Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Weather Update / ଥଣ୍ଡାରେ ଥରୁଛନ୍ତି ରାଜଧାନୀବାସୀ: ହାଲୁକା ବର୍ଷାରେ ଭିଜିଲା ଦିଲ୍ଲୀ....ପ୍ରବଳ ଶୀତକୁ ସେପଟେ ବର୍ଷାମାଡ଼

Ritu Das
Browse all articles by Ritu Das
·6 months ago·2 min read
ଥଣ୍ଡାରେ ଥରୁଛନ୍ତି ରାଜଧାନୀବାସୀ: ହାଲୁକା ବର୍ଷାରେ ଭିଜିଲା ଦିଲ୍ଲୀ....ପ୍ରବଳ ଶୀତକୁ ସେପଟେ ବର୍ଷାମାଡ଼
india

Key Points

ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ଯୋଗୁଁ ଆଜିକାଲି ପ୍ରବଳ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସକାଳେ ଅନେକ ଅଞ୍ଚଳରେ ହାଲୁକା ବର୍ଷା ହୋଇଥିଲା, ଯାହା ପାଗକୁ ଆହୁରି ବିଗାଡ଼ି ଦେଇଛି ।
ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାବେଳେ ଦିଲ୍ଲୀବାସୀ ମଧ୍ୟରେ ଥଣ୍ଡାର ପ୍ରକୋପରୁ ବର୍ତ୍ତି ନାହାନ୍ତି। ପ୍ରବଳ ଥଣ୍ଡାକୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସେପଟେ ଲୋକ ବୁଝି ପାରୁ ନାହାନ୍ତି ସ୍ବେଟର ପିନ୍ଧିବେ ନା ରେନକୋଟ ପିନ୍ଧିବେ। ଏପଟେ ପ୍ରବଳ ଜାଡ଼, ସେପଟେ ବର୍ଷାର ମାଡ଼ । ଥଣ୍ଡାରେ ଥରୁଛନ୍ତି ରାଜଧାନୀବାସୀ । ଆଜି ସକାଳେ ସକାଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ହେବା କାରଣରୁ ବାଦଲରେ ଢାଙ୍କି ହେଇଛି ପୂରା ରାଜଧାନୀ । ଆକାଶ ମେଘାଚ୍ଛନ୍ନ ରହିଛି । ଜନଜୀବନ ଗୋଟେ ପ୍ରକାର ଜାଡ଼ ଯାତନାରେ ଛଟପଟ ହେଉଛି । ଆଜି ସକାଳେ ଦିଲ୍ଲୀରେ ହାଲୁକା ବର୍ଷା ଯୋଗୁଁ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିଲା ଏବଂ ଥଣ୍ଡା ବଢିଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ରହିବ ବୋଲି ଆଶା କରାଯାଉଛି।

ଏହାସହ ପଢ଼ନ୍ତୁ: ଜାଡ଼ରେ ଥରୁଛି ଶିମିଳିପାଳ ବିଯୁକ୍ତ ଡିଗ୍ରୀକୁ ଖସିଲା ପାରଦ: ଭୁବନେଶ୍ୱରରେ ପୁଣି ୯ଡ଼ିଗ୍ରୀ ଛୁଇଁଲା


ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ଯୋଗୁଁ ଆଜିକାଲି ପ୍ରବଳ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସକାଳେ ଅନେକ ଅଞ୍ଚଳରେ ହାଲୁକା ବର୍ଷା ହୋଇଥିଲା, ଯାହା ପାଗକୁ ଆହୁରି ବିଗାଡ଼ି ଦେଇଛି । ମହାମାୟା ଫ୍ଲାଏଓଭର, ଅକ୍ଷରଧାମ ସମେତ ଦିଲ୍ଲୀ-ନୋଏଡାର ଅନେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ଆକାଶ ମେଘୁଆ ରହିଛି ଏବଂ ତାପମାତ୍ରା ଖସିଛି । ଗତ କିଛି ଦିନ ଧରି, ଦିଲ୍ଲୀ, ୟୁପି, ପଞ୍ଜାବ, ହରିୟାଣା ସମେତ ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ପ୍ରବଳ ଶୀତ ଜାରି ରହିଛି।

ଏହାସହ ପଢ଼ନ୍ତୁ: ମାଘ ମାସରେ ବାଘୁଆ ଶୀତ: ଆସନ୍ତା ୨୧ ଯାଏ ସବୁ ଥରିବ, ଥରାଇବ ସ୍ବାଭାବିକଠୁ ୬ ଡିଗ୍ରୀ ତଳେ ରହିବ ତାପମାତ୍ରା

ସେପଟେ ପାଣିପାଗ ବିଭାଗ ଆଗାମୀ ୫ରୁ ୭ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତ ଏବଂ ବିହାରରେ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଉତ୍ତର-ପୂର୍ବ, ମଧ୍ୟ ଭାରତ, ପଶ୍ଚିମବଙ୍ଗ ଏବଂ ସିକିମର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । କୁହୁଡି ପାଇଁ ଦେଖାଯିବନି ରାସ୍ତାଘାଟ, ତେଣୁ ଗାଡ଼ି ଚାଳକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ହାଲୁକା ବର୍ଷା କାରଣରୁ ପ୍ରଦୂଷଣ ହ୍ରାସ ହେବ ବୋଲି ଆଶା କରାଯାଉଛି। ତଥାପି, ବର୍ତ୍ତମାନ ପାଇଁ ଶୀତ ଲହରୀ ଜାରି ରହିବ ଏବଂ ଥଣ୍ଡାରୁ ମୁକ୍ତି ପାଇବାର କୌଣସି ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Shivers as Light Rain Intensifies Cold Wave | Winter Weather Update | Argus News