ଅର୍ଥ ହେରଫେର ମାମଲାକୁ ନେଇ ସେସନ୍ କୋର୍ଟର ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଦିନକୁ ଦିନ ବଢୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବାଦ । କେତେବେଳେ ଇଡ଼ର ଡର ତ ଆଉ କେତେବେଳେ ରାଜନୀତି ବିବାଦ । ଏବେ ପୁଣି ଦିଲ୍ଲୀ ଅବକାରୀ ନୀତିରେ ହର୍ଥ ହେରଫେର ମାମଲାକୁ ନେଇ ସେସନ୍ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିୱାଲ । ଇଡିରେ ହାଜର ହେବାକୁ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସେ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ମାର୍ଚ୍ଚ ୧୬ରେ ଇଡିରେ ହାଜର ହେବାକୁ କେଜ୍ରିୱାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କେଜ୍ରିୱାଲ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେସନ କୋର୍ଟରେ ପହଞ୍ଚିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କ୍ରମାଗତ ଭାବେ ଆଠ ଥର ସମନ ପଠାଇବା ପରେ ମଧ୍ୟ କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ଏହାକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଦୁଇଟି ଅଭିଯୋଗ ଦାଖଲ କରିଥିଲା । କେଜ୍ରିୱାଲ ଜାଣିଶୁଣି ସମନକୁ ଏଡାଇ ଚାଲିଥିବା ଅଭିଯୋଗ କରିଥିଲା ଇଡି । ଏ ଉପରେ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ବିଚାର କରି ଇଡିରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।