Videos
|
National

Delhi Blast / ଆଖି ବୁଜିଲେ ଆଉ ଦୁଇ ଆହତ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଆଖି ବୁଜିଲେ ଆଉ ଦୁଇ ଆହତ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

Key Points

ଦିଲ୍ଲୀ କାର୍‌ ବିସ୍ଫୋରଣ
ଆଖି ବୁଜିଲେ ଆଉ ଦୁଇ ଆହତ
ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
ପୁଣି ଆଖି ବୁଜିଲେ ଆଉ ଦୁଇ ଆହତ। ନଭେମ୍ବର ୧୦ ତାରିଖରେ ହୋଇଥିବା ଦିଲ୍ଲୀ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୁକମାନ ଏବଂ ବିନୟ ପାଠକଙ୍କ ମୃତ୍ୟୁ ଘଟିଛି। ଗତ ଗୁରୁବାର ଜଣେ ଆହତ ବିଲାଲଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା। ଆଜି ଏହି ସଂଖ୍ୟାରେ ଆଉ ୨ ମିଶି ଯାଇଛି। ଏଖବର ପରେ ମୃତକଙ୍କ ପରିବାରେ ଦୁଃଖର ପାହାଡ ପଡ଼ିଯାଇଥିବାବେଳେ ଦେଶବାସୀଙ୍କୁ ଏଖବର ମର୍ମାହତ କରିଛି। ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।

୨୦୨୫ ନଭେମ୍ବର ୧୦ । ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ୨୫ରୁ ଅଧିକ ଲୋକ ଆହତ ହୋଇଥିଲେ । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ବିସ୍ଫୋରଣ ୧୪ ବର୍ଷ ତଳେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣକୁ ମନେ ପକାଇ ଦେଇଛି । ଏହା ପୂର୍ବରୁ ୨୦୦୮ରେ ରାଷ୍ଟ୍ରୀୟ ରାଜଧାନୀରେ ବିସ୍ଫୋରଣ ହୋଇଥିଲା । ପୋଲିସ ଏବଂ ଫୋରେନସିକ୍ ଦଳ ବିଳମ୍ବିତ ରାତିରେ ନିଶ୍ଚିତ କରିଛନ୍ତି ଯେ ବିସ୍ଫୋରକ ଭର୍ତ୍ତି ହୁଣ୍ଡାଇ i20 କାରରେ ଥିବା ବ୍ୟକ୍ତି ଅନ୍ୟ କେହି ନୁହଁନ୍ତି ବରଂ ଆତଙ୍କବାଦୀ ଡକ୍ଟର ଉମର ନବି (ଉମର ମହମ୍ମଦ) ଥିଲେ । ଘଟଣାସ୍ଥଳରୁ କାରର ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିବା ପୋଡ଼ା ଶରୀରର DNA ପରୀକ୍ଷା ଉମରଙ୍କ ପରିବାର ସଦସ୍ୟଙ୍କ ନମୁନା ସହିତ ୧୦୦ ପ୍ରତିଶତ ମେଳ ଖାଉଛି । ଆଉ ଏହା ପରେ ତଦନ୍ତକାରୀ ଟିମ୍‌ ନିଶ୍ଚିତ କରିଛନ୍ତି ଆତଙ୍କବାଦୀ ଉମର ହିଁ ଦିଲ୍ଲୀ କାର ବୋମା ବିସ୍ଫୋରଣ ଘଟାଇଥିଲେ ।

ଏଥିସହ ପଢ଼ନ୍ତୁ: ଧରାପଡ଼ିଲା ଆତ୍ମଘାତୀ ଆତଙ୍କବାଦୀ ଉମରର ସହଯୋଗୀ; ବିସ୍ଫୋରଣ ପାଇଁ କରିଥିଲା ଟେକ୍ନୋଲୋଜିର ସହାୟତା

ତଦନ୍ତକାରୀ ସଂସ୍ଥା ଆମିର ରଶିଦ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଆମିର ବିରୋଧରେ ଷଡ଼ଯନ୍ତ୍ର ଏବଂ ଆକ୍ରମଣ ଘଟାଇବାର ଅଭିଯୋଗ ରହିଛି। ଗିରଫ ହେବା ପରେ, ଆମିରକୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାକୁ ୧୦ ଦିନ ପାଇଁ ଏନଆଇଏ ହେପାଜତକୁ ପଠାଇଛନ୍ତି। ବିସ୍ଫୋରଣରେ ଜଡିତ i-20 କାର ଅଭିଯୁକ୍ତ ଆମିର ରଶିଦ ନାମରେ ପଞ୍ଜୀକୃତ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଡାକ୍ତର ଗିରଫ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ କାଶ୍ମୀରରେ ଏକ ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ହରିଆଣାର ଜଣେ ମହିଳା ଡାକ୍ତର ଗିରଫ ହୋଇଛନ୍ତି । ଗିରଫ ମହିଳା ଡାକ୍ତରଙ୍କ ନାମ ପ୍ରିୟଙ୍କା ଶର୍ମା। ତାଙ୍କ ଘର ହରିଆଣାର ରୋହତକରେ। ସେ ଅନନ୍ତନାଗ ଜିଏମସିରେ ଡାକ୍ତରୀ ଚାକିରି କରୁଥିଲେ। ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ଏକ ସିମ୍ କାର୍ଡ ଜବତ ହୋଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories