Videos
|
National

Air Purifier Sales / ବିଷାକ୍ତ ଦିଲ୍ଲୀ ବାୟୁ, ୨୦ ଗୁଣା ବଢ଼ିଲା ଏୟାର ପ୍ୟୁରିଫାୟର ଚାହିଦା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିଷାକ୍ତ ଦିଲ୍ଲୀ ବାୟୁ, ୨୦ ଗୁଣା ବଢ଼ିଲା ଏୟାର ପ୍ୟୁରିଫାୟର ଚାହିଦା
Delhi Air Purifier Sales

Key Points

ଦିଲ୍ଲୀ ବାୟୁ ଅତ୍ୟନ୍ତ ଖରାପ ସ୍ଥିତିରେ
ବଢିଲା ଏୟାର ପ୍ୟୁରିଫାୟର ଚାହିଦା
୨୦ ଗୁଣା ବଢିଲା ବିକ୍ରି
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ରେ ବଢ଼ୁଥିବା ବାୟୁ ପ୍ରଦୂଷଣ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି । ଖରାପ ବାୟୁ ଗୁଣବତ୍ତାରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ଏୟାର ପ୍ୟୁରିଫାୟର୍ ଲଗାଉଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବ ଏବେ ବଜାରରେ ଦେଖିବାକୁ ମିଳିଛି । ଦିଲ୍ଲୀରେ ଏୟାର ପ୍ୟୁରିଫାୟର୍‌ର ଚାହିଦା ପ୍ରାୟ ୨୦ ଗୁଣ ବଢ଼ିଥିବା ବେଳେ ଅନଲାଇନ୍ ଓ କ୍ୱିକ୍ କମର୍ସ ପ୍ଲାଟଫର୍ମରେ ମଧ୍ୟ ଏହାର ବିକ୍ରି ଜୋରଦାର ବୃଦ୍ଧି ପାଇଛି।

  • ଦିଲ୍ଲୀ-ଏନ୍‌ସିଆର୍‌ରେ ସର୍ବାଧିକ ଚାହିଦା
ଦୀପାବଳି ପରେ ଦିଲ୍ଲୀ-ଏନ୍‌ସିଆର୍ ସମେତ ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ବଢ଼ିଛି । ଶୀତ ଋତୁର ଆଗମନ ସହ ପ୍ରଦୂଷଣ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି । ଫଳରେ ଲୋକେ ଘର ଭିତରର ବାୟୁକୁ ସ୍ୱଚ୍ଛ ରଖିବା ପାଇଁ ଏୟାର ପ୍ୟୁରିଫାୟର୍ କିଣୁଛନ୍ତି । ଏହି ଚାହିଦା କେବଳ ଦିଲ୍ଲୀରେ ସୀମିତ ନାହିଁ । ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତା ଭଳି ସହରରେ ମଧ୍ୟ ଏୟାର ପ୍ୟୁରିଫାୟର୍ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି ।

  • ଏକାଧିକ ରୁମ୍ ପାଇଁ କିଣୁଛନ୍ତି ଲୋକେ
ପୂର୍ବରୁ ଲୋକେ ପୂରା ଘର ପାଇଁ ଗୋଟିଏ ଏୟାର ପ୍ୟୁରିଫାୟର୍ କିଣୁଥିଲେ । କିନ୍ତୁ ଏବେ ଅନେକ ପରିବାର ପ୍ରତ୍ୟେକ ରୁମ୍ ପାଇଁ ଅଲଗା ଅଲଗା ପ୍ୟୁରିଫାୟର୍ କିଣୁଛନ୍ତି । ଦିଲ୍ଲୀର ଏକ ବଡ଼ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌ରେ ଏହାର ଚାହିଦା ପ୍ରାୟ ୫୦ ପ୍ରତିଶତ ବଢ଼ିଛି । କିଛି ଗ୍ରାହକ ଦ୍ୱିତୀୟ ଓ ତୃତୀୟ ଏୟାର ପ୍ୟୁରିଫାୟର୍ କିଣିବା ପାଇଁ ମଧ୍ୟ ପୁଣି ଷ୍ଟୋର୍‌କୁ ଆସୁଛନ୍ତି ।

  • ବ୍ଲିଙ୍କଇଟ୍, ଜେପ୍ଟୋରେ ବଢ଼ିଲା ବିକ୍ରି
ଏୟାର ପ୍ୟୁରିଫାୟର୍‌ର ବଢ଼ୁଥିବା ଚାହିଦାର ପ୍ରଭାବ କ୍ୱିକ୍ କମର୍ସ ପ୍ଲାଟଫର୍ମ ଉପରେ ମଧ୍ୟ ପଡ଼ିଛି । ବ୍ଲିଙ୍କଇଟ୍, ଜେପ୍ଟୋ ଓ ଇନ୍‌ଷ୍ଟାମାର୍ଟ ଭଳି ପ୍ଲାଟଫର୍ମରେ ଏହାର ବିକ୍ରି ଦ୍ରୁତ ଗତିରେ ବଢ଼ିଛି । ସେପଟେ, ଆମାଜନ୍‌ରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏୟାର ପ୍ୟୁରିଫାୟର୍ ବିକ୍ରି ଦୁଇଗୁଣ ହୋଇଛି । ବଜାର ତଥ୍ୟ ଅନୁଯାୟୀ, ଅକ୍ଟୋବରରେ କ୍ୱିକ୍ କମର୍ସ ପ୍ଲାଟଫର୍ମଗୁଡ଼ିକରେ ଶୀତଦିନେ ବ୍ୟବହୃତ ସାମଗ୍ରୀର ଦୈନିକ ବିକ୍ରି ପ୍ରାୟ ୨୯ ଲକ୍ଷ ଟଙ୍କାରେ ପହଞ୍ଚିଛି । ଯାହା ସେପ୍ଟେମ୍ବର ତୁଳନାରେ ୫୫ ପ୍ରତିଶତ ଅଧିକ । ଏହି ସମୟରେ ଏୟାର ପ୍ୟୁରିଫାୟର୍‌ର ଦୈନିକ ବିକ୍ରି ୩.୭ ଗୁଣ ବଢ଼ି ପ୍ରାୟ ୯.୬ ଲକ୍ଷ ଟଙ୍କାରେ ପହଞ୍ଚିଛି । ସେହିପରି ରୁମ୍ ହିଟର୍‌ର ବିକ୍ରି ୧.୬ ଗୁଣ ବଢ଼ି ଦୈନିକ ପ୍ରାୟ ୧୦ ଲକ୍ଷ ଟଙ୍କା ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଦୀପାବଳି ପରେ ଦିଲ୍ଲୀରେ ବିଷାକ୍ତ ବାୟୁ…AQI ୪୬୩, ଗ୍ୟାସ୍ ଚାମ୍ବର ପାଲଟିଲା ରାଜଧାନୀ

  • ଆଗକୁ ଆହୁରି ବଢ଼ିପାରେ ଚାହିଦା
ବଜାର ବିଶ୍ଳେଷକଙ୍କ ମତରେ, ଏୟାର ପ୍ୟୁରିଫାୟର୍‌ର ବିକ୍ରି ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିନାହିଁ । ଗତବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ କ୍ୱିକ୍ କମର୍ସ ପ୍ଲାଟଫର୍ମରେ ଶୀତଦିନିଆ ସାମଗ୍ରୀର ବିକ୍ରି ୫.୭ ଗୁଣ ବୃଦ୍ଧି ପାଇଥିଲା । ଏପରିକି ଜାନୁଆରୀରେ ଏହି ବିକ୍ରି ଅକ୍ଟୋବର ତୁଳନାରେ ପ୍ରାୟ ୧୦ ଗୁଣ ହୋଇଥିଲା । ତେଣୁ ଆଗାମୀ ମାସଗୁଡ଼ିକରେ ଏୟାର ପ୍ୟୁରିଫାୟର୍‌ର ଚାହିଦା ଆହୁରି ବଢ଼ିବାର ସମ୍ଭାବନା ରହିଛି ।

  • ଆମାଜନ୍ ନାଓରେ ବଢ଼ିଲା ଉପଲବ୍ଧତା
ଗ୍ରାହକଙ୍କ ବଢ଼ୁଥିବା ଆବଶ୍ୟକତାକୁ ଦେଖି ଆମାଜନ୍ ନିଜର କ୍ୱିକ୍ କମର୍ସ ପ୍ଲାଟଫର୍ମ 'ଆମାଜନ୍ ନାଓ'ରେ ଏୟାର ପ୍ୟୁରିଫାୟର୍‌ର ଉପଲବ୍ଧତା ବଢ଼ାଇଛି । ଏଥିସହ ଗ୍ରାହକମାନେ ନିଜ ଘରର ରୁମ୍‌ର ଆକାର ଓ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପ୍ୟୁରିଫାୟର୍ ବାଛିବା ପାଇଁ ଆମାଜନ୍‌ର AI ଶପିଂ ଆସିଷ୍ଟାଣ୍ଟ 'Rufus'ର ସହାୟତା ମଧ୍ୟ ନେଉଛନ୍ତି । ବଢ଼ୁଥିବା ପ୍ରଦୂଷଣ ଏବେ କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ବରଂ ଏହା ଏକ ବଡ଼ ବଜାର ସୁଯୋଗରେ ମଧ୍ୟ ପରିଣତ ହେଉଥିବା ଦେଖିବାକୁ ମିଳିଛି ।