Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Breaking News / ଦିଲ୍ଲୀ ବିଧାନସଭା ସୁରକ୍ଷା ଭଙ୍ଗ....ଗେଟ ଭାଙ୍ଗି ଭିତରକୁ ପଶିଲା ଅଜଣା କାର

Ritu Das
Browse all articles by Ritu Das
·3 months ago·2 min read
ଦିଲ୍ଲୀ ବିଧାନସଭା ସୁରକ୍ଷା ଭଙ୍ଗ....ଗେଟ ଭାଙ୍ଗି ଭିତରକୁ ପଶିଲା ଅଜଣା କାର
India

Key Points

ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି
ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିଲା କାର
ପୁଣି ଆଖି ପିଛୁଳାକେ ସେଠାରେ ଫେରାର ମଧ୍ୟ ହୋଇଗଲା
ଦିଲ୍ଲୀ ବିଧାନସଭାରେ ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଏକ ଅଜଣା କାର ଗେଟ ଭାଙ୍ଗି ଭିତରକୁ ପଶି ପୁଣି ସାଙ୍ଗେ ସାଙ୍ଗେ ଖସି ପଳାଇଛି। ରିପୋର୍ଟ ଅନୁସାରେ ଦ୍ରୁତ ଗତିରେ ଆସୁଥିବା କାରଟି ବିଧାନସଭା ଗେଟ ଭାଙ୍ଗି ଭିତରକୁ ପଶିଯାଇଥିଲା। ହଠାତ ଏହି ଘଟଣା ଘଟିବାପରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଗାଡ଼ିକୁ ସୁରକ୍ଷାକର୍ମୀ ମାନେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଡ୍ରାଇଭର ଜଣକ ଖସି ପଳାଇବାରେ ସଫଳ ହୋଇଥିଲା। ହଠାତ ଏଭଳି ଘଟଣାକୁ ନେଇ ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ମଧ୍ୟ ହଇଚଇ ସୃଷ୍ଟି ହୋଇଯାଇଥିଲା।

ଏହାସହ ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର


ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଦିଲ୍ଲୀ ବିଧାନସଭାର ଗେଟ ନମ୍ବର ୨କୁଧକ୍କା ଦେଇ ପଳାଇଯାଇଥିଲେ। ହଠାତ ଏକ ଧଳା ରଙ୍ଗର କାର ଦିଲ୍ଲୀ ବିଧାନସଭାର ମଲ ରୋଡରେ ଥିବା ଗେଟ୍ ଭାଙ୍ଗି ଭିଆଇପିଙ୍କ ପ୍ରବେଶ ପଥରେ ଭିତରକୁ ପଶିଥିଲା । ବାଚସ୍ପତିଙ୍କ କୋଠରୀ ବାହାରେ ଏକ ଫୁତତୋଡ଼ା ରଖି ବାହାରିଥିଲା । ସେପଟେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି, କାରଟି ବହୁତ ଜୋରରେ ଭିତରକୁ ପଶିଥିବାବେଳେ ସେଠାରେ ବୁଲିଥିଲା। ଯାହାକି ବିଶୃଙ୍ଖଳା ଏବଂ ଉତ୍ତେଜନାପୂର୍ଣ୍ଣ ଥିଲା ବୋଲି ପ୍ରକାଶ କରିଛନ୍ତି ।

ଏହାସହ ପଢ଼ନ୍ତୁ: ହାଇକୋର୍ଟଙ୍କ ବଡ଼ ରାୟ, ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

ଘଟଣାଟି ଅପରାହ୍ନ ପ୍ରାୟ ୨.୩୦ ସମୟରେ ଘଟିଥିଲା ଏବଂ ଗାଡ଼ିଟି ୟୁପି ପଞ୍ଜୀକରଣ ନମ୍ବର ଥିବା ଅନୁମାନ କରାଯାଉଛି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗାଡ଼ିର ତଲାସୀ ଆରମ୍ଭ କରିଛି। ଜଣାପଡ଼ୁଛି ଯେ, ଦିଲ୍ଲୀ ବିଧାନସଭାରେ ଜୋରଜବରଦସ୍ତ ପ୍ରବେଶ କରିବାପରେ ସମ୍ପୃକ୍ତ ଡ୍ରାଇଭର ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଇଥିଲେ ଏବଂ ସେଠାରେ ଏକ ଫୁଲତୋଡ଼ା ରଖିଥିଲେ। ଉକ୍ତ ଫୁଲତୋଡ଼ା ଯାଞ୍ଚ କରାଯାଇଛି। ଗାଡ଼ିର ସନ୍ଧାନ ମଧ୍ୟ ଜାରି ରହିଛି। ଦିଲ୍ଲୀ ପୋଲିସ କହିଛି ଯେ, ସେହି ଗେଟରେ CRPF ଯବାନଙ୍କୁ ନିୟୋଜିତ କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, କାରଟି ବିଧାନସଭା ଭିତରକୁ ପ୍ରବେଶ କରିଥିଲା, କିଛି ସମୟ ପାଇଁ ଅଟକିଥିଲା ଏବଂ ତା'ପରେ ସ୍ପିଡରେ ବାହାରକୁ ଆସି କେଉଁଆଡ଼କୁ ଅଦୃଶ୍ୟ ହୋଇଯାଇଥିଲା। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଦିିଲ୍ଲୀ ପୋଲିସ କହିଛି। ତେବେ ଏହି ଘଟଣା ରାଜ୍ୟ ବିଧାନସଭାର ସୁରକ୍ଷା ପ୍ରୋଟୋକଲ ଉପରେ ବଡ଼ ପ୍ରଶ୍ନ ଉଠାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Assembly security breached unknown car breaks gate enters premises | Argus News