Videos
|
National

ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ

Swayangprajna Mishra
Browse all articles by Swayangprajna Mishra
·2 years ago
ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ

ଅର୍ଗସ ବ୍ୟୁରୋ :  ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ। ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସାହାରର ପ୍ରତିଷ୍ଠାତା ସୁବ୍ରତ ରାୟ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତାଙ୍କର ମର ଶରୀରକୁ ବୁଧବାର ଲକ୍ଷ୍ନୌର ସାହାରା ସହର ଅଣାଯିବ। ଏଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।

୧୯୪୮ ମସିହା ଜୁନ ୧୦ ତାରିଖରେ ବିହାରର ଅରରିଆରେ ସୁବ୍ରତ ରାୟ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ପ୍ରମୁଖ କାରବାର ସାହାରା ଇଣ୍ଡିଆ ପରିବାରର ସଂସ୍ଥାପକ ଥିଲେ। ସେ ସମଗ୍ର ଦେଶରେ ସାହାରାଶ୍ରୀ ନାମରେ ବେଶ ପରିଚିତ ଥିଲେ। ସୁବ୍ରତ ଗୋରଖପୁରର ସରକାରୀ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍‌ରୁ ମେକାନିକାଲ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଲାଭ କରିଥିଲେ।

ଭାରତ ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: