Crime News / ରାଜଧାନୀରେ ଅଜଣା ଯୁବତୀଙ୍କ ସହ ବ୍ଲାଇଣ୍ଡ୍ ଡେଟିଂ କରିବା ପଡ଼ିଲା ମହଙ୍ଗା
·1 hour ago·2 min read

Key Points
ଡେଟିଂ ଆପରେ ଅଜଣା ଯୁବତୀଙ୍କ ସହ ବନ୍ଧୁତା କରି ଫସିଲେ ଯୁବକ
କାଫେକୁ ଡାକିଲେ ଯୁବତୀଳ କାଫେର ବିଲ ହେଲା ୨୬ ହଜାର
ଟଙ୍କା ଦେବାକୁ ମନା କରିବାରୁ କାଫେ ମାଲିକ ଯୁବକଙ୍କୁ ଘେରିଲେ
ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରର ଘଟଣା

ନୂଆଦିଲ୍ଲୀ: ଡେଟିଂ ଆପ୍ରେ ଅଜଣା ଯୁବତୀଙ୍କ ସହ ବନ୍ଧୁତା କରିବା ପଡ଼ିଲା ମହଙ୍ଗା! Tinderରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା। ତା'ପରେ ବ୍ଲାଇଣ୍ଡ ଡେଟ୍ର ଅଫର୍। ଯୁବତୀଙ୍କ ଡାକରାରେ କାଫେରେ ପହଞ୍ଚିଥିଲେ ଯୁବକ। ହେଲେ ଡେଟ୍ର ରୋମାନ୍ସ ଶେଷ ହେବା ପୂର୍ବରୁ ହାତକୁ ଆସିଲା ୨୬ ହଜାର ଟଙ୍କାର ବିଲ୍! ଟଙ୍କା ଦେବାକୁ ମନା କରିବାରୁ କାଫେ ମାଲିକ ଓ ତାଙ୍କ ସହଯୋଗୀମାନେ ଯୁବକଙ୍କୁ ଘେରି ଯାଇଥିବା ଅଭିଯୋଗ ହୋଇଛି। ଶେଷରେ ବାପାଙ୍କଠାରୁ ଟଙ୍କା ମଗାଇ ବିଲ୍ ପୈଠ କରିବା ପରେ ମିଳିଥିଲା ମୁକ୍ତି।
ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳର ହଡସନ୍ ଲେନ୍ରେ ଘଟିଛି। ଏହି ମାମଲାରେ ପୋଲିସ କାଫେ ମାଲିକ ଜାଭେଦ ଏବଂ ତାଙ୍କ ସହଯୋଗୀ ଅନୁଜ କୁମାରଙ୍କୁ ଗିରଫ କରିଛି। ଅନ୍ୟପଟେ ଡେଟ୍ରେ ଡାକିଥିବା ଯୁବତୀଙ୍କୁ ପୋଲିସ ଖୋଜୁଛି।
Tinderରେ ବନ୍ଧୁତା, ତା'ପରେ ବ୍ଲାଇଣ୍ଡ ଡେଟ୍ର ଅଫର୍
ପୋଲିସର ସୂଚନା ଅନୁସାରେ, ନଭେମ୍ବର ୧ ତାରିଖରେ ବିହାରର ପଶ୍ଚିମ ଚମ୍ପାରଣ ଅଞ୍ଚଳର ଜୈଦ ଅହମଦ Tinder ଆପ୍ରେ ଜଣେ ଯୁବତୀଙ୍କ ସହ କଥା ହୋଇଥିଲେ। ଯୁବତୀ ଜଣକ ତାଙ୍କୁ ବ୍ଲାଇଣ୍ଡ ଡେଟ୍ରେ ଯିବାକୁ ନିମନ୍ତ୍ରଣ କରିଥିଲେ। ସନ୍ଧ୍ୟା ୬ଟା ୩୦ରୁ ୭ଟା ମଧ୍ୟରେ ଜିଟିବି ନଗର ମେଟ୍ରୋ ଷ୍ଟେସନ୍ରେ ପହଞ୍ଚିବାକୁ କହିଥିଲେ। ସେଠାରେ ପହଞ୍ଚିବା ପରେ ଯୁବତୀ ଜଣକ ଜୈଦଙ୍କୁ ମୁଖାର୍ଜୀ ନଗରର ହଡସନ୍ ଲେନ୍ରେ ଥିବା ବ୍ଲାକ୍ ପାନ୍ଥର କାଫେକୁ ନେଇଥିଲେ। କିଛି ସମୟ ଧରି ଖାଇବା ପିଇବାର ଅର୍ଡର ଚାଲିଥିଲା। ହେଲେ ଶେଷରେ ଜୈଦଙ୍କ ହୋସ୍ ଉଡ଼ାଇ ଦେଇଥିଲା ୨୬ ହଜାର ଟଙ୍କାର ହାତଲେଖା ବିଲ୍।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଏଠାରେ କ୍ରିମ୍ ନାଁରେ ଚାଲିଥିଲା ଭେଜାଲ ଖେଳ! ଚଢ଼ାଉ କଲା ଖାଦ୍ୟ ସୁରକ୍ଷା ବିଭାଗ
