Videos
|
National

Delhi Artificial Rain 2026 / ଦୀପାବଳି ଏବଂ ଛଟ ପୂଜା ସମୟରେ ହେବ କୃତ୍ରିମ ବର୍ଷା; ବିପଦରେ ରାଷ୍ଟ୍ରୀୟ ରାଜଧାନୀର AQI

Subhramjit Ray
Browse all articles by Subhramjit Ray
·47 mins ago·2 min read
ଦୀପାବଳି ଏବଂ ଛଟ ପୂଜା ସମୟରେ ହେବ କୃତ୍ରିମ ବର୍ଷା; ବିପଦରେ ରାଷ୍ଟ୍ରୀୟ ରାଜଧାନୀର AQI
Delhi Artificial Rain 2026

Key Points

ଦୀପାବଳି ଏବଂ ଛଟ୍ ପୂଜା ସମୟରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଇବାକୁ ସରକାର ପ୍ରସ୍ତୁତି କରୁଛନ୍ତି। ଦୁଇଟି ପରୀକ୍ଷଣ କରାଯାଇଛି। ଦିଲ୍ଲୀରେ ନିରନ୍ତର AQI (ବାୟୁ ପ୍ରଦୂଷଣ ସୂଚକ) କ୍ରମାଗତ ଭାବରେ ୪୦୦ ଅତିକ୍ରମ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। 
ସମସ୍ତ ପ୍ରକାରର ପ୍ରତିବନ୍ଧକ ଲଗାଯିବା ସତ୍ତ୍ୱେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣରେ ବୃଦ୍ଧି ପାଇବାରେ। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ AQI କ୍ରମାଗତ ଭାବରେ ୪୦୦ ଉପରେ ରହିଛି। ଦୀପାବଳି ଏବଂ ଛଟ ପୂଜା ପରେ ଯଦି ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଏ, ତାହେଲେ କୃତ୍ରିମ ବର୍ଷା କରିବାକୁ ଯୋଜନା ରହିଛି। ବିଗତ ୧୫ ଦିନ ମଧ୍ୟରେ ଦିଲ୍ଲୀ ସରକାର କୃତ୍ରିମ ବର୍ଷାର ଦୁଇଟି ପରୀକ୍ଷଣ କରିଛନ୍ତି। ସରକାରୀ ସୂତ୍ର ପକ୍ଷରୁ ଏହାକୁ ନିଶ୍ଚିତ କରାଯାଇଛି। ଦିଲ୍ଲୀ ବିମାନବନ୍ଦର ନିକଟରେ କୃତ୍ରିମ ବର୍ଷାର ଗୋଟିଏ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ଏବଂ କ୍ଲାଉଡ୍ ସିଡିଂ (Cloud Seeding for Artificial Rain) ପ୍ରାୟ ୩୦,୦୦୦ ମିଟର ଉଚ୍ଚତାରେ କରାଯାଇଥିଲା। ଗତ ବର୍ଷ ୧୦ ହଜାର ମିଟର ଉଚ୍ଚତାରେ କ୍ଲାଉଡ୍ ସିଡିଂ କରାଯାଇଥିଲା।

ଗତ ବର୍ଷ ମଧ୍ୟ ହୋଇଥିଲା କ୍ଲାଉଡ୍ ସିଡିଂ
ଦିଲ୍ଲୀରେ ପ୍ରଦୂଷଣ ଏବଂ ଧୂଆଁର ମୁକାବିଲା ପାଇଁ, ଗତ ବର୍ଷ ଅକ୍ଟୋବର ୨୮ ତାରିଖରେ ମଧ୍ୟ କୃତ୍ରିମ ବର୍ଷା କରାଯାଇଥିଲା। ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ, IIT କାନପୁର ସହିତ ମିଶି, ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଏହି କ୍ଲାଉଡ୍ ସିଡିଂ କରିଥିଲା। ପ୍ରଥମ ଡ୍ରାଏ ରନ୍ (Cloud Seeding Dry Run) ୨୦୨୫ ଅକ୍ଟୋବର ୨୩ ତାରିଖରେ କରାଯାଇଥିଲା। ଏହି ପରୀକ୍ଷଣରେ ବିମାନର ସହନଶୀଳତା ଏବଂ ଏଜେନ୍ସି ମଧ୍ୟରେ ସମନ୍ୱୟ ପରୀକ୍ଷା କରାଯାଇଥିଲା। ହେଲେ ତଥାପି ଆକାଶରେ ମେଘ ଆଚ୍ଛାଦନ କମ୍ ରହିଥିବାରୁ କୌଣସି ବର୍ଷା ହୋଇନଥିଲା।

ଏହା ୩ ଦିନ ପରେ, IIT କାନପୁରର ଏକ ସ୍ୱତନ୍ତ୍ର ବିମାନ କାନପୁର ଠାରୁ ମେରଠ ଦେଇ ଉଡ଼ାଣ ଭରିଥିଲା। ଦିଲ୍ଲୀର ପ୍ରଦୂଷଣ ହଟସ୍ପଟ୍ ବୁରାରୀ, ମୟୂର ବିହାର ଏବଂ କାରୋଲ ବାଗ ଉପରେ ମେଘ ମଧ୍ୟରେ କ୍ଲାଉଡ୍ ସିଡିଂ କରାଯାଇଥିଲା। ୧୦ କିଲୋଗ୍ରାମ ସିଲଭର ଆୟୋଡାଇଡ୍ (Silver Iodide), ସାଧାରଣ ଲୁଣ (Salt) ଏବଂ ପଥର ଲୁଣର ମିଶ୍ରଣ (rock salt) ଜ୍ୱାଳା (Flares) ମାଧ୍ୟମରେ ନିର୍ଗତ ହୋଇଥିଲା। ହେଲେ ତଥାପି ଏହା ଦ୍ୱାରା କୌଣସି ଆଶାନୁରୂପ ସଫଳତା ମିଳିନଥିଲା।

ଏହା ସହ ପଢନ୍ତୁ: ଖୋଜା ଚାଲିଛି ବିପଦପୂର୍ଣ୍ଣ ଗଛ; ଉଚ୍ଛେଦ ପରେ ବଢିବ ସବୁଜିମା ପରିସର 

ଦିଲ୍ଲୀ ସରକାରଙ୍କ ଶୀତକାଳୀନ କାର୍ଯ୍ୟ ଯୋଜନା (Winter Action Plan)
ଶୀତ ଋତୁରେ ପ୍ରଦୂଷଣ ସ୍ଥିତିକୁ ନଜରରେ ରଖି ଦିଲ୍ଲୀ ସରକାର ଚଳିତ ବର୍ଷ ଶୀତକାଳୀନ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି। ନଭେମ୍ବର ୧ ତାରିଖରୁ ଦିଲ୍ଲୀ ବାହାରୁ ଆସୁଥିବା BS-4 ଗାଡ଼ିକୁ ନିଷିଦ୍ଧ କରାଯାଇଛି। ପାର୍କିଂ ଫି ମଧ୍ୟ ପ୍ରାୟ ୨ ଗୁଣା କରାଯାଇଛି। ଏହା ସହିତ କାର୍ଯ୍ୟାଳୟକୁ ୫୦% ଘରୁ କାମ କରିବାକୁ କୁହାଯାଇଛି। ଘରୋଇ ଏବଂ ସରକାରୀ କାର୍ଯ୍ୟାଳୟର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଲେ ତଥାପି ଏସବୁ ପଦକ୍ଷେପ ନିଆଯିବ ସତ୍ତ୍ୱେ ବାୟୁ ପ୍ରଦୂଷଣରେ କୌଣସି ଆଖିଦୃଶିଆ ହ୍ରାସ ଘଟିନାହିଁ। ଦିଲ୍ଲୀରେ ଶୀତ ଆସିବା ମାତ୍ରେ, ପାଳ ନଡ଼ା ଜାଡ଼ିବା ଏବଂ ଯାନବାହନ ପ୍ରଦୂଷଣ ଧୂଆଁ ପରିସ୍ଥିତି ସୃଷ୍ଟି କରିଥାଏ। ଯାହା ବାୟୁକୁ ବିଷାକ୍ତ କରିଥାଏ। ଗୁରୁବାର (ନଭେମ୍ବର ୫) ଦିଲ୍ଲୀରେ AQI ୪୬୩ ରହିଥିଲା। ଜହାଙ୍ଗୀରପୁରୀ, ପଞ୍ଜାବୀ ବାଗ, ITO ଏବଂ ଲାଜପତ ନଗର ଭଳି ଅଞ୍ଚଳ ଖରାପ ସ୍ଥିତିରେ ରହିଛି।