Delhi AC Blast / ରାତିରେ ଫାଟିଲା AC, ଚାଲିଗଲା ୯ ଜଣଙ୍କ ଜୀବନ
·2 days ago·2 min read

Key Points
ଦିଲ୍ଲୀର ଏକ ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ
୯ ଜଣଙ୍କ ମୃତ୍ୟୁ, ୧୦ରୁ ଅଧିକ ଲୋକ ସୁରକ୍ଷିତ ଉଦ୍ଧାର
ବିବେକ ବିହାର ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ
୯ ଜଣଙ୍କ ମୃତ୍ୟୁ, ୧୦ରୁ ଅଧିକ ଲୋକ ସୁରକ୍ଷିତ ଉଦ୍ଧାର
ବିବେକ ବିହାର ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ
ରବିବାର ସକାଳେ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଏକ କୋଠାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି । ତେବେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ି ପାରେ ବୋଲି ଅନୁମାନ କରାଯାଉଛି ।
ଜଣେ ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି ଯେ ଭୋର ପ୍ରାୟ ୩:୪୭ ସମୟରେ ଅଗ୍ନିଶମ ନିୟନ୍ତ୍ରଣ କକ୍ଷକୁ କଲ୍ ମିଳିଥିଲା । ଘଟଣାସ୍ଥଳରେ ୧୪ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାରକାରୀ ଟିମ୍ ୧୨ରୁ ଅଧିକ ଲୋକଙ୍କ ଉଦ୍ଧାର କରିଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ଅଗ୍ନିକାଣ୍ଡର କାରଣ AC ବିସ୍ଫୋରଣ ଥିଲା । ନିଆଁକୁ ନିୟନ୍ତ୍ରଣ କରାଯାଇଛି, କିନ୍ତୁ କୁଲିଂ ପ୍ରକ୍ରିୟା ଏବେ ବି ଜାରି ରହିଛି ।
ରିପୋର୍ଟ ଅନୁସାରେ, କୋଠାର ଦ୍ୱିତୀୟ ମହଲାରେ ଥିବା ଏକ ଫ୍ଲାଟରେ ଏକ ଏସି ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିଲା, ଯାହା ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ସୂଚନା ଅନୁଯାୟୀ, ନିଆଁ ତୃତୀୟ ମହଲାରେ ପହଞ୍ଚିବା ପରେ ସେଠାରେ ରହୁଥିବା ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ଛାତକୁ ପଳାଇ ଯାଇଥିଲେ । କିନ୍ତୁ ଛାତ କବାଟ ବନ୍ଦ ଥିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ଦ୍ୱିତୀୟ ମହଲାରେ ମଧ୍ୟ ଚାରି ଜଣ ଲୋକ ଉପସ୍ଥିତ ଥିଲେ, ଯେଉଁମାନେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।
#WATCH | Delhi: Fire breaks out in a 4-storey building in Vivek Vihar, Shahdara. Several fire tenders are on the spot. Further details awaited. pic.twitter.com/CmV07aFTUU
— ANI (@ANI) May 3, 2026
ଜଣେ ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି ଯେ ଭୋର ପ୍ରାୟ ୩:୪୭ ସମୟରେ ଅଗ୍ନିଶମ ନିୟନ୍ତ୍ରଣ କକ୍ଷକୁ କଲ୍ ମିଳିଥିଲା । ଘଟଣାସ୍ଥଳରେ ୧୪ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାରକାରୀ ଟିମ୍ ୧୨ରୁ ଅଧିକ ଲୋକଙ୍କ ଉଦ୍ଧାର କରିଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ଅଗ୍ନିକାଣ୍ଡର କାରଣ AC ବିସ୍ଫୋରଣ ଥିଲା । ନିଆଁକୁ ନିୟନ୍ତ୍ରଣ କରାଯାଇଛି, କିନ୍ତୁ କୁଲିଂ ପ୍ରକ୍ରିୟା ଏବେ ବି ଜାରି ରହିଛି ।
#WATCH | Delhi: Local Municipal Councillor Pankaj Luthra says, "Upon receiving the information, I rushed to the scene immediately. Upon arrival, I went straight upstairs. I have just come down from the upper floors... On the back side of the second floor, five bodies were… https://t.co/1FwBNc1RUz pic.twitter.com/SeY8ZFDhbu
— ANI (@ANI) May 3, 2026
ରିପୋର୍ଟ ଅନୁସାରେ, କୋଠାର ଦ୍ୱିତୀୟ ମହଲାରେ ଥିବା ଏକ ଫ୍ଲାଟରେ ଏକ ଏସି ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିଲା, ଯାହା ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ସୂଚନା ଅନୁଯାୟୀ, ନିଆଁ ତୃତୀୟ ମହଲାରେ ପହଞ୍ଚିବା ପରେ ସେଠାରେ ରହୁଥିବା ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ଛାତକୁ ପଳାଇ ଯାଇଥିଲେ । କିନ୍ତୁ ଛାତ କବାଟ ବନ୍ଦ ଥିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ଦ୍ୱିତୀୟ ମହଲାରେ ମଧ୍ୟ ଚାରି ଜଣ ଲୋକ ଉପସ୍ଥିତ ଥିଲେ, ଯେଉଁମାନେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories