Delhi Liquor Sales / ରାଜଧାନୀରେ ଦୀପାବଳିରେ ମଦର ବନ୍ୟା, ଗୋଟିଏ ଦିନରେ ବିକ୍ରି ହେଲା ୪୦ ଲକ୍ଷରୁ ଅଧିକ ବୋତଲ
·1 hour ago·2 min read

Key Points
ଦୀପାବଳିରେ ରାଜଧାନୀରେ ବଢ଼ିଲା ମଦ ବିକ୍ରି
ଗୋଟିଏ ଦିନରେ ପିଇଦେଲେ ୮୦ କୋଟି ମଦ !
୧୫ ଦିନରେ ସରକାରଙ୍କୁ ମିଳିଲା ୫୮୯ କୋଟି ଟଙ୍କାର ରାଜସ୍ୱ

ଦୀପାବଳି ପର୍ବ ଅବସରରେ ଦିଲ୍ଲୀରେ ମଦ ବିକ୍ରିରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଦୀପାବଳିର ଦୁଇ ସପ୍ତାହ ମଧ୍ୟରେ ମଦ ବିକ୍ରି ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ପାଇଛି । ଏହାଦ୍ୱାରା ଦିଲ୍ଲୀର ଅବକାରୀ ବିଭାଗକୁ ପ୍ରାୟ ୫୮୯ କୋଟି ଟଙ୍କାର ରାଜସ୍ୱ ମିଳିଛି ।
ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଦୀପାବଳି ପୂର୍ବରୁ ୧୫ ଦିନ ମଧ୍ୟରେ ବିଭିନ୍ନ ବ୍ରାଣ୍ଡର ମୋଟ ୩.୩୧ କୋଟି ମଦ ବୋତଲ ବିକ୍ରି ହୋଇଛି । ଅନ୍ୟପକ୍ଷରେ, ୨୦୨୫ରେ ଏହି ସମୟ ମଧ୍ୟରେ ୨.୯୬ କୋଟି ବୋତଲ ବିକ୍ରି ହୋଇଥିଲା । ରାଜସ୍ୱ ଆଦାୟ ମଧ୍ୟ ବୃଦ୍ଧି ପାଇଛି । ଗତବର୍ଷ ଏହି ୧୫ ଦିନରେ ୫୧୮.୯୭ କୋଟି ଟଙ୍କା ଆୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ୫୮୯.୧୭ କୋଟି ଟଙ୍କାରେ ପହଞ୍ଚିଛି ।
ଦୀପାବଳି ପୂର୍ବଦିନରେ ୭୯ କୋଟିରୁ ଅଧିକ ବିକ୍ରି
ଦିଲ୍ଲୀ ଅବକାରୀ ବିଭାଗର ପୂର୍ବ ନିର୍ଦ୍ଦେଶ ଅନୁସାରେ, ଦୀପାବଳି ଦିନ ରାଜଧାନୀରେ ଡ୍ରାଏ ଡେ' ପାଳନ କରାଯାଇଥିଲା । ଏହି କାରଣରୁ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିଥିଲା । ଫଳରେ ପର୍ବର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୭ ତାରିଖରେ ମଦ ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିଥିଲା ।
ଏହି ଦିନ ଦିଲ୍ଲୀରେ ୪୦.୪୫ ଲକ୍ଷ ମଦ ବୋତଲ ବିକ୍ରି ହୋଇଥିବା ବେଳେ ମୋଟ ୭୯.୨୫ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ଗତବର୍ଷ ଦୀପାବଳି ପୂର୍ବଦିନ ୩୪.୭୦ ଲକ୍ଷ ବୋତଲ ବିକ୍ରିରୁ ୬୩.୪୦ କୋଟି ଟଙ୍କାର ଆୟ ହୋଇଥିଲା ।
୨୦୨୬ରେ ମଦ ବିକ୍ରିରୁ ରାଜସ୍ୱ ୨୪.୯% ବୃଦ୍ଧି
ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୬ରେ ଏପର୍ଯ୍ୟନ୍ତ ମଦ ବିକ୍ରିରୁ ଦିଲ୍ଲୀ ସରକାରଙ୍କ ରାଜସ୍ୱ ୭୯୨.୫୨ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୫ରେ ଏହି ଆୟ ୬୩୪.୦୮ କୋଟି ଟଙ୍କା ଥିଲା । ଅର୍ଥାତ୍ ଗତବର୍ଷ ତୁଳନାରେ ଚଳିତ ବର୍ଷ ରାଜସ୍ୱରେ ୨୪.୯ ପ୍ରତିଶତ ବୃଦ୍ଧି ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିକ୍ରି ତଥ୍ୟ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଦିଲ୍ଲୀର ୭୦୦ରୁ ଅଧିକ ମଦ ଦୋକାନ ମାଧ୍ୟମରେ ବିକ୍ରି କରୁଥିବା ଚାରିଟି ସରକାରୀ ନିଗମର ଚୂଡ଼ାନ୍ତ ତଥ୍ୟ ଯାଞ୍ଚ ପରେ ଏଥିରେ ପରିବର୍ତ୍ତନ ହୋଇପାରେ । ସୂଚନାଯୋଗ୍ୟ, ଦିଲ୍ଲୀରେ ଭାରତରେ ନିର୍ମିତ ବିଦେଶୀ ମଦ (IMFL), ବିଦେଶୀ ମଦ ଏବଂ ବିୟରର ଖୁଚୁରା ବ୍ୟବସାୟ ଚାରିଟି ସରକାରୀ ନିଗମ ଯଥା DTTDC, DSIIDC, DSCSC ଏବଂ DCCWS ମାଧ୍ୟମରେ ପରିଚାଳିତ ହୋଇଥାଏ ।
Related Topics
Explore more stories