ବିଲ୍ ଦେଖି ଉଡ଼ିଗଲା ହୋସ୍
ଏତେ ଟଙ୍କାର ବିଲ୍ ଦେଖି ଜୈଦ ପ୍ରଶ୍ନ ଉଠାଇଥିଲେ। ହେଲେ ତାଙ୍କ ଅଭିଯୋଗ ଅନୁସାରେ, କାଫେ ମାଲିକ ଓ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଟଙ୍କା ଦେବାକୁ ଚାପ ପକାଇଥିଲେ। ଏପରିକି ୩ରୁ ୪ ଜଣ ତାଙ୍କୁ ଘେରିଯାଇ କାଫେରୁ ବାହାରିବାକୁ ଦେଇନଥିଲେ। ଟଙ୍କା ନଦେଲେ ଛାଡ଼ିବେ ନାହିଁ ବୋଲି ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।
ବାପାଙ୍କୁ ଫୋନ୍ କରି ମାଗିଲେ ଟଙ୍କା
ପରିସ୍ଥିତି ଦେଖି ଭୟଭୀତ ହୋଇପଡ଼ିଥିଲେ ଜୈଦ। ଶେଷରେ ସେ ନିଜ ବାପାଙ୍କୁ ଫୋନ୍ କରି ସବୁ କଥା ଜଣାଇଥିଲେ। ତାଙ୍କ ବାପା ଅନଲାଇନ୍ରେ ଟଙ୍କା ପଠାଇଥିଲେ। ପ୍ରଥମେ କାଫେ ପକ୍ଷରୁ ଦିଆଯାଇଥିବା QR କୋଡ୍ରେ ପେମେଣ୍ଟ ହୋଇନଥିଲା। ପରେ ନବୀନ ରାଜପୁତଙ୍କ ନାମରେ ଥିବା ଅନ୍ୟ ଏକ QR କୋଡ୍ ଦିଆଯାଇଥିଲା। ସେଥିରେ ପ୍ରାୟ ୨୬ ହଜାର ଟଙ୍କା ପୈଠ ହେବା ପରେ ଜୈଦଙ୍କୁ କାଫେ ଛାଡ଼ିବାକୁ ଅନୁମତି ମିଳିଥିଲା।
ଯୁବତୀଙ୍କ ଫୋନ୍ ସୁଇଚ୍ ଅଫ୍
କାଫେରୁ ବାହାରିବା ପରେ ଯୁବତୀ ଜଣକ ନିଜ ମୋବାଇଲ୍ ଫୋନ୍ ବନ୍ଦ କରିଦେଇଥିଲେ। ଏହାପରେ ଜୈଦ ତାଙ୍କ ବାପାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ପୋଲିସରେ ଅଭିଯୋଗ ହେବାରୁ ମୁଖାର୍ଜୀ ନଗର ଥାନାରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଡିସିପି ଉତ୍ତର ପଶ୍ଚିମ ଆକାଂକ୍ଷା ଯାଦବଙ୍କ ସୂଚନା ଅନୁସାରେ, ଏହି ଘଟଣାରେ କାଫେ ମାଲିକ ଜାଭେଦ ଏବଂ ତାଙ୍କ ସହଯୋଗୀ ଅନୁଜ କୁମାରଙ୍କୁ ଗିରଫ କରାଯାଇଛି। ଡେଟ୍ରେ ଡାକିଥିବା ଯୁବତୀଙ୍କୁ ଚିହ୍ନଟ କରି ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

Related Topics
Explore more stories