Videos
|
National

Air India / ହଠାତ୍ ୩୦୦ ଫୁଟ୍ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଆତଙ୍କ; ଅନେକ ଯାତ୍ରୀ ଆହତ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ହଠାତ୍ ୩୦୦ ଫୁଟ୍ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଆତଙ୍କ; ଅନେକ ଯାତ୍ରୀ ଆହତ
Air India

Key Points

ପୁଣି ହେଡଲାଇନରେ ଏୟାର ଇଣ୍ଡିଆ ବିମାନ
ମଝି ଆକାଶରେ ଟର୍ବୁଲାନ୍ସ ଯୋଗୁଁ ଯାତ୍ରା ପ୍ରଭାବିତ
ହଠାତ୍ ବହୁ ତଳକୁ ଖସିଲା ବିମାନ
ଅନେକ ଯାତ୍ରୀ ଆହତ, ଭୟଭୀତ ପରିବାର
ଏୟାର ଇଣ୍ଡିଆର ଥାଇଲ୍ୟାଣ୍ଡରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟରେ ଅଘଟଣ । ମଝି ଆକାଶରେ ଭୟଙ୍କର ଟର୍ବୁଲାନ୍ସ । ଅଘଟଣରେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏହି ବିମାନଟି ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିଲା । ଟର୍ବୁଲାନ୍ସ ଏତେ ଭୟଙ୍କର ଥିଲା ଯେ କେଉଁ ଯାତ୍ରୀଙ୍କ କାନରେ ତ ଆଉ କେଉଁ ଯାତ୍ରୀଙ୍କ ବେକରେ ଆଘାତ ଲାଗିଛି । ଏବେ ସେମାନଙ୍କ ଚିକିତ୍ସା କରାଯାଉଛି । ଘଟଣାରେ ମୋଟ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୪ରେ ଫୁକେଟରୁ ଦିଲ୍ଲୀ ଆସୁଥିବା ବିମାନ AI2379 ଉଡ଼ାଣ ବେଳେ କିଛି ସମୟ ପର୍ଯ୍ୟନ୍ତ ଟର୍ବୁଲାନ୍ସର ସାମ୍ନା କରିବାକୁ ପଡ଼ିଥିଲା, ଯେଉଁଥିରେ ବିମାନର ଉଚ୍ଚତାରେ ହଠାତ୍ ପରିବର୍ତ୍ତନ ହୋଇଥିଲା । ମାତ୍ର ଏବେ ବିମାନଟି ଦିଲ୍ଲୀରେ ସୁରକ୍ଷିତ ଭାବେ ଅବତରଣ କରିଛି ଓ ୧୨ ଜଣ ଯାତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି ।

  • ହଠାତ୍ ତଳକୁ ଖସିଲା ବିମାନ
ଯାତ୍ରୀମାନେ କହିଛନ୍ତି ଯେ ଦିଲ୍ଲୀରେ ଅବତରଣ କରିବା ପୂର୍ବରୁ ବିମାନଟି ହଠାତ୍ ତଳକୁ ଖସିଯାଇଥିଲା । ଘଟଣାରେ ଯାତ୍ରୀ ଖୁବ ଭୟଭୀତ ହୋଇଯାଇଥିବାବେଳେ ଚିତ୍କାର କରିଥିଲେ । ଏହି ସମୟରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ପାଇଲଟ ବହୁ କଷ୍ଟରେ ବିମାନକୁ ସଫଳତାପୂର୍ବକ ଅବତରଣ କରିଥିବା ଜଣାପଡ଼ିଛି ।


  • ଆହତ ଯାତ୍ରୀଙ୍କ ଚିକିତ୍ସା ଜାରି
ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସୌଭାଗ୍ୟବଶତଃ କୌଣସି ଯାତ୍ରୀଙ୍କୁ ଅଧିକ ଆଘାତ ଲାଗିନାହିଁ । ଯେଉଁମାନେ ସାମାନ୍ୟ ଆହତ ହୋଇଛନ୍ତି ସେମାନଙ୍କୁ ବିମାନ ବନ୍ଦରରେ ଚିକିତ୍ସା କରାଯାଉଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆର ବିମାନବନ୍ଦର ଟିମ ଓ ମେଡିକାଲ ସଦସ୍ୟମାନେ ତୁରନ୍ତ ବିମାନବନ୍ଦରରେ ପହଞ୍ଚିଥିଲେ । ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ସୁରକ୍ଷା ଏୟାରଲାଇନ୍ସ ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

  • ଏୟାର ଟର୍ବୁଲାନ୍ସ ମାନେ କଣ ?
ମଝି ଆକାଶରେ ଏୟାର ଟର୍ବୁଲାନ୍ସ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ପବନର ଗତି ଅନିୟମିତ ହୋଇଥାଏ । ପୃଥିବୀପୃଷ୍ଠରେ ପ୍ରବଳ ଗରମ ଯୋଗୁଁ ଗରମ ପବନ ଆକାଶକୁ ଉଠେ ଓ ଥଣ୍ଡା ପବନ ତଳକୁଆସେ, ଯାହାଦ୍ଵାରା ଥର୍ମାଲ୍ ଡିଷ୍ଟର୍ବାନ୍ସ ହୁଏ । ପାହାଡ଼ରେ ଧକ୍କା ଖାଇବା ଯୋଗୁଁ ପବନ ଉପର ତଳ କରି ବିଭିନ୍ନ ସ୍ତର ସୃଷ୍ଟି କରେ । ଏହି ସମୟରେ ବିମାନଟି ଉପର ତଳ କିମ୍ଵା ବାମ ଡାହାଣ ଧକ୍କା ଅନୁଭବ କରେ । ଏପରି ସ୍ଥିତିରେ ବିମାନଟି ହଲିଥାଏ । ଏହି ସମୟରେ ଯାତ୍ରୀମାନଙ୍କୁ ସିଟ୍ ବେଲ୍ଟ ବାନ୍ଧି ରଖିବା ଉଚିତ । ନଚେତ୍ ସେମାନେ ଖସିପଡ଼ି ବା ଏପଟ ସେପଟ ହୋଇ ଆହତ ହୋଇଥାନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Air India Flight AI2379 Hits Severe Turbulence Near Delhi; Several Passengers Suffer Minor Injuries | Argus News