Police Commemoration Day / ବଳିଦାନ ଦେଇଥିବା ପୋଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ
·10 months ago·2 min read

Key Points
ସେନା ଓ ପୋଲିସର ମିଶନ ଅକ୍ଟୋବର ୨୧ରେ ସାରା ଦେଶରେ 'ପୋଲିସ୍ ସ୍ମାରକୀ ଦିବସ' ପାଳନ କରାଯାଏ। ଆଜି ଦେଶର ବିଭିନ୍ନ କୋଣରେ ଏହି ଦିନକୁ ପାଳନ କରାଯାଉଥିବା ବେଳେ ଦେଶ ପାଇଁ ବଳିଦାନ ଦେଇଥିବା ପୋଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।
ସେନା ଓ ପୋଲିସର ମିଶନ ଅକ୍ଟୋବର ୨୧ରେ ସାରା ଦେଶରେ 'ପୋଲିସ୍ ସ୍ମାରକୀ ଦିବସ' ପାଳନ କରାଯାଏ। ଆଜି ଦେଶର ବିଭିନ୍ନ କୋଣରେ ଏହି ଦିନକୁ ପାଳନ କରାଯାଉଥିବା ବେଳେ ଦେଶ ପାଇଁ ବଳିଦାନ ଦେଇଥିବା ପୋଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ଜାତୀୟ ପୋଲିସ ସ୍ମାରକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ପୋଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଅଭିଭାଷଣରେ, ଜାତୀୟ ସୁରକ୍ଷା ପାଇଁ ପୋଲିସ ଏବଂ ସେନାର ଭୂମିକାକୁ ସମାନ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ, "ଯଦିଓ ପ୍ଲାଟଫର୍ମ ଭିନ୍ନ, ଜାତୀୟ ସୁରକ୍ଷାର କଥା ଆସିଲେ, ସେନା ଏବଂ ପୋଲିସ ଉଭୟଙ୍କ ମିଶନ ସମାନ ଏବଂ ସେମାନଙ୍କର ଭୂମିକା ସମାନ।" ସେ ଆହୁରି ମଧ୍ୟ କହିଥିଲେ ଯେ, ଶତ୍ରୁ ସୀମା ପାରରୁ ଆସୁ କି ଆମ ମଧ୍ୟରେ ଲୁଚି ରହୁ, ଭାରତର ସୁରକ୍ଷା ପାଇଁ ଠିଆ ହେଉଥିବା ପ୍ରତ୍ୟେକ ଯବାନ ସମାନ ଭାବନାକୁ ପ୍ରତିନିଧିତ୍ୱ କରନ୍ତି।
ଏହାସହ ପଢ଼ନ୍ତୁ: ଦୀପାବଳିରେ PM ମୋଦିଙ୍କ ବଡ଼ ସନ୍ଦେଶ, ସାରା ଦେଶରୁ ମୂଳପୋଛ ହୋଇଯିବେ ମାଓବାଦୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜନାଥ ସିଂହ ଗୁରୁତ୍ୱାରୋପ କରିଥିଲେ ଯେ, ପୋଲିସକୁ ଏବେ କେବଳ ଅପରାଧ ନୁହେଁ ବରଂ ନିଜର ଭାବମୂର୍ତ୍ତି ସହିତ ମଧ୍ୟ ଲଢ଼ିବାକୁ ପଡୁଛି। ପୋଲିସ ବାହିନୀ ଏହାର ସରକାରୀ ଏବଂ ନୈତିକ ଦାୟିତ୍ୱ ଉଭୟ ପାଳନ କରୁଛି, ଯାହା ଜନସାଧାରଣଙ୍କୁ ବିଶ୍ୱାସ ଦେଇଛି ଯେ ପୋଲିସ କଷ୍ଟକର ସମୟରେ ସେମାନଙ୍କ ସହିତ ଛିଡା ହେବ। ସେ ପୋଲିସ ବାହିନୀକୁ ସେମାନଙ୍କର ତ୍ୟାଗ, ସମର୍ପଣ ଏବଂ ସେବା ପାଇଁ ଧନ୍ୟବାଦ ଦେଇଥିଲେ ଏବଂ କହିଥିଲେ ଯେ, ଦେଶ ସେମାନଙ୍କ ଉପରେ ଗର୍ବିତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଅବସରରେ ଟ୍ୱିଟ୍ କରି ପୋଲିସ କର୍ମଚାରୀଙ୍କ ସାହସକୁ ସଲାମ କରିଛନ୍ତି।
ଆହୁରି ପଢ଼ନ୍ତୁ : ବୃଦ୍ଧା ମହିଳାଙ୍କ ଦୀପାବଳିକୁ ଆଲୋକିତ କଲେ ୟୁପି ପୋଲିସ କର୍ମଚାରୀ
ସେ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, "ପୋଲିସ୍ ସ୍ମାରକୀ ଦିବସରେ, ଆମେ ଆମର ପୋଲିସ କର୍ମଚାରୀଙ୍କ ସାହସକୁ ସଲାମ କରୁଛୁ ଏବଂ କର୍ତ୍ତବ୍ୟ ପାଳନରେ ସେମାନଙ୍କ ସର୍ବୋଚ୍ଚ ବଳିଦାନକୁ ମନେ ରଖୁଛୁ। ସେମାନଙ୍କର ଦୃଢ଼ ସମର୍ପଣ ଆମ ଦେଶ ଏବଂ ଲୋକଙ୍କୁ ସୁରକ୍ଷିତ ରଖେ। ସଙ୍କଟ ଏବଂ ଆବଶ୍ୟକତା ସମୟରେ ସେମାନଙ୍କର ସାହସ ଏବଂ ପ୍ରତିବଦ୍ଧତା ପ୍ରଶଂସନୀୟ।" ତେବେ ୧୯୫୯ ମସିହାର ଲଦାଖର ହଟ୍ ସ୍ପ୍ରିଙ୍ଗସ୍ଠାରେ ଚୀନ୍ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ୧୦ ଜଣ ଭାରତୀୟ ପୋଲିସ ସହିଦ ହୋଇଥିଲେ। ଏହି ଘଟଣାର ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ପୋଲିସ ସ୍ମାରକୀ ଦିବସ ପାଳନ କରାଯାଏ। ଏହି ଦିନଟି ପୋଲିସ ବାହିନୀର ବଳିଦାନ ଏବଂ ଦେଶ ପ୍ରତି ସେମାନଙ୍କର ଅବଦାନ ପାଇଁ ଉତ୍ସର୍ଗୀକୃତ।

Related Topics
Explore more stories