West Bengal Election / ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର
·5 months ago·2 min read

Key Points
ଏଥର ପଶ୍ଚିମବଙ୍ଗରେ ବିଜେପି ସରକାର
ପଶ୍ଚିମବଙ୍ଗରେ ଭୟ, ଭ୍ରଷ୍ଠାଚାର, ଭାଇ, ଭତିଜା ବାଦ ଓ ମହିଳା ଅତ୍ୟାଚାର ଚାଲିଛି
ପଶ୍ଚିମବଙ୍ଗର ଲୋକ ନିର୍ବାଚନ ଲଢୁଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ଭୁବନେଶ୍ବର,୦୬/୦୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି । ନିଜ ଗଡ଼ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିୀ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ମମତାଙ୍କ ଗଡ଼ ଭାଙ୍ଗିବା ପାଇଁ ପ୍ରାଣମୁର୍ଛା ଉଦ୍ୟମ କରୁଛି ବିଜେପି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନେଇ ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମବଙ୍ଗରେ ସାଧାରଣ ଲୋକ ନିର୍ବାଚନ ଲଢୁଛନ୍ତି। ପଶ୍ଚିମବଙ୍ଗରେ ଭୟ, ଭ୍ରଷ୍ଠାଚାର, ଭାଇ, ଭତିଜା ବାଦ ଓ ମହିଳା ଅତ୍ୟାଚାର ଚାଲିଛି। ଏହା ବିରୁଦ୍ଧରେ ଲୋକ ମତଦାନ କରିବେ। ଆସନ୍ତା ମେ ୪ ତାରିଖରେ ଏଠାରେ ବିଜେପି ସରକାରରେ ଆସିବ ବୋଲି ସ୍ପଷ୍ଠ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଅଞ୍ଚଳ ବୁଲି ମାରାଥନ ପ୍ରଚାର କରୁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି ହୋାଇଛି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ରହିଛନ୍ତି। ଦଳ ପକ୍ଷରୁ ଏହି ତାଲିକା ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ପ୍ରଦାନ କରାଯାଇଛି।
ସେହିଭଳି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଶର୍ମା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ, ସାଂସଦ ଅନୁରାଗ ଠାକୁର, ହେମା ମାଳିନୀ, କଙ୍ଗନା ରାଣାୱତ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର କୁବିହାରରେ ଏକ ବଡ଼ ରାଲିକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ଶାସକ ଟିଏମ୍ସିକୁ ଜୋରଦାର ଟାର୍ଗେଟ କରିଥିଲେ। ମୋଦି କହିଥିଲେ, ଟିଏମ୍ସିର ପାପର କଳସି ଭରିସାରିଛି। ଏବେ ଜନତା ପରିବର୍ତ୍ତନ ଚାହୁଁଛନ୍ତି। ନିର୍ବାଚନ ପରେ ଟିଏମ୍ସି କରିଥିବା ପାପର ହିସାବ ହେବ ଏବଂ ଭ୍ରଷ୍ଟାଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। କୁଚବିହାରରେ ଏତେ ସଂଖ୍ୟାରେ ଜନସମାଗମ ନୂଆ ପଶ୍ଚିମବଙ୍ଗ ଏବଂ ବିଜେପି ସରକାର ପ୍ରତି ଜନତାଙ୍କ ଅତୁଟ ବିଶ୍ବାସକୁ ଦର୍ଶାଉଛି। ଏହି ଉତ୍ସାହ ଏକ ଉଜ୍ଜ୍ଵଳ ଭବିଷ୍ୟତ ଏବଂ ନୂଆ ପଶ୍ଚିମବଙ୍ଗ ନିର୍ମାଣର ସଙ୍କେତ ବୋଲି ମୋଦି କହିଥିଲେ।
ପଢନ୍ତୁ ଏହି ଖବର: ରାତି ଅଧରେ ଜାରି ହେଲା ପଶ୍ଚିମବଙ୍ଗର ପ୍ରଥମ ଭୋଟର ତାଲିକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋଦି କହିଥିଲେ ଯେ ଟିଏମ୍ସି ଗୁଣ୍ଡା ଯେତେ ଡରାଇବାକୁ ଚେଷ୍ଟା କଲେ ବି ଲୋକଙ୍କୁ ଆଇନ ଉପରେ ଭରସା ରଖୁବାକୁ ପଡ଼ିବ। ଏହି ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଭୟର ମାହୋଲ ଶେଷ ହୋଇଯିବ। ବିଜେପିର ବିଜୟ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଭରିଦେବ। ମେ’ ୪ ପରେ ଟିଏମ୍ସିର ସବୁ ପାପର ହିସାବ ହେବ। ଆଇନ ତା’ର କାମ କରିବ ଏବଂ ଯେତେବଡ଼ ଗୁଣ୍ଡା ହେଲେ ବି ତାକୁ ନ୍ୟାୟର କାଠଗଡ଼ାରେ ଛିଡ଼ା କରାଯିବ।
ପଶ୍ଚିମବଙ୍ଗରେ ଆସନ୍ତା ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ଓ ୨୯ରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। ମେ ୪ ତାରିଖରେ ଫଳାଫଳ ଘୋଷଣା ହେବ।

Related Topics
Explore more stories