Debashish Files Nomination / ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଦେବାଶିଷ,କହିଲେ ଦଳ ଯାହା କାମ ଦେବ ତାହା କରିବି
·1 hour ago·3 min read

Key Points
ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ
ରାଜ୍ୟସଭାର ସଦସ୍ୟ ପାଇଁ ବିଜେପି ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ
ବିଜେଡି ବିରୋଧରେ ବିସ୍ଫୋରଣ କରିଛନ୍ତି ଦେବାଶିଷ
ଆଗକୁ ଖାଲି ହୋଇଯିବ ବିଜେଡି ଭାଡ଼ି
ଅନେକ ଲୋକ ଏଥିରେ ବ୍ରିଜ ହେବା ପାଇଁ ଅଛନ୍ତି

ଭୁବନେଶ୍ବର୦୫/୦୬: ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ। ରାଜ୍ୟସଭାର ସଦସ୍ୟ ପାଇଁ ବିଜେପି ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାଏ। ଦେବାଶିଷ ୪ ସେଟ ନାମାଙ୍କନ ପତ୍ର ଭରିଛନ୍ତି। ତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ କାଲି ତାଙ୍କ ନାମରେ ମୋହର ମାରିଥିଲା ବିଜେପି ସଂସଦୀୟ ବୋର୍ଡ।
ନାମାଙ୍କନ ଦାଖଲ ପରେ ବିଜେଡି ବିରୋଧରେ ବିସ୍ଫୋରଣ କରିଛନ୍ତି ଦେବାଶିଷ। ଆଗକୁ ଖାଲି ହୋଇଯିବ ବିଜେଡି ଭାଡ଼ି, ଅନେକ ଲୋକ ଏଥିରେ ବ୍ରିଜ ହେବା ପାଇଁ ଅଛନ୍ତି ବୋଲି କହିଛନ୍ତି। ମୁଁ ବିଜେପିର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଉଛି। ମୋତେ ଲାଗୁଛି ମୁଁ ମୋ ଘରକୁ ଫେରିଛି। ମୋତେ ପୁନର୍ବାର ରାଜ୍ୟସଭାକୁ ପଠାଇଛନ୍ତି। ମୋତେ ଦଳ ଯେଉଁ କାମ ଦେବ ସେ କାମ କରିବି। ବିରୋଧୀ ହେଉକି ଶାସକ ଦଳ ଲୋକଙ୍କ କାମ କରିବାରେ କୌଣସି ଅସୁବିଧା ନାହିଁ। ଡବଲ ଇଞ୍ଜିନ ସରକାରରେ ମୁଁ ଅଧିକ କାମ କରିବି।
ଗତ ମେ ୨୫ ତାରିଖରେ ବିଜେଡିରୁ ରାଜ୍ୟସଭା ସାଂସଦ ଥିବା ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ଏବଂ ରାଜ୍ୟସଭା ଅଧକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପରେ ଦଳ ବିରୋଧରେ ବିଷୋଦଗାର କରିଥିଲେ ପୁର୍ବତନ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ। ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି। ନବୀନ ନିବାସକୁ ହଠାତ୍ ମୋତେ ଯିବାକୁ ମନା କରାଗଲା। ବିଜୁବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍। ବିଜୁବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ। ଏବେ ବିଜେପି ମୋତେ ଯେଉଁ କାମ ଦେବ, ସେ କାମ ନିଶ୍ଚୟ କରିବି ବୋଲି କହିଥିଲେ ଦେବାଶିଷ।
ପଢନ୍ତୁ ଏହି ଖବର: ବିଜେଡ଼ି ସାଂସଦ ସଂଖ୍ୟା ଶୁନ ହୋଇଯିବ, ବିଜେଡି ସାଂସଦ ମାନେ ଆମ ଲିଙ୍କ୍ ରେ ଅଛନ୍ତି: ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିଷ୍ପୋରକ ବୟାନ
ବିଜେଡି ଛାଡ଼ିବାର ଗୋଟିଏ ଦିନ ପରେ ମେ ୨୬ ତାରିଖରେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବିଜେପିରେ ସାମିଲ୍ ହୋଇଥିଲେ। ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଥିଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ ଦେବାଶିଷ। ବିଜେପିରେ ଯୋଗଦେବା ପରେ ଦେବାଶିଷ ସାମନ୍ତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। "ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ଵପ୍ନ, ତାଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛି । ଓଡ଼ିଶାରେ ଦଳକୁ ଆହୁରି ମଜଭୁତ୍ କରିବାକୁ ଚେଷ୍ଟା କରିବି " ବୋଲି କହିଥିଲେ।
ଆଗକୁ ବିଜେଡ଼ିରେ ବଡ ବିସ୍ଫୋରଣ ହେବ। ବିଜେଡ଼ି ଡଙ୍ଗା ବୁଡୁଛି। ଜୀବନ ବଞ୍ଚାଇବା ପାଇଁ ବଡ ନେତା ସବୁ ବିଜେପିର ବଡ ଡଙ୍ଗାକୁ ଲମ୍ଫ ପ୍ରଦାନ କରୁଛନ୍ତି। ବିଜେଡ଼ି ସାଂସଦ ସଂଖ୍ୟା ଶୁନ ହୋଇଯିବ। ବିଜେଡି ସାଂସଦମାନେ ଆମ ଲିଙ୍କ୍ ରେ ଅଛନ୍ତି। ବହୁ ନେତା ବି ଲିଙ୍କ୍ ରେ ଅଛନ୍ତି। ବିଜେଡ଼ି ଏବେ ନେତୃତ୍ୱ ବିହୀନ। 2024 ରେ କ୍ଷମତା ଯିବା ପରେ ବିଜେଡ଼ିରେ କେହି ସୁରକ୍ଷିତ ମଣୁନାହାନ୍ତି। ବିଜେପି ସରକାର ଲମ୍ବା ସମୟ ଧରି ଚାଲିବ ବୋଲି କହିଥିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ।
ଲୋକସଭାରେ ବିଜେଡିର ସଂଖ୍ୟା ଶୁନ ଥିବା ବେଳେ ରାଜ୍ୟସଭାରେ ରହିଛନ୍ତି ମାତ୍ର ୫ ଜଣ ସଦସ୍ୟ। ଦେବାଶିଷଙ୍କ ପୁର୍ବରୁ ବିଜେଡିର ଦୁଇ ରାଜ୍ୟସଭା ସଦସ୍ୟ ମମତା ମହନ୍ତ ଓ ସୁଜିତ କୁମାର ଦଳ ଓ ରାଜ୍ୟସଭା ସଦସ୍ୟ ପଦ ଛାଡ଼ିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories