Delhi Blast / ଧରାପଡ଼ିଲା ଆତ୍ମଘାତୀ ଆତଙ୍କବାଦୀ ଉମରର ସହଯୋଗୀ; ବିସ୍ଫୋରଣ ପାଇଁ କରିଥିଲା ଟେକ୍ନୋଲୋଜିର ସହାୟତା
·8 months ago·2 min read

Key Points
ଧରାପଡ଼ିଲା ଆତ୍ମଘାତୀ ବିସ୍ଫୋରଣ କରିଥିବା ଆତଙ୍କବାଦୀ ଡ. ଉମରର ସହଯୋଗୀ । ଶ୍ରୀନଗରରୁ ଉମରର ସହଯୋଗୀକୁ NIA ଗିରଫ କରିଛି । ଗିରଫ ଆତଙ୍କବାଦୀ ପରିଚୟ ଜାସିର୍ ବିଲାଲ ୱାନି ଓରଫ୍ ଦାନିଶ ।
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ମାମଲାରେ NIAକୁ ଆଉ ଏକ ସଫଳତା । ଧରାପଡ଼ିଲା ଆତ୍ମଘାତୀ ବିସ୍ଫୋରଣ କରିଥିବା ଆତଙ୍କବାଦୀ ଡ. ଉମରର ସହଯୋଗୀ । ଶ୍ରୀନଗରରୁ ଉମରର ସହଯୋଗୀକୁ NIA ଗିରଫ କରିଛି ।
ଗିରଫ ହୋଇଥିବା ଆତଙ୍କବାଦୀ ପରିଚୟ ଜାସିର୍ ବିଲାଲ ୱାନି ଓରଫ୍ ଦାନିଶ ବୋଲି କୁହାଯାଉଛି । ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ଦାନିଶର ଘର । NIA ତଦନ୍ତ ବେଳେ ସାମ୍ନାକୁ ଚକିତ କଲା ଭଳି ତଥ୍ୟ ଆସିଛି ।
ଏଥିସହ ପଢ଼ନ୍ତୁ: ୬ ରାଜ୍ୟରେ NIAର ଛାନଭିନ୍; ଡାକ୍ତରଙ୍କ ଆତଙ୍କୀ ନେଟୱର୍କ ଲମ୍ବିଛି କେତେ ବାଟ ?
ଅଭିଯୋଗ ଅନୁସାରେ, ଜାସିର୍ ହିଁ ଆତଙ୍କବାଦୀ ଆକ୍ରମଣ ପାଇଁ ଟେକ୍ନୋଲୋଜି ସହାୟତା ଯୋଗାଇ ଦେଇଥିଲା । ସେ ଡ୍ରୋନ୍ ମୋଡିଫାଏ କରେ, ଆଉ ସେହି ଡ୍ରୋନ୍କୁ ଆକ୍ରମଣରେ ବ୍ୟବହାର କରାଯାଏ । ଏପରିକି ଜାସିର୍ ରକେଟ୍ ତିଆରି ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି ।
ତଦନ୍ତ ବେଳେ ଜଣାପଡ଼ିଛି, ଆତ୍ମଘାତୀ ବିସ୍ଫୋରଣକାରୀ ଉମର ସହ ମିଶି ଜାସିର୍ ଏହି ଆକ୍ରମଣ ପାଇଁ ପ୍ରସ୍ତୁତି କରିଥିଲା । NIA ଅନୁସାରେ, ଜାସିର୍ କେବଳ ବୈଷୟିକ ସହାୟତା ଦେଉନଥିଲା ବରଂ ଆକ୍ରମଣ କିଭଳି, କେମିତି ହେବ ସେଥିରେ ସକ୍ରିୟ ଭାବେ ସାମିଲ୍ ଥିଲା ।
ଉମରର ସବୁଠୁ ଘନିଷ୍ଠ ଓ ବିଶ୍ଵାସଯୋଗ୍ୟ ସହଯୋଗୀ ହେଉଛି ଜାସିର୍ । ଯିଏକି ଆକ୍ରମଣର ପ୍ରତିଟି ପର୍ଯ୍ୟାୟରେ ସଂଶ୍ଲିଷ୍ଟ ଥିଲା । ସୂଚନାଯୋଗ୍ୟ, ଦିନକ ତଳେ NIA ଉମରର ଆଉ ଜଣେ ସହଯୋଗୀକୁ ଗିରଫ କରିଥିଲା । NIA ଗିରଫ କରିଥିବା ଆତଙ୍କବାଦୀ ଆମୀର ରଶିଦ ଅଲୀ ।
ଏଥିସହ ପଢ଼ନ୍ତୁ: ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ ମାମୁ ପୁଅ-ପିଉସୀ ପୁଅ; ସାର୍ଟ ଧରି ଝୁରୁଛି ମାଆ
ଆମୀର କାଶ୍ମୀରର ବାସିନ୍ଦା । ସେ ଉମର ସହ ମିଶି ବିସ୍ଫୋରଣ ଷଡ଼ଯନ୍ତ୍ର କରିଥିଲା । ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ବାହାରେ ହୋଇଥିବା ବିସ୍ଫୋରଣରେ ବ୍ୟବହୃତ କାର୍ଟି ଆମିର ରାଶିଦ ଅଲୀ ନାଁରେ ପଞ୍ଜୀକୃତ ଥିଲା । NIA ଦିଲ୍ଲୀରେ ହୋଇଥିବା ବିସ୍ଫୋରଣକୁ ପ୍ରଥମ ଆତ୍ମଘାତୀ ବିସ୍ଫୋରଣ ବିବେଚନା କରୁଛି ।
NIA ଯାଞ୍ଚରୁ ଜଣାପଡ଼ିଛି, ଜମ୍ମୁ-କାଶ୍ମୀର ପମ୍ପୋରର ସମ୍ବୁରାରେ ରହୁଥିବା ଆମିର ରଶିଦ ଅଲୀ ବିସ୍ଫୋରଣରେ ବ୍ୟବହୃତ କାର୍କୁ କିଣିବା ପାଇଁ କିଛି ମାସ ତଳେ ଦିଲ୍ଲୀ ଯାଇଥିଲା । ଦିଲ୍ଲୀରୁ କାର୍ କିଣିବା ପରେ ସେଥିରେ ବୋମା ଖଞ୍ଜା ଯାଇଥିଲା । ଉମର ସହ ମିଶି ଆମିର ଏସବୁ କାମରେ ସହଯୋଗ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories