Videos
|
National

Cockroach Effigy / ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା, ରାମଲୀଳା କମିଟିର ନିଷ୍ପତ୍ତିକୁ ନେଇ ଚର୍ଚ୍ଚା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା, ରାମଲୀଳା କମିଟିର ନିଷ୍ପତ୍ତିକୁ ନେଇ ଚର୍ଚ୍ଚା
Cockroach Effigy

Key Points

ରାବଣ, କୁମ୍ଭକର୍ଣ୍ଣଙ୍କ ପରେ ଏବେ ଅସରପାର ପାଳି
ଦିଲ୍ଲୀରେ ହେବ ଅଜବ ପ୍ରତିକୃତି ଦହନ
ଦଶହରାରେ ଜଳିବ ବିଶାଳ ଅସରପା
ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ପରେ ଏଥର ଦଶହରାରେ ଜଳିବ ୩୦ ଫୁଟ୍ ଉଚ୍ଚର ବିଶାଳ ଅସରପା । ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଏହା ସତ । ଦିଲ୍ଲୀର ପୀତମପୁରାରେ ରାମଲୀଳା ସମୟରେ ଏହି ନିଆରା ପ୍ରତିକୃତି ଦହନ କରାଯିବ । ତେବେ ଏହା ପଛରେ ରହିଛି କ’ଣ କାରଣ ? ସ୍ୱଚ୍ଛତାର ବାର୍ତ୍ତା ଦେବା ପାଇଁ ନା ଏହା ପଛରେ ରହିଛି ଆଉ କିଛି ରୋଚକ କାହାଣୀ ? ଆସନ୍ତୁ ଜାଣିବା...

ଏଥର ଦଶହରାରେ ଦିଲ୍ଲୀରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିବ । ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ସହତ ଏଥର ଜଳିବ ୩୦ ଫୁଟ୍ ଉଚ୍ଚର ଏକ ବିଶାଳ ଅସରପାର ପ୍ରତିକୃତି । ଦିଲ୍ଲୀର ପୀତମପୁରାରେ ଆୟୋଜିତ ହେବାକୁ ଥିବା ରାମଲୀଳାରେ ଏହି ନିଆରା ପଦକ୍ଷେପ ନେଇଛି କେଶବ ରାମଲୀଳା ସମିତି । ଏହି ଘୋଷଣା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ସ୍ୱଚ୍ଛତାର ବାର୍ତ୍ତା ଦେବ ଅସରପାର ପ୍ରତିକୃତି

କେଶବ ରାମଲୀଳା ସମିତି ଅନୁଯାୟୀ, ଅସରପା ଅପରିଷ୍କାର ଓ ମଇଳାର ପ୍ରତୀକ । ଏହି କାରଣରୁ ଦଶହରାରେ ଏହାର ପ୍ରତିକୃତି ଦହନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମାଧ୍ୟମରେ ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଚେତନ କରିବା ସହ ‘ସ୍ୱଚ୍ଛ ଭାରତ’ ଓ ‘ସ୍ୱଚ୍ଛ ଦିଲ୍ଲୀ’ ଅଭିଯାନର ବାର୍ତ୍ତା ପ୍ରଚାର କରିବା ଏହି ସମିତିର ଉଦ୍ଦେଶ୍ୟ ।
ସମିତିର ଅଧ୍ୟକ୍ଷ ତଥା ବିଜେପି ବିଧାୟକ ଅଶୋକ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ରାମଲୀଳା ମାଧ୍ୟମରେ ଅଧର୍ମ ଉପରେ ଧର୍ମର ବିଜୟର ବାର୍ତ୍ତା ଦେବା ସହ ଲୋକଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ବୁଝାଇବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଏଥର ରାମଲୀଳାରେ ରାବଣର ସେନାର ଅସୁରମାନଙ୍କ ମଧ୍ୟରେ ଅସରପାକୁ ମଧ୍ୟ ଦେଖିବାକୁ ମିଳିବ । ଫଳରେ ପାରମ୍ପରିକ ପ୍ରତିକୃତି ଦହନ ସହ ଦର୍ଶକଙ୍କୁ ଏକ ଭିନ୍ନ ସାମାଜିକ ବାର୍ତ୍ତା ମିଳିବ । ଯଦିଓ ଏହି ସମୟରେ ଅସରପାର ପ୍ରତିକୃତି ଦହନ ଘୋଷଣାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି, ତଥାପି ରାମଲୀଳା ସମିତି ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥିବା କଥାକୁ ଖଣ୍ଡନ କରିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: