Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମନୀଷ ସିସୋଦିଆଙ୍କ ଦ୍ୱିତୀୟ ଜାମିନ ଆବେଦନ ଖାରଜ

Jitendra Dash
Browse all articles by Jitendra Dash
·2 years ago·1 min read
ମନୀଷ ସିସୋଦିଆଙ୍କ ଦ୍ୱିତୀୟ ଜାମିନ ଆବେଦନ ଖାରଜ

ଅର୍ଗସ ବ୍ୟୁରୋ : ମଦ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ଦ୍ବିତୀୟ ଜାମିନ ଆବେଦନକୁ ଆଜି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି । ସିସୋଦିଆ ଉଭୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଜାମିନ ଆବେଦନ କରିଥିଲେ । 

ସିସୋଦିଆଙ୍କ ଜାମିନ୍ ଆବେଦନକୁ ସିବିଆଇ ପକ୍ଷରୁ ବିରୋଧ କରାଯାଇଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କୁ ଅନ୍ୟତମ ମାଷ୍ଟରମାଇଣ୍ଡ୍ ବୋଲି ଦର୍ଶାଇଥିଲା । ଯଦି ସିସୋଦିଆଙ୍କୁ ଜାମିନ ମିଳେ ତେବେ ସେ ପ୍ରମାଣ ଓ ସାକ୍ଷୀ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିପାରନ୍ତି ବୋଲି ସିବିଆଇ କହିଥିଲା । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଜାମିନ୍ ଆବେଦନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଖାରଜ ହୋଇଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାପୂର୍ବରୁ ନିମ୍ନ ଅଦାଲତ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ତାଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ । ଏବେ ରାଉଜ ଆଭେନ୍ୟୁ କୋର୍ଟ ମଧ୍ୟ ତାଙ୍କୁ ଜାମିନ ମଞ୍ଜୁର କରିନାହାନ୍ତି । କୋର୍ଟଙ୍କ ଏହି ରାୟକୁ ଏବେ ସିସୋଦିଆ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି । ପ୍ରକାଶ, କିଛି ଦିନ ପୂର୍ବେ ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ । ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । 

Sponsored
Delhi court rejects Manish Sisodia’s bail request in excise policy case | Argus News