Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶକ୍ତି ସଂକଟର ହେବ ସମାଧାନ; ଆରମ୍ଭ ହୋଇଗଲା ହାଇଡ୍ରୋଜେନ୍ ବସ୍ ସେବା

National

Delhi Hydrogen Bus Service / ଶକ୍ତି ସଂକଟର ହେବ ସମାଧାନ; ଆରମ୍ଭ ହୋଇଗଲା ହାଇଡ୍ରୋଜେନ୍ ବସ୍ ସେବା

Subhramjit Ray
Browse all articles by Subhramjit Ray
·1 month ago·3 min read
ଶକ୍ତି ସଂକଟର ହେବ ସମାଧାନ; ଆରମ୍ଭ ହୋଇଗଲା ହାଇଡ୍ରୋଜେନ୍ ବସ୍ ସେବା
Delhi Hydrogen Bus Service

Key Points

ଦିଲ୍ଲୀର ରାସ୍ତାରେ ହାଇଡ୍ରୋଜେନ୍ ବସ୍ ସେବା ଆରମ୍ଭ ହୋଇସାରିଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଦୁଇଟି ହାଇଡ୍ରୋଜେନ୍ ବସ୍ ଲଞ୍ଚ କରାଯାଇଛି।
Central Vista Hydrogen Shuttle: ଦେଶରେ କଥିତ ଶକ୍ତି ସଂକଟ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ ଆରମ୍ଭ ହୋଇଯାଇଛି ଏକ ସବୁଜ ବିପ୍ଳବ। ଏବେ ଦିଲ୍ଲୀବାସୀ କେବଳ ମେଟ୍ରୋ ନୁହେଁ ବରଂ ବାୟୁମଣ୍ଡଳକୁ ସଫା ରଖିବା ପାଇଁ "ହାଇଡ୍ରୋଜେନ୍ ବସ୍" ଯୋଗେ ଯାତ୍ରା କରିବାର ସୁବିଧା ପାଇବେ। ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସହଯୋଗରେ ଦିଲ୍ଲୀ ମେଟ୍ରୋ (ଡିଏମଆରସି) ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ସଟଲ୍ ବସ୍ ସେବା ଆରମ୍ଭ ହୋଇସାରିଛି।

କେନ୍ଦ୍ରୀୟ ସଚିବାଳୟରୁ ଆରମ୍ଭ ହୋଇସାରିଛି ହାଇଡ୍ରୋଜେନ୍ ବସ୍‌
ଗତ ଶୁକ୍ରବାର (ମେ ୧୫) ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନ୍‌ରୁ ଡିଏମଆରସି (DMRC) ଦ୍ୱାରା ପରିଚାଳିତ ହାଇଡ୍ରୋଜେନ୍ ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇ ସାରିଛି। ଏହି ବସ୍‌ର ଶୁଭାରମ୍ଭ କେବଳ ଏକ ଯାତ୍ରାର ଆରମ୍ଭ ନୁହେଁ ବରଂ ନୂତନ ଏବଂ