Bangladeshi Death / ତ୍ରିପୁରାରେ ୩ ବାଂଲାଦେଶୀ ନିପାତ, ମୃତ୍ୟୁକୁ ନେଇ ଭାରତ ଉପରେ ୪ଟି ଦାବି ରଖିଲା ବାଂଲାଦେଶ
·11 months ago·2 min read

Key Points
ତ୍ରିପୁରାରେ ୩ ବାଂଲାଦେଶୀ ନିପାତ
ଅଧରାତ୍ରୀରେ ବେଆଇନ ଭାବେ ଭାରତକୁ କରିଥିଲେ ପ୍ରବେଶ
ବାଂଲାଦେଶୀ ମୃତ୍ୟୁକୁ ନେଇ ଭାରତ ଉପରେ ୪ଟି ଦାବି ରଖିଲା ବାଂଲାଦେଶ

ଅଧରାତିରେ ଭାରତର ବର୍ଡର ପାର କରି ୩ କିଲୋମିଟର ଚାଲି ଆସିଥିଲେ ବାଂଲାଦେଶୀ । ଆଉ ସ୍ଥାନୀୟ ଗାଁ ଲୋକଙ୍କ ଉପରେ ଧାରୁଆ ଅସ୍ତ୍ରଶସ୍ତ୍ରରେ କରିଥିଲେ ଆକ୍ରମଣ । ଆଉ ନିଜକୁ ବଞ୍ଚାଇବାକୁ ଯାଇ ସେହି ୩ ବାଂଲାଦେଶୀଙ୍କୁ ମାରିଦେଲେ ଗାଁ ଲୋକେ ।
ତ୍ରିପୁରାର ଖୋୱାଇ ଜିଲ୍ଲାପ ବିଦ୍ୟାବିଲ ଗାଁରେ ଭାରତ ବାଂଲାଦେଶ ବର୍ଡରରେ ହୋଇଥିଲା ଏପରି ହତ୍ୟାକାଣ୍ଡ । ୩ ଜଣ ବାଂଲାଦେଶ ଭାରତ ବର୍ଡର ପାର୍ କରି ବେଆଇନ ଭାବେ ଭାରତର ୩ କିଲୋମିଟର ଭିତରକୁ ଆସି ଯାଇଥିଲେ । ମଧ୍ୟରାତ୍ରୀରେ ସେମାନେ ପଶି ଆସିବା ପରେ ଗାଁ ଲୋକେ ସେମାନଙ୍କୁ ଘେରି ପଚରାଉଚରା କରିଥିଲା । ପରେ ଜଣା ପଡିଥିଲା, ସେମାନେ ବାଂଲାଦେଶୀ ଅଟନ୍ତି ଏବଂ ବର୍ଡର ନିକଟରେ ଥିବା ଗାଈ ଗୁହାଳରୁ ଗାଇ ଚୋରି କରିବାକୁ ଆସିଥିଲେ । ତେବେ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଗୋ ଚାଲାଣ ମାମଲା ଅନେକ ଥର ଦେଖିବାକୁ ମିଳିଛି । ଯେତେବେଳେ ସେହି ଗାଁଲୋକେ ୩ ଜଣ ବାଂଲାଦେଶୀଙ୍କ ସହ ମୁହାଁମୁହିଁ ହୋଇଥିଲେ, ସେତେବେଳେ ସେମାନେ ଗାଁ ଲୋକଙ୍କୁ ଧାରୁଆ ଅସ୍ତ୍ରଶସ୍ତ୍ର ଦ୍ଵାରା ଆକ୍ରମଣ କରିବାକୁ ଆରମ୍ଭ କରିଥିଲେ ।
ଏହି ଆକ୍ରମଣରେ ଜଣେ ଗାଁ ଲୋକର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ବାଂଲାଦେଶଙ୍କୁ ମାରି ଦେଇଥିଲେ ଗାଁ ଲୋକେ । ଏହାପରେ ସେମାନଙ୍କ ଶବକୁ ବାଂଲାଦେଶ ଅଥୋରିଟିଙ୍କୁ ଦିଆଯାଇଥିଲା । ଯାହାକୁ ନେଇ ବାଂଲାଦେଶ ସରକାର ଅଭିଯୋଗ କରିଛି , ସେହି ୩ ଜଣ ବ୍ୟକ୍ତି ନୀରିହ ଥିଲେ, ତାଙ୍କୁ ଭାରତୀୟ ଲୋକମାନେ ମାରି ଦେଇଛନ୍ତି । ଏପରି ଆରୋପ ଭାରତ ଉପରେ ଲଗାଇଛି ବାଂଲାଦେଶ। ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଭାରତ ଉପରେ ଅନେକ ଥର ଏପରି ଆରୋପ ଲଗାଇ ନିଜକୁ ନୀରିହ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛି ବାଂଲାଦେଶ ।
ତେବେ ବାଂଲାଦେଶ ଏବେ ଭାରତ ଉପରେ ୪ଟି ଦାବି କରିଛି । ବାଂଲାଦେଶର ଦାବି ମୁତାବକ, ଏହି ଘଟଣା ପାଇଁ ତାଙ୍କୁ ସଠିକ ତଦନ୍ତ ଦରକାର । ଯେଉଁମାନେ ସେହି ୩ ଜଣଙ୍କୁ ମାରିଛନ୍ତି, ସେମାନଙ୍କୁ ଉଚିତ ଦଣ୍ଡ ମିଳିବା ଦରକାର । ବାଂଲାଦେଶରେ ରହୁଥିବା ସେହି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ଦରକାର । ଆଉ ଭବିଷ୍ୟତରେ ଯେପରି ଏହି ଘଟଣା ଆଉ ନହୁଏ, ସେଥିପ୍ରତି ସଜାଗ ରହିବା ନେଇ କହିଛି ବାଂଲାଦେଶ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢନ୍ତୁ : ୯୩ ବର୍ଷରେ ବାପା ହେଲେ ଡାକ୍ତର, କହିଲେ ଆଉ ଏକ ଛୁଆର ଅଛି ଯୋଜନା..
ତେବେ ବାଂଲାଦେଶକୁ ମଧ୍ୟ କଡା ଜବାବ ଦେଇଛି ଭାରତ । ଭାରତ କହିଛି ସେହି ବାଂଲାଦେଶୀମାନେ ବେଆଇନ ଭାବେ ପ୍ରଥମେ ଗୋଚାଲାଣ କରିବାକୁ ଭାରତ ଭିତରକୁ ପଶିଥିଲେ । ଆଉ ସେମାନେ ଆକ୍ରମଣ କରିବା ପରେ ହିଁ ଗାଁ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କୁ ମାରି ଦେଇଥିଲେ । ତେବେ ଏହି ଘଟଣା ପରେ ପୋଲିସ ଏବଂ ଫରେନ୍ସିକ୍ ଇନଭେଷ୍ଟିଗେସନ ଚାଲୁ ରହିଛି ।
ଏହାକୁ ନେଇ ତ୍ରିପୁରା ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଭିତରେ ବେଆଇନ ଭାବେ ପ୍ରବେଶ କରିବା ଏକ ଦଣ୍ଡନୀୟ ଅପରାଧ । ଏହାକୁ ସହ୍ୟ କରାଯିବ ନାହିଁ । ଆଉ ସ୍ଥାନୀୟ ଲୋକେ କେବଳ ନିଜକୁ ବଞ୍ଚାଇବା ପାଇଁ ହିଁ ସେହି ୩ ବାଂଲାଦେଶୀଙ୍କୁ ମାରି ଦେଇଥିଲେ ।
ତେବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସବୁଠୁ ବଡ ବର୍ଡର ଅଛି । ହେଲେ ବାଂଲାଦେଶ ଭାରତ ବର୍ଡରରେ ପୂର୍ବରୁ ମଧ୍ୟ ଅନେକ ସମସ୍ୟା ରହିଛି । ପୂର୍ବରୁ ଗୋଚାଲାଣ, ବାଂଲାଦେଶୀଙ୍କ ବେଆଇନ ଭାରତ ପ୍ରବେଶ, ଡ୍ରଗ୍ସ ସ୍ମଗ୍ଲିଙ୍ଗ ଆଦି ସମସ୍ୟା ଲାଗି ରହିଛି ।

Related Topics
Explore more stories