Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଷାକ୍ତ ମଦ ପିଇ ୨୧ ଜଣଙ୍କ ମୃତ୍ୟୁ

Jitendra Dash
Browse all articles by Jitendra Dash
·2 years ago·1 min read
ବିଷାକ୍ତ ମଦ ପିଇ ୨୧ ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପଞ୍ଜାବ ସାଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସାଙ୍ଗରୁରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବା ଅନୁଯାୟୀ, ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା ପରେ ଅତି କମରେ ୪୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା । ମାର୍ଚ୍ଚ ୨୦ରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରଦିନ ପଟିଆଲାର ରଜିନ୍ଦ୍ର ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା । 

ଅଧିକ ପଢନ୍ତୁ ଭାରତ ଖବର

ପୋଲିସ କହିଛି ଯେ, ପଚରାଉଚରା ସମୟରେ ବିଷାକ୍ତ ମଦ କାରବର ନେଇ ସୂଚନା ମିଳିଛ । ଏକ ଘରେ ବିଷାକ୍ତ ମଦ ପ୍ରସ୍ତୁତ ହେଉଥିବା ଅଭିଯୁକ୍ତମାନେ କହିଛନ୍ତି । ସୂଚନା ପାଇବା ପରେ ସମ୍ପୃକ୍ତ ଘରେ ଚଢାଉ କରି ୨୦୦ ଲିଟର ବିଷାକ୍ତ ମଦ ଜବତ କରାଯାଇଛି । ଏହି ମଦରେ ଇଥାନଲ ମିଶ୍ରଣ ହୋଇଛି । ଏହି ରସାୟନକୁ ମଧ୍ୟ ଜବତ କରାଯାଇଛି ବୋଲି ପୋଲିସ କହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Death toll in Sangrur spurious liquor case rises to 20; EC seeks report from Chief Secretary | Argus News