|
logo
Live

Argus News - ମାମଲାରେ ଏକାଧିକ ମହିଳା ଓ ଚାଲାଣକାରୀ ଗିରଫ

National

ମାମଲାରେ ଏକାଧିକ ମହିଳା ଓ ଚାଲାଣକାରୀ ଗିରଫ

Jitendra Dash
Browse all articles by Jitendra Dash
·2 years ago·2 min read
ମାମଲାରେ ଏକାଧିକ ମହିଳା ଓ ଚାଲାଣକାରୀ ଗିରଫ

ଅର୍ଗସ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ସକ୍ରିୟ ଅଛି ପିଲା ଚୋରି ରାକେଟ୍‌ । ଏହି ରାକେଟ ମୁଖ୍ୟତଃ ହସ୍ପିଟାଲମାନଙ୍କୁ ଟାର୍ଗେଟ କରୁଛି । ହସ୍ପିଟାଲରୁ ନବଜାତକଙ୍କୁ ଚୋରି କରି ବିକ୍ରି କରାଯାଉଥିବା ହୋଇଛି ଅଭିଯୋଗ । ସିବିଆଇ ଚାଇଲ୍ଡ ଟ୍ରାଫିକିଂର ମାମଲାର ଖୋଳତାଡ଼ କରି ନବଜାତକଙ୍କୁ ଉଦ୍ଧାର କରି ସାରିଲାଣି । ଗତକାଲି ଏକ ଘରୁ ୨ ନବଜାତଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଏହି ମାମଲାରେ ସିବିଆଇ କିଛି ମହିଳା, ପୁରୁଷଙ୍କୁ ଗିରଫ କରିଥିବା ଜଣାଯାଇଛି । 

ଦିଲ୍ଲୀରେ ପିଲା ଚୋରି ମାମଲା ବଢ଼ିଥିବା ନେଇ ଅଭିଯୋଗ ହେବା ପରେ ସିବିଆଇ ଏହି ମାମଲାର ଛାନଭିନ ଆରମ୍ଭ କରିଥିଲ । ଇତି ମଧ୍ୟରେ ଗତକାଲିଠୁ ସିବିଆଇ ଟିମ୍‌ ବିଭିନ୍ନ ସ୍ଥାନରେ ରେଡ କରି ସାରିଲାଣି । ପ୍ରାଥମିକ ତଦନ୍ତରୁ ନବଜାତକଙ୍କୁ ଚୋରି କରି ବିକ୍ରି କରାଯାଉଥିବା ବେଳେ ଏହା ପଛରେ ରାକେଟ ସକ୍ରିୟ ଥିବା ଜଣାଯାଇଛି । ସିବିଆଇ ଟିମ୍‌ ଛୁଆ ବିକ୍ରି କରୁଥିବା ମହିଳା ଓ କିଣୁଥିବା ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରୁଛି । ଏହି ଗ୍ୟାଙ୍ଗ ବିଭିନ୍ନ ହସ୍ପିଟାଲରୁ ନବଜାତକଙ୍କୁ ଚୋରି କରି ସେମାନଙ୍କୁ ବିକ୍ରି କରୁଥିଲେ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବହୁ ମହିଳା, ପୁରୁଷ ଓ ହସ୍ପିଟାଲର ୱାର୍ଡ ବୟ ବି ସମ୍ପୃକ୍ତ ଥିବା ଜଣାଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜଧାନୀ ସହିତ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ଏନସିଆରର କିଛି ଅଞ୍ଚଳରେ ଚଢାଉ କରିଛି । ଏହି ସମୟ ମଧ୍ୟରେ, ସିବିଆଇ ୮ ଜଣ ପିଲାଙ୍କୁ ଉଦ୍ଧାର କରଛି । ଏହି ଅପରାଧରେ ଜଡିତ କେତେଜଣ ଲୋକଙ୍କୁ ମଧ୍ୟ ଅନୁସନ୍ଧାନକାରୀ ସଂସ୍ଥା ଗିରଫ କରିଛି । ଶିଶୁ ଚାଲାଣ ମାମଲାରେ ଏହି ଲୋକଙ୍କୁ ପଚରାଉଚରା କରାଯାଉଛି । ଚଢାଉ ପରେ ସିବିଆଇ ଦ୍ୱାରା ଅଟକ ରହିଥିବା ଲୋକମାନଙ୍କ ମଧ୍ୟରେ ଡାକ୍ତରଖାନାର ୱାର୍ଡ ବୟ ସମେତ କେତେ ଜଣ ମହିଳା ଏବଂ ପୁରୁଷ ଅଛନ୍ତି । ଏହି ସମସ୍ତ ଲୋକଙ୍କୁ ପଚରାଉଚରା କରାଯାଉଛି, ଯାହାଫଳରେ ଏହି ମାମଲାରେ ଅଧିକ ସୂଚନା ମିଳିପାରିବ । କେବଳ ଦିଲ୍ଲୀ ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ ପିଲା ଚୋର ମାତିଥିବାର ଖବର ଆସୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି । 

Sponsored
ମାମଲାରେ ଏକାଧିକ ମହିଳା ଓ ଚାଲାଣକାରୀ ଗିରଫ | Argus News