Delhi Car Blast / ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା: ଜାନୁୟାରୀ ୨୬ରେ ହୋଇଥାନ୍ତା ବଡ଼ ଆକ୍ରମଣ
·8 months ago·3 min read

Key Points
ମୁଜାମ୍ମିଲ କହିଛନ୍ତି ଯେ ଆସନ୍ତା ବର୍ଷ ଜାନୁଆରୀ ୨୬ ପାଇଁ ଏହି ଆକ୍ରମଣ ଯୋଜନା କରାଯାଇଥିଲା। ସେଥିପାଇଁ ଏହାର ଏକ ଅଂଶ ଭାବେ ଲାଲକିଲ୍ଲା ଚାରିପାଖ ଅଞ୍ଚଳକୁ ରେକି କରାଯାଇଥିଲା।
ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ମୁଖ୍ୟ ସନ୍ଦିଗ୍ଧ ମୁଜାମ୍ମିଲ ତଦନ୍ତକାରୀଙ୍କୁ କହିଛନ୍ତି ଯେ ସେ ଏବଂ ତାଙ୍କ ସହଯୋଗୀ ଉମର ଲାଲକିଲ୍ଲାକୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ବିସ୍ଫୋରଣ ହେବା ପୂର୍ବରୁ ହିଁ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ସେ କହିଛନ୍ତି।
ତଦନ୍ତରୁ ମିଳିଲା ନୂଆ ସୂଚନା
ସୂତ୍ର ଅନୁଯାୟୀ, ମୁଜାମ୍ମିଲକୁ ପଚରାଉଚରା କରାଯାଉଛି ଏବଂ ତାଙ୍କ ଫୋନର ଡାଟାରୁ କିଛି ବିଶେଷ ତଥ୍ୟ ମିଳିଛି। ଦିଲ୍ଲୀ ପୋଲିସ ଦୁଇ ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଦୁଇଜଣ ଆତଙ୍କବାଦୀ ଦୀପାବଳିରେ ବଡ଼ ଆକ୍ରମଣ କରିବେ ବୋଲି ଯୋଜନା କରିଥିଲେ। ଦକ୍ଷିଣ ଦିଲ୍ଲୀର ଏକ ମଲ୍ ଏବଂ ଏକ ପାର୍କରେ ବଡ଼ ଆତଙ୍କୀ ହମଲା କରିବାକୁ ମଧ୍ୟ ଯୋଜନା କରିଥିଲେ। ଯାହା ପରେ ବାତିଲ କରାଯାାଇଥିଲା। ମୁଜାମ୍ମିଲ କହିଛନ୍ତି ଯେ ଆସନ୍ତା ବର୍ଷ ଜାନୁଆରୀ ୨୬ ପାଇଁ ଏହି ଆକ୍ରମଣ ଯୋଜନା କରାଯାଇଥିଲା। ସେଥିପାଇଁ ଏହାର ଏକ ଅଂଶ ଭାବେ ଲାଲକିଲ୍ଲା ଚାରିପାଖ ଅଞ୍ଚଳକୁ ରେକି କରାଯାଇଥିଲା।
ଏହାସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ଆସିଲା ସାଂଘାତିକ ତଥ୍ୟ
ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ସାରା ଦେଶକୁ ଥରାଇଦେଇଛି। ମୁଜାମ୍ମିଲଙ୍କ ସହଯୋଗୀ ଏବଂ ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ସହକର୍ମୀ ଉମରଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଜଣେ ଉଚ୍ଚଶିକ୍ଷିତ ଡାକ୍ତରଙ୍କର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଯେଉଁମାନଙ୍କ ମଧ୍ୟରୁ ଅନେକ ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ଜମ୍ମୁ ଏବଂ କାଶ୍ମୀର ପୋଲିସ ଏହି ନେଟୱାର୍କକୁ "ଧଳା କଲର ଆତଙ୍କୀ ଇକୋସିଷ୍ଟମ" ବୋଲି କୁହାଯାଉଛି।
ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ଲିଙ୍କ୍
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମ୍ରେ ରଚା ଯାଇଥିଲା ବୋଲି କୁହାଯାଇଛି। ୧୭ ନମ୍ବର ବିଲ୍ଡିଂର ତୃତୀୟ ମହଲାରେ ଏକ ରୁମ୍ ଡାକ୍ତର ମୁଜାମ୍ମିଲଙ୍କ ନାମରେ ହିଁ ଦିଆଯାଇଥିଲା। ଉମରଙ୍କୁ ଏହାର ପାଖରେ ଏକ କୋଠରୀ ଦିଆଯାଇଥିଲା। ସେ ନିଜ ରୁମ୍ରେ ରହୁ ନଥିଲେ। ପାଖରେ ଥିବା ମୁଜାମ୍ମିଲଙ୍କ କୋଠରୀରେ ରହୁଥିଲେ। ଜମ୍ମୁ ଏବଂ କଶ୍ମୀର ପୁଲିସ, ହରିୟାଣା ପୁଲିସ ଏବଂ NIA ଏସମ୍ପର୍କରେ ପୁନର୍ବାର ବିଶ୍ୱବିଦ୍ୟାଳୟ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପଚରାଉଚରା କରିଛନ୍ତି।
"ଏହି ଆତଙ୍କୀ ଗୋଷ୍ଠୀ ଶିକ୍ଷାଦାନ, ସମନ୍ୱୟ, ପାଣ୍ଠି ଚଳାଚଳ ଏବଂ ଲଜିଷ୍ଟିକ୍ସ ପାଇଁ ଏକ ଚ୍ୟାନେଲ୍ ବ୍ୟବହାର କରିଆସୁଛି। ଯେଉଁଥିରେ ଆତଙ୍କବାଦୀ କରିବାକୁ ବୃତ୍ତିଗତ ଏବଂ ଶିକ୍ଷାଗତ ନେଟୱାର୍କ ମାଧ୍ୟମରେ ପାଣ୍ଠି ସଂଗ୍ରହ କରାଯାଉଛି। ଏହସହ ଅସ୍ତ୍ରଶସ୍ତ୍ର/ଗୋଳାବାରୁଦ ଏବଂ IED ପ୍ରସ୍ତୁତ କରିବା ପାଇଁ ସାମଗ୍ରୀ ସଂଗ୍ରହ କରିବାରେ ସମ୍ପୃକ୍ତ ଥିବା ମଧ୍ୟ ଜଣାପଡ଼ିଛି।
ସାମ୍ନାକୁ ଆସିଲା ଓଡ଼ିଶା ଲିଙ୍କ
ସେପଟେ ଦିଲ୍ଲୀ ବିସ୍ଫୋରଣକୁ ନେଇ ଆସିଲା ବଡ଼ ଅପଡେଟ୍। ଆତଙ୍କୀଙ୍କର ଥିଲା ଅନ୍ୟ କିଛି ଷଡ଼ଯନ୍ତ୍ର। ଟାର୍ଗେଟରେ ନ ଥିଲା ରାଜଧାନୀ ଦିଲ୍ଲୀ। ହେଲେ ଦୁର୍ଭାଗ୍ୟବଶତଃ ଲାଲକିଲ୍ଲାରେ ହୋଇଗଲା ବିସ୍ଫୋରଣ। ଆଉ ସବୁଠାରୁ ବଡ଼ କଥା ହେଉଛି କି ଏହି ବିସ୍ଫୋରଣକୁ ନେଇ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେହିପରି ଏବେ ଏକ ବଡ଼ ସୂଚନା ମିଳିଛି କି ଦିଲ୍ଲୀ ବିସ୍ଫୋରଣରେ ରହିଛି ଓଡ଼ିଶା ଲିଙ୍କ୍!
ଏହାସହ ପଢ଼ନ୍ତୁ: ଆତଙ୍କବାଦୀଙ୍କ ପାଇଁ ସେଫ୍ ଜୋନ୍ ପାଲଟିଛି ମେସେଜିଂ ଆପ୍, କରୁଛନ୍ତି ବଡ ବଡ କ୍ରାଇମ୍
ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ଥିବା କୁହାଯାଉଛି। ଅଟକ ଥିବା ଜମାତିଙ୍କୁ ଜେରା ବେଳେ ଏହି ଲିଙ୍କ ଥିବା କଥା ଜଣାପଡିଛି। ଜାମିଲ୍ ର ହ୍ୱାଟ୍ସଆପ୍ ରେ ଓଡ଼ିଶାର ଲିଙ୍କ ଆସିଥିଲା। ଯାହା ସ୍ପଷ୍ଟ କରୁଛି କି ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ଥାଇପାରେ। କେବଳ ସେତିକି ନୁହେଁ ଜମ୍ମୁ, ହରିୟାଣା, ତାମିଲନାଡୁରେ ବି ରହିଛି ଲିଙ୍କ୍! ଦିଲ୍ଲୀ ବଦଳରେ ଅଯୋଧ୍ୟା ଓ ବାରାଣସୀକୁ ଥିଲା ଟାର୍ଗେଟ୍! ଅଯୋଧ୍ୟାରେ ବିସ୍ଫୋରଣ ପାଇଁ ଯୋଜନା କରିଥିଲା ଆତଙ୍କୀ ସଙ୍ଗଠନ! ଏହାସହ ହସ୍ପିଟାଲକୁ ମଧ୍ୟ ଟାର୍ଗେଟ୍ କରିଥିଲେ ଆତଙ୍କୀ। ହେଲେ ଯୋଜନା ସଫଳ ହୋଇପାରିଲା ନାହିଁ। ଦିଲ୍ଲୀରେ ବିସ୍ଫୋରଣ ହୋଇ ନିରୀହ ଲୋକଙ୍କ ଜୀବନ ଚାଲିଗଲା।

VIDEO | Faridabad, Haryana: Visuals from Al Falah University, where the Kashmiri doctor lived for the past three-and-a-half years.
— Press Trust of India (@PTI_News) November 11, 2025
An extensive combing and search operation was conducted in parts of Faridabad on Tuesday, a day after 2,900 kg of explosives and inflammable… pic.twitter.com/xgCTvlHJg5
"ଏହି ଆତଙ୍କୀ ଗୋଷ୍ଠୀ ଶିକ୍ଷାଦାନ, ସମନ୍ୱୟ, ପାଣ୍ଠି ଚଳାଚଳ ଏବଂ ଲଜିଷ୍ଟିକ୍ସ ପାଇଁ ଏକ ଚ୍ୟାନେଲ୍ ବ୍ୟବହାର କରିଆସୁଛି। ଯେଉଁଥିରେ ଆତଙ୍କବାଦୀ କରିବାକୁ ବୃତ୍ତିଗତ ଏବଂ ଶିକ୍ଷାଗତ ନେଟୱାର୍କ ମାଧ୍ୟମରେ ପାଣ୍ଠି ସଂଗ୍ରହ କରାଯାଉଛି। ଏହସହ ଅସ୍ତ୍ରଶସ୍ତ୍ର/ଗୋଳାବାରୁଦ ଏବଂ IED ପ୍ରସ୍ତୁତ କରିବା ପାଇଁ ସାମଗ୍ରୀ ସଂଗ୍ରହ କରିବାରେ ସମ୍ପୃକ୍ତ ଥିବା ମଧ୍ୟ ଜଣାପଡ଼ିଛି।
ସାମ୍ନାକୁ ଆସିଲା ଓଡ଼ିଶା ଲିଙ୍କ
ସେପଟେ ଦିଲ୍ଲୀ ବିସ୍ଫୋରଣକୁ ନେଇ ଆସିଲା ବଡ଼ ଅପଡେଟ୍। ଆତଙ୍କୀଙ୍କର ଥିଲା ଅନ୍ୟ କିଛି ଷଡ଼ଯନ୍ତ୍ର। ଟାର୍ଗେଟରେ ନ ଥିଲା ରାଜଧାନୀ ଦିଲ୍ଲୀ। ହେଲେ ଦୁର୍ଭାଗ୍ୟବଶତଃ ଲାଲକିଲ୍ଲାରେ ହୋଇଗଲା ବିସ୍ଫୋରଣ। ଆଉ ସବୁଠାରୁ ବଡ଼ କଥା ହେଉଛି କି ଏହି ବିସ୍ଫୋରଣକୁ ନେଇ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେହିପରି ଏବେ ଏକ ବଡ଼ ସୂଚନା ମିଳିଛି କି ଦିଲ୍ଲୀ ବିସ୍ଫୋରଣରେ ରହିଛି ଓଡ଼ିଶା ଲିଙ୍କ୍!
ଏହାସହ ପଢ଼ନ୍ତୁ: ଆତଙ୍କବାଦୀଙ୍କ ପାଇଁ ସେଫ୍ ଜୋନ୍ ପାଲଟିଛି ମେସେଜିଂ ଆପ୍, କରୁଛନ୍ତି ବଡ ବଡ କ୍ରାଇମ୍
ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ଥିବା କୁହାଯାଉଛି। ଅଟକ ଥିବା ଜମାତିଙ୍କୁ ଜେରା ବେଳେ ଏହି ଲିଙ୍କ ଥିବା କଥା ଜଣାପଡିଛି। ଜାମିଲ୍ ର ହ୍ୱାଟ୍ସଆପ୍ ରେ ଓଡ଼ିଶାର ଲିଙ୍କ ଆସିଥିଲା। ଯାହା ସ୍ପଷ୍ଟ କରୁଛି କି ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ଥାଇପାରେ। କେବଳ ସେତିକି ନୁହେଁ ଜମ୍ମୁ, ହରିୟାଣା, ତାମିଲନାଡୁରେ ବି ରହିଛି ଲିଙ୍କ୍! ଦିଲ୍ଲୀ ବଦଳରେ ଅଯୋଧ୍ୟା ଓ ବାରାଣସୀକୁ ଥିଲା ଟାର୍ଗେଟ୍! ଅଯୋଧ୍ୟାରେ ବିସ୍ଫୋରଣ ପାଇଁ ଯୋଜନା କରିଥିଲା ଆତଙ୍କୀ ସଙ୍ଗଠନ! ଏହାସହ ହସ୍ପିଟାଲକୁ ମଧ୍ୟ ଟାର୍ଗେଟ୍ କରିଥିଲେ ଆତଙ୍କୀ। ହେଲେ ଯୋଜନା ସଫଳ ହୋଇପାରିଲା ନାହିଁ। ଦିଲ୍ଲୀରେ ବିସ୍ଫୋରଣ ହୋଇ ନିରୀହ ଲୋକଙ୍କ ଜୀବନ ଚାଲିଗଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories