୍ୟୁର ଜାଲ ଭିତରକୁ ଟାଣି ନେଲା ।

    ବୁଧବାର ଦିନ ଉତ୍ତର ପ୍ରଦେଶର ବରେଲିରେ ଘଟିଥିବା ଏକ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚାଇ ଦେଇଛି । ଝଡ଼ ଏବଂ ବର୍ଷା ସହିତ ପାଗର ହଠାତ୍ ପରିବର୍ତ୍ତନ ସେଠାକାର ବାସିନ୍ଦାଙ୍କୁ ସ୍ତବ୍ଧ କରିଦେଇଛି । ସହରର ଅନେକ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଛି, ବିଦ୍ୟୁତ୍ ଖୁଣ୍ଟ ପଡ଼ିଛି ଏବଂ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ, ଏକ ବିବାହ ସ୍ଥାନରେ ଥିବା ଟିନ୍ ସେଡ୍ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଏକ ପିଲା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ରେ ଉଡ଼ିଗଲା। ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ।

    କାଳବୈଶାଖୀ ଏବେ ପୁରା ଦେଶରେ ଦେଖିବାକୁ ମିଳୁଛି। ତୁହାକୁ ତୁହା ବର୍ଷା ହେବା ସହ ହୋଇଛି ପ୍ରବଳ ଝଡ଼ ପବନ। ଘରଦ୍ବାର ଭାଙ୍ଗିବା ସହ ବଡ଼ ବଡ଼ ଗଛ ସବୁ ଉପାଡ଼ି ପକାଇଛି। ସବୁ କିଛି ଏତେ ଜଲଦି ହୋଇଥିଲା କି ଲୋକ କେହି କିଛି ବୁଝିପାରି ନଥିଲେ। ଯାହାପାଇଁ ୯୦ ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଗଲାଣି ।

    ଏଥିସହ ପଢ଼ନ୍ତୁ: ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା , ୪୦ରୁ ୫୦ କିମି ବେଗରେ ବହିପାରେ ପବନ

    ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ହୋଇଛି କାଳବୈଶାଖୀ ବର୍ଷା। ଲୋକଙ୍କୁ ଉଡ଼ାଇ ନେଉଛି ପବନ। ୧୦୦ ଫୁଟ ଉପରେ ଉଡ଼ୁଛନ୍ତି ଲୋକ। ଟେଣ୍ଟ ସହ ଉଡ଼ିକି ଯାଉଥିବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ବଡ଼ ବଡ଼ ଗଛ ସବୁ କୁ ଭାଙ୍ଗି ପକାଉଛି ପବନ। ଯଦି ଦେଖିବା ପ୍ରୟାଗରାଜ ଏବଂ ଭଦୋହି ଜିଲ୍ଲାରେ ଏହାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଛି ।

    ପ୍ରୟାଗରାଜରେ ସର୍ବାଧିକ ୧୭ ଜଣ ଏବଂ ଭଦୋହିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଫତେପୁର, ବଦାଉନ୍ ଏବଂ ଚାନ୍ଦୌଲି ଭଳି ଜିଲ୍ଲାରୁ ମଧ୍ୟ ମୃତ୍ୟୁ ଖବର ଆସିଛି। କେଉଁଠି କାନ୍ଥ ପଡ଼ି ତ କେଉଁଠି ବଜ୍ରପାତ ଯୋଗୁଁ ଏହି ଅଘଟଣ ଘଟିଛି । 

    ଏହି ଦୁଃଖଦ ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ତୁରନ୍ତ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରଭାବିତ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଜିଲ୍ଲାପାଳମାନଙ୍କୁ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଫସଲ ଏବଂ ଗୃହପାଳିତ ପଶୁଙ୍କ କ୍ଷୟକ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦେବାକୁ କୃଷି ଓ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    Heavy Rain | Massive Storm Chaos: Strong Winds Sweep People Away | Argus News