Videos
|
National

Shocking / ଏୟାରପୋର୍ଟରେ ବ୍ୟାଗ ଯାଞ୍ଚ ବେଳେ ଚମକିଗଲା CISF, ଭିତରୁ ମିଳିଲା ଖପୁରି

Sushanta Sahoo
Browse all articles by Sushanta Sahoo
·45 mins ago·2 min read
ଏୟାରପୋର୍ଟରେ ବ୍ୟାଗ ଯାଞ୍ଚ ବେଳେ ଚମକିଗଲା CISF, ଭିତରୁ ମିଳିଲା ଖପୁରି
Skull Found in Passenger's Bag at Delhi Airport

Key Points

ଯାତ୍ରୀଙ୍କ ବ୍ୟାଗ୍‌ରୁ ଏକ ଖପୁରି ମିଳିବା ପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଆତଙ୍କ ଖେଳି ଯାଇଛି । ବୁଧବାର ଦିଲ୍ଲୀରୁ ହାଇଦ୍ରାବାଦ ଯିବାକୁ ବାହାରିଥିବା ଯାତ୍ରୀଙ୍କ ହ୍ୟାଣ୍ଡ ବ୍ୟାଗ୍ ଚେକିଂ ବେଳେ ସେଥିରୁ ଖପୁରି ମିଳିଛି ।
ନୂଆଦିଲ୍ଲୀ: ବିମାନବନ୍ଦରରେ ଆତଙ୍କ । ଖେଳିଗଲା ହଇଚଇ । ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଏକ ଖପୁରି ମିଳିବା ପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଆତଙ୍କ ଖେଳି ଯାଇଛି । ବୁଧବାର ଦିଲ୍ଲୀରୁ ହାଇଦ୍ରାବାଦ ଯିବାକୁ ବାହାରିଥିବା ଯାତ୍ରୀଙ୍କ ହ୍ୟାଣ୍ଡ ବ୍ୟାଗ୍ ଚେକିଂ ବେଳେ ସେଥିରୁ ଖପୁରି ମିଳିଛି ।

ହାଇଦ୍ରାବାଦ ଯିବାକୁ ଯାତ୍ରୀଜଣଙ୍କ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ । CISFର ପ୍ରାରମ୍ଭିକ ସୁରକ୍ଷା ଯାଞ୍ଚ ବେଳେ ଯାତ୍ରୀଙ୍କ ହ୍ଯାଣ୍ଡ ବ୍ୟାଗରୁ ଖପୁରିର ଅବେଶଷ ଦେଖି ଚମକି ଯାଇଛନ୍ତି ଯବାନ ଓ ଅନ୍ୟ ଏଜେନ୍ସି ।

ପ୍ରାଥମିକ ପଚରାଉଚରା ବେଳେ ଯାତ୍ରୀ ଜଣଙ୍କ କହିଥିଲେ ଯେ, ଏହା ଏକ ମାଙ୍କଡ଼ର ଖପୁରି । ତେବେ ମାମଲାର ଗମ୍ଭୀରତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସହ ଜଡ଼ିତ ଆଇନ୍ ଉଲ୍ଲଂଘନକୁ ଦେଖି CISF ଯବାନ ଯାତ୍ରୀ ଜଣଙ୍କୁ ସ୍ଥାନୀୟ ପୋଲିସ ଜିମା ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ଆଉ ମିଳିବନି ପନିର, ଏହି ରାଜ୍ୟରେ ବ୍ୟାନ ହେଲା 'ଆନାଲଗ୍ ପନିର' 

ଏବେ ତଦନ୍ତକାରୀ ଏଜେନ୍ସି ଯାଞ୍ଚ କରୁଛନ୍ତି ଏହି ଖପୁରିଟି ବାସ୍ତବରେ କାହାର ? ଯାତ୍ରୀ ଜଣଙ୍କ କେଉଁ ଉଦ୍ଦେଶ୍ୟରେ ଖପୁରିଟିକୁ ନେଇ ବିମାନରେ ହାଇଦ୍ରାବାଦ ଯାଉଥିଲେ ? ବନ୍ୟ ଜୀବଟିର ଶିକାର କରାଯାଇଛି କି ?


ସୁରକ୍ଷା ଯାଞ୍ଚ ବେଳେ ଧରାପଡ଼ିଲା

ସୂଚନା ଅନୁସାରେ, ବୁଧବାର ଦିଲ୍ଲୀର IGI ବିମାନବନ୍ଦରରେ ଏହି ଖପୁରି ମିଳିଛି । ଯାତ୍ରୀ ଜଣଙ୍କ ଦିଲ୍ଲୀରୁ ହାଇଦ୍ରାବାଦ ବିମାନରେ ଯାଇଥାନ୍ତେ । ବିମାନବନ୍ଦରରେ ଯାତ୍ରୀ ଜଣଙ୍କ ପହଞ୍ଚିବା ପରେ ଯାଞ୍ଚ ବେଳେ CISF ଯବାନ ହ୍ୟାଣ୍ଡ ବ୍ୟାଗରେ ସନ୍ଦିଗ୍ଧ ବସ୍ତୁ ଥିବା ସନ୍ଦେହ କରି ତନ୍ନଖି କରିଥିଲେ । ଯାହା ପରେ ବ୍ୟାଗରୁ ଖପୁରି ଆକୃତିର ଅବଶେଷ ମିଳିବା ପରେ ଯାତ୍ରୀଙ୍କୁ ତୁରନ୍ତ ପଚରାଉଚରା କରାଯାଇଥିଲା ।

ଅଧିକାରୀଙ୍କ ଅନୁସାରେ, ଧରାପଡ଼ିଥିବା ବସ୍ତୁ ବନ୍ୟଜୀବ ସମ୍ବନ୍ଧୀୟ ଆଶଙ୍କା କରି ତଦନ୍ତ ବନ୍ୟଜୀବ (ସଂରକ୍ଷଣ) ଅଧିନିୟମ, ୧୯୭୨ ଅନୁସାରେ କରାଯାଉଛି । ପ୍ରକୃତରେ ଖପୁରିଟି କେଉଁ ଜୀବର ଓ ବିମାନବନ୍ଦର ପର୍ଯ୍ୟନ୍ତ କିଭଳି ଆସିଲା ତାର ଯାଞ୍ଚ ଚାଲିଛି ।

ଏହା ପୂର୍ବରୁ ଜାନୁଆରୀ ମାସରେ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍ ୩ରୁ ଏକ ବକ୍ସରୁ ମଣିଷ କଙ୍କାଳ ଭଳି ସାମଗ୍ରୀ ମିଳିଥିଲା । ପରେ ଜଣାପଡ଼ିଥିଲା ତାହା ସତ କଙ୍କାଳ ନୁହେଁ, ବରଂ ମେଡିକାଲ୍‌ରେ ଅଧ୍ୟୟନ ପାଇଁ ବ୍ୟବହାର କରାଯାଉଥିବା ମଡେଲ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: