Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜୁନ୍ ୧ ଯାଏଁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ

National

ଜୁନ୍ ୧ ଯାଏଁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜୁନ୍ ୧ ଯାଏଁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ

ଅର୍ଗସ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ । କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ । ନିର୍ବାଚନକୁ ଆଖି ଆଗରେ ରଖି ଜାମିନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ।  ଜୁନ ୨ରେ କୋର୍ଟରେ ହାଜିର ହେବେ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ୨୧ ମାର୍ଚ୍ଚରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଥିଲା ଦିଲ୍ଲୀ ହାଇକୋର୍ଟ । ଇଡି ପାଖରେ ଯଥେଷ୍ଟ ପ୍ରମାଣ ଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଥିଲା । 

ଅଧିକ ପଢନ୍ତୁ : କେଜ୍ରିୱାଲଙ୍କ ଜାମିନ ଖାରଜ

ସେପଟେ ଜେଲରେ ଥିବା ଅବସ୍ଥାରେ କେଜ୍ରିୱାଲଙ୍କ ଦେହ ଖରାପ ହୋଇଥିବା ମଧ୍ୟ ସୂଚନା ମିଳିଥିଲା । ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିବାବେଳେ ଜେଲରେ ଇନସୁଲିନ ନେଉଥିବା ଜେଲ କର୍ତ୍ତୃପକ୍ଷଙ୍କ ପାଖରୁ ସୂଚନା ମିଳିଥିଲା  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Delhi Chief Minister Arvind Kejriwal bailed | Argus News