Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମ କ୍ୟାବିନେଟରେ ବଡ ନିଷ୍ପତ୍ତି , ଆବାସ ଯୋଜନାରେ ଆଉ ୩ କୋଟି ଘର

National

ପ୍ରଥମ କ୍ୟାବିନେଟରେ ବଡ ନିଷ୍ପତ୍ତି , ଆବାସ ଯୋଜନାରେ ଆଉ ୩ କୋଟି ଘର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପ୍ରଥମ କ୍ୟାବିନେଟରେ ବଡ ନିଷ୍ପତ୍ତି , ଆବାସ ଯୋଜନାରେ ଆଉ ୩ କୋଟି ଘର

ଅର୍ଗସ ବ୍ୟୁରୋ : ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ୍‌ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ପ୍ରଥମ ବୈଠକ ବସିଛି । ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏଥିରେ ଯୋଗ ଦେଇଛନ୍ତି । ଅମିତ ଶାହ, ରାଜନାଥ ସିଂହ, ନୀତୀନ ଗଡ଼କରି, ଜେପି ନଡ୍ଡା ପ୍ରମୁଖ ଏଥିରେ ଉପସ୍ଥିତ ଅଛନ୍ତି । ମୋଦି କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ପ୍ରଥମ ନିଷ୍ପତ୍ତି ନିଆଯାଇଛି । ପିଏମ୍‌ ଆବାସ ଯୋଜନାରେ ଗରିବଙ୍କ ପାଇଁ ୩ କୋଟି ନୂଆ ଘର ପ୍ରଦାନ ନେଇ ନିଷ୍ପତ୍ତି ହୋଇଛି । ଗ୍ରାମାଞ୍ଚଳ ସହ ସହରରେ ଘର ତିଆରି ପାଇଁ ଘୋଷଣା ହୋଇଛି ।

ଅଧିକ ପଢନ୍ତୁ : ସପ୍ତାହର ପ୍ରଥମ ୪ ଦିନ କାର୍ଯ୍ୟାଳୟ ଛାଡ଼ିବେ ନାହିଁ କୌଣସି ମନ୍ତ୍ରୀ

ନିର୍ମାଣ ହେବାକୁ ଥିବା ସବୁ ଘରେ ଶୌଚାଳୟ ସହ ଟ୍ୟାପ ଯୋଗେ ପାଣି ସଂଯୋଗ , ବିଜୁଳି, LPG କନେକ୍ସନ ପାଇଁ ନିଷ୍ପତ୍ତି ହୋଇଛି । ଗତ ୧୦ ବର୍ଷରେ ୪.୨୧ କୋଟି ଘର ତିଆରି ସରିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୭୨ ଜଣ ସଦସ୍ୟ ଶପଥ ନେଇଥିଲେ । ଓଡ଼ିଶାରୁ ତିନି ଜଣ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Decision to provide 3 crore new houses for the poor under the PM awas yojna | Argus News