Videos
|
National

ଭୋଟରଙ୍କୁ ମନେଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ମାରାଥନ ପ୍ରଚାର

Smruti Parija
Browse all articles by Smruti Parija
·1 year ago·1 min read
ଭୋଟରଙ୍କୁ ମନେଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ମାରାଥନ ପ୍ରଚାର

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିବ ପ୍ରଚାର । ଭୋଟରଙ୍କୁ ମନେଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ମାରଥନ ପ୍ରଚାର । ଆଜି କ୍ୟାମ୍ପେନିଂକୁ ଆହୁରି ଜୋରଦାର କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଉତ୍ତରାଖଣ୍ଡ ମୁଖ୍ୟ ମନ୍ତ୍ରୀ ପୁଷ୍କର ସିଂ ଧାମୀ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ , ଉତ୍ତର ପ୍ରଦେଶର ଉପ ମୁଖ୍ୟ ମନ୍ତ୍ରୀ ବ୍ରିଜେଶ ପାଠକ ଙ୍କ ସହିତ ଅନେକ କେନ୍ଦ୍ର ମନ୍ତ୍ରୀ ଓ ସାଂସଦଙ୍କ ପ୍ରଚାର କରିବେ ।


`ସୁନିଶ୍ଚିତ ବସ୍ତିର ବିକାଶ, ଫେବ୍ରୁଆରୀ 5ରେ ଆସିବ ନୂଆ ବସନ୍ତ'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିଲ୍ଲୀ ସିଂହାସନ ପାଇଁ ଏଥର ଆରପାର୍ ଲଢ଼େଇ । ମୋଦିଙ୍କ ଗ୍ୟାରେଣ୍ଟି `ବିକଶିତ ଦିଲ୍ଲୀ' । ଦିଲ୍ଲୀବାସୀଙ୍କ ଭାଗ୍ୟ ବଦଳାଇବ ବିଜେପି । ଗତକାଲି ଆରକେପୂରମରେ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଆପ-ଦା ପାର୍ଟିର ମିଛ ଘୋଷଣାର ପୋଲ୍ ଖୋଲିଥିଲେ ମୋଦି । ଯମୁନା ନଦୀର ପ୍ରଦୂଷଣ ଏଥର ପ୍ରମୁଖ ପ୍ରସଙ୍ଗ ରହିଛି । ଆସନ୍ତା ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ । ଏହା ପରେ ୮ରେ ଗଣତି ହେବ ।


ଅନ୍ୟପଟେ ଦୀର୍ଘ 26 ବର୍ଷ ପରେ ଏଥର ଦିଲ୍ଲୀ ଶାସନ କ୍ଷମତାକୁ କମବ୍ୟାକ କରିବାକୁ ପୁରା ଦମ ଲଗାଇଛି ବିଜେପି । କେନ୍ଦ୍ର ଶାସିତ ଷ୍ଟେଟ୍ ଘୋଷଣା ହେବା ପରଠାରୁ ଦିଲ୍ଲୀରେ ବିଜେପି ଥରେ, କଂଗ୍ରେସ 3 ଥର ଓ ଆପ୍ 2 ଥର ନିର୍ବାଚନ ଜିତିଛନ୍ତି । ଖୋଦ୍ କେଜ୍ରିୱାଲଙ୍କ ସମେତ ଦଳର ବଡ଼ ନେତା ଦୁର୍ନୀତି ଜାଲରେ ଛନ୍ଦି ହୋଇଥିଲେ ବି ଦିଲ୍ଲୀବାସୀଙ୍କୁ ଅନ୍ଧାରରେ ରଖି ପ୍ରତି ଘଣ୍ଟାରେ ମିଛ ଘୋଷଣା କରୁଛି । ଦୁର୍ନୀତି ବିରୋଧରେ ସଂଗ୍ରାମ ଘୋଷଣା କରି ଗତ ଦୁଇଟି ଟର୍ମରେ କ୍ଷମତାକୁ ଆସି ଦିଲ୍ଲୀକୁ ଦୁର୍ନୀତିର ଗଡ଼ ସଜାଇଥିବା ଆପ-ଦା ପାର୍ଟିକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି ।

delhi-election-todays-is-the-last-date-of-election-campaign | Argus News