Videos
|
Odisha

BJD MPs Will Become Zero / ବିଜେଡ଼ି ସାଂସଦ ସଂଖ୍ୟା ଶୁନ ହୋଇଯିବ, ବିଜେଡି ସାଂସଦ ମାନେ ଆମ ଲିଙ୍କ୍ ରେ ଅଛନ୍ତି: ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିଷ୍ପୋରକ ବୟାନ

Bikash Mohanty
Browse all articles by Bikash Mohanty
·3 months ago·2 min read
ବିଜେଡ଼ି ସାଂସଦ ସଂଖ୍ୟା ଶୁନ ହୋଇଯିବ, ବିଜେଡି ସାଂସଦ ମାନେ ଆମ ଲିଙ୍କ୍ ରେ ଅଛନ୍ତି: ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିଷ୍ପୋରକ ବୟାନ
BJD

Key Points

`ବୁଡୁଛି ବିଜେଡି ଡଙ୍ଗା'
ବିଜେଡିର ବଡ଼ ନେତୃତ୍ବ ଯୋଗାଯୋଗରେ
ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି
ବିଜେଡ଼ି ସାଂସଦ ସଂଖ୍ୟା ଶୁନ ହୋଇଯିବ
ଭୁବନେଶ୍ବର୦୩/୦୬:ଆଗକୁ ବିଜେଡ଼ିରେ ବଡ ବିସ୍ଫୋରଣ ହେବ। ବିଜେଡ଼ି ଡଙ୍ଗା ବୁଡୁଛି। ଜୀବନ ବଞ୍ଚାଇବା ପାଇଁ ବଡ ନେତା ସବୁ ବିଜେପିର ବଡ ଡଙ୍ଗାକୁ ଲମ୍ଫ ପ୍ରଦାନ କରୁଛନ୍ତି। ବିଜେଡ଼ି ସାଂସଦ ସଂଖ୍ୟା ଶୁନ ହୋଇଯିବ। ସାଂସଦ ମାନେ ଆମ ଲିଙ୍କ୍ ରେ ଅଛନ୍ତି। ବହୁ ନେତା ବି ଲିଙ୍କ୍ ରେ ଅଛନ୍ତି। ବିଜେଡ଼ି ଏବେ ନେତୃତ୍ୱ ବିହୀନ। 2024 ରେ କ୍ଷମତା ଯିବା ପରେ ବିଜେଡ଼ିରେ କେହି ସୁରକ୍ଷିତ ମଣୁନାହାନ୍ତି। ବିଜେପି ସରକାର ଲମ୍ବା ସମୟ ଧରି ଚାଲିବ ବୋଲି କହିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ।

୨୦୨୪ ସାଧାରଣ ନିର୍ବାଚନରେ ଚିତ୍ତପଟାଙ୍ଗ ମାରିଊ ବିଜେଡି। ୨୪ ବର୍ଷ ଶାସନର ଘଟିଲା ଅନ୍ତ। କ୍ଷମତାରୁ ଗଳା ପରେ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡ଼ୁଛନ୍ତି। ଲୋକସଭାରେ ବିଜେଡି ଶୁନ ହେବାପରେ ଏବେ ରାଜ୍ୟସଭାରେ ଛିଡୁଛି ବିଜେଡି, ବଢୁଛି ବିଜେପି । ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏବେ ସଂସଦର ଉଚ୍ଚ ସଦନରେ ବିଜେଡିର ସାଂସଦଙ୍କ ସଂଖ୍ୟା ୫ ହୋଇଯାଇଛି।

ପୁର୍ବରୁ ବିଜେଡିର ଦୁଇ ରାଜ୍ୟସଭା ସଦସ୍ୟ ମମତା ମହନ୍ତ ଓ ସୁଜିତ କୁମାର ଦଳ ସ ରାଜ୍ୟସଭା ସଦସ୍ୟ ପଦ ଛାଡ଼ିଥିଲେ। ଏବଂ ବିଜେପିରେ ସାମିଲ ହେଇଥିଲେ। ଦେବାଶିଷଙ୍କ ପରେ ଆହୁରି ଦୁଇ ଜଣ ସାଂସଦ ବିଜେପି ଯୋଗାଯୋଗରେ ଥିବା ନେଇ ବିସ୍ଫୋରକ ବୟାନ ଦେଇଥିଲେ ବିଜେପି ସାଂସଦ ରବିନ୍ଦ୍ର ନାରାୟଣ ବେହେରା। ଯାହାକୁ ନେଇ ବିଜେଡି ଶିବିରରେ ଆରମ୍ଭ ହୋଇଛି କମ୍ପନ । ଦେବାଶିଷଙ୍କ ଇସ୍ତଫା ପରେ ରାଜ୍ୟସଭାରେ ସାଂସଦ ସଂଖ୍ୟା ୫କୁ ଖସିଥିବା ବେଳେ ପ୍ରଶ୍ନ ଆଗକୁ କ'ଣ ହେବ ତାହା ଉପରେ ସମସ୍ତଙ୍କ ନଜର।

ପଢନ୍ତୁ ଏହି ଖବର: ରାଜ୍ୟସଭାରେ ଛିଡୁଛି ବିଜେଡି,ବଢୁଛି ବିଜେପି,ସଂସଦର ଉଚ୍ଚସଦନରେ ବିଜେଡି ସାଂସଦଙ୍କ ସଂଖ୍ୟା ୫ ହୋଇଯାଇଛି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୨ରେ ନିର୍ବାଚିତ ହୋଇଥିବା ବିଜେଡି ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ମାନସ ମଙ୍ଗରାଜଙ୍କ କାର୍ଯ୍ୟକାଳ ୨୦୨୮ ଯାଏଁ ରହିଛି । ସେହିପରି ବିଜେଡିରୁ ୨୦୨୪ରେ ନିର୍ବାଚିତ ହୋଇଥିବା ଶୁଭାଶିଷ ଖୁଣ୍ଟିଆଙ୍କ କାର୍ଯ୍ୟକାଳ ୨୦୩୦ ଯାଏଁ ରହିଥିବାବେଳେ, ଚଳିତବର୍ଷ ବିଜେଡିରୁ ନିର୍ବାଚିତ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ରଙ୍କ କାର୍ଯ୍ୟକାଳ ୨୦୩୨ରେ ଯାଏଁ ରହିଛି ।

ଅନ୍ୟପକ୍ଷରେ ଗତ ଏପ୍ରିଲରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ନିର୍ବାଚିତ ହୋଇଥିବାବେଳେ, ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇ ରାଜ୍ୟସଭା ପଠାଇଛି ବିଜେପି । ତେଣୁ ଏହି ୩ ସାଂସଦଙ୍କ କାର୍ଯ୍ୟକାଳ ୨୦୩୨ ଯାଏଁ ରହିଛି । ସେହିପରି ୨୦୨୪ରେ ବିଜେପି ପାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଥିଲା ବିଜେଡି । ତାଙ୍କର କାର୍ଯ୍ୟକାଳ ମଧ୍ୟ ୨୦୩୦ ଯାଏଁ ରହିଛି ।