Food Adulteration / ଏଠାରେ କ୍ରିମ୍ ନାଁରେ ଚାଲିଥିଲା ଭେଜାଲ ଖେଳ! ଚଢ଼ାଉ କଲା ଖାଦ୍ୟ ସୁରକ୍ଷା ବିଭାଗ
·2 hours ago·2 min read

Key Points
ରାତିର ଅନ୍ଧାରରେ ଚାଲିଥିଲା ଭେଜାଲ କ୍ରିମ୍ର କଳା କାରବାର
ଦେଖିବାକୁ କ୍ରିମ୍, ହେଲେ ତାହା ପ୍ରସ୍ତୁତ ହେଉଥିଲା ବିଭିନ୍ନ ସାମଗ୍ରୀର ମିଶ୍ରଣରେ
ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ ପରେ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ
ଚଢ଼ାଉ ବେଳେ ପ୍ରାୟ ୫ କ୍ୱିଣ୍ଟାଲ ଭେଜାଲ କ୍ରିମ୍ ଜବତ କରି ନଷ୍ଟ କରିଛି ବିଭାଗ
ନଷ୍ଟ ହୋଇଥିବା କ୍ରିମ୍ର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା।
ଉତ୍ତରପ୍ରଦେଶ ହାପୁରର ଘଟଣା

ହାପୁର,୦୪/୧୧: ରାତିର ଅନ୍ଧାରରେ ଚାଲିଥିଲା ଭେଜାଲ କ୍ରିମ୍ର କଳା କାରବାର। ଦେଖିବାକୁ କ୍ରିମ୍, ହେଲେ ତାହା ପ୍ରସ୍ତୁତ ହେଉଥିଲା ବିଭିନ୍ନ ସାମଗ୍ରୀର ମିଶ୍ରଣରେ! ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ ପରେ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ଚଢ଼ାଉ ବେଳେ ପ୍ରାୟ ୫ କ୍ୱିଣ୍ଟାଲ ଭେଜାଲ କ୍ରିମ୍ ଜବତ କରି ନଷ୍ଟ କରିଛି ବିଭାଗ। ନଷ୍ଟ ହୋଇଥିବା କ୍ରିମ୍ର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ଶକରପୁରରେ ଏକ କ୍ରିମ୍ ଉତ୍ପାଦନ ୟୁନିଟ୍ରେ ଏହି ବେଆଇନ କାରବାର ଚାଲିଥିଲା। ଗୁପ୍ତ ସୂଚନା ପାଇବା ପରେ ରାତି ପ୍ରାୟ ୧୧ଟାରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ଅଚାନକ ଚଢ଼ାଉ କରିଥିଲା। ଯାଞ୍ଚ ବେଳେ କ୍ରିମ୍ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସାମଗ୍ରୀ ଦେଖି ଅଧିକାରୀମାନେ ମଧ୍ୟ ତଦନ୍ତ ଆରମ୍ଭ କରିଥିଲେ। ଏଠାରେ ପନିପରିବା ତେଲ, ରିଫାଇନ୍ ତେଲ, ସ୍କିମ୍ଡ ମିଲ୍କ ପାଉଡର (SMP) ଏବଂ ଦହିକୁ ମିଶାଇ କ୍ରିମ୍ ପ୍ରସ୍ତୁତ କରାଯାଉଥିଲା। ଘଟଣାସ୍ଥଳରୁ ଅଧିକାରୀମାନେ ତିନୋଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଏହାସହ ପ୍ରାୟ ୫ କ୍ୱିଣ୍ଟାଲ କ୍ରିମ୍ ନଷ୍ଟ କରିବା ସହ ଉକ୍ତ ୟୁନିଟ୍ର ଖାଦ୍ୟ ବ୍ୟବସାୟ ବନ୍ଦ କରିଦେଇଛି ବିଭାଗ।
ପଢନ୍ତୁ ଏହି ଖବର: ମହଙ୍ଗା ହେଲା ମଦ, ଖାଲି ବୋତଲ ଫେରାଇଲେ ମିଳିବ ଟଙ୍କା, ଜାଣନ୍ତୁ ସରକାରଙ୍କ ନୂଆ ନିୟମ
ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଉତ୍ତର ପ୍ରଦେଶର ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା। ଖାଦ୍ୟ IIର ସହାୟକ କମିଶନର ଚନ୍ଦ୍ରଶେଖର ମିଶ୍ରଙ୍କ ନେତୃତ୍ୱରେ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା। ତେବେ ଏହି କାରବାର ପଛରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହା ଏବେ ତଦନ୍ତ ପରିସରଭୁକ୍ତ। ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ଏହି ଚଢ଼ାଉରେ ମୁଖ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ ପଙ୍କଜଙ୍କ ସମେତ ଖାଦ୍ୟ ସୁରକ୍ଷା ଅଧିକାରୀ ମୋହିତ, ସହରିଶ ସାଦତ ଏବଂ ବିପିନ ଉପସ୍ଥିତ ଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories