Videos
|
National

Delhi Air Pollution / ଦିଲ୍ଲୀରେ ବିଷାକ୍ତ ବାୟୁ, ୪୦୦ ପାର୍ କଲା AQI...ସ୍କୁଲ ପିଲାଙ୍କ ପାଇଁ ବଡ଼ ନିଷ୍ପତ୍ତି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ଦିଲ୍ଲୀରେ ବିଷାକ୍ତ ବାୟୁ, ୪୦୦ ପାର୍ କଲା AQI...ସ୍କୁଲ ପିଲାଙ୍କ ପାଇଁ ବଡ଼ ନିଷ୍ପତ୍ତି
Delhi Pollution

Key Points

ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ରୂପ
ପଞ୍ଚମ ଶ୍ରେଣୀ ଯାଏଁ ହାଇବ୍ରିଡ୍ ମୋଡ୍‌ରେ ପାଠପଢ଼ା
୪୪୨ ଛୁଇଁଲା AQI

ଦିଲ୍ଲୀରେ ଦିନକୁ ଦିନ ସାଂଘାତିକ ହେଉଛି ବାୟୁ ପ୍ରଦୂଷଣ ସ୍ଥିତି । ବିଷ ବଳୟରେ ଛନ୍ଦି ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ । ଦୀପାବଳି ପୂର୍ବରୁ ଦିଲ୍ଲୀ-NCRର ବିଭିନ୍ନ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୪୦୦ ଅତିକ୍ରମ କରିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ସହ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଛି ।

ଆଜି ସକାଳେ IIT ଦିଲ୍ଲୀରେ AQI ୪୪୨ ରେକର୍ଡ ହୋଇଥିବା ବେଳେ ପଞ୍ଜାବୀ ବାଗ୍‌ରେ ଏହା ୪୩୩ରେ ପହଞ୍ଚିଛି । ଏଭଳି ଭୟଙ୍କର ପ୍ରଦୂଷଣ ସ୍ଥିତିକୁ ଦେଖି ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ ।

ପ୍ରଦୂଷଣକୁ ଦୃଷ୍ଟିରେ ରଖି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାକୁ ହାଇବ୍ରିଡ୍ ମୋଡ୍‌ରେ କରିବାକୁ ନିଷ୍ପତ୍ତି ହୋଇଛି । ଏଣିକି ଛାତ୍ରଛାତ୍ରୀମାନେ ଚାହିଁଲେ ସ୍କୁଲକୁ ଯାଇ ଅଫ୍‌ଲାଇନ୍‌ରେ ପାଠ ପଢ଼ିପାରିବେ କିମ୍ବା ଘରେ ରହି ଅନଲାଇନ୍‌ରେ ଶିକ୍ଷା ଗ୍ରହଣ କରିପାରିବେ । ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ ହେବ । ପିଲାମାନେ କେଉଁ ମାଧ୍ୟମରେ ପାଠ ପଢ଼ିବେ, ସେନେଇ ଅଭିଭାବକମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସମଗ୍ର ଦିଲ୍ଲୀ-NCRରେ GRAP-୩ କଟକଣା ଲାଗୁ କରାଯାଇଛି । ଏହା ଅଧୀନରେ ଧୂଳି ସୃଷ୍ଟି କରୁଥିବା ଅତ୍ୟାବଶ୍ୟକ ନଥିବା ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଆଗାମୀ ଦିନରେ ପ୍ରଦୂଷଣ ଆହୁରି ବଢ଼ିବାର ଆଶଙ୍କା ଥିବାରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଛି। ବିଶେଷକରି ଶିଶୁ, ବୟସ୍କ ଏବଂ ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ। ଏବେ ସମସ୍ତଙ୍କ ନଜର ପ୍ରଦୂଷଣ ସ୍ଥିତି କେବେ ସୁଧୁରିବ ଏବଂ କେବେ ଦିଲ୍ଲୀବାସୀ ଏହି ବିଷାକ୍ତ ବାୟୁରୁ ମୁକ୍ତି ପାଇବେ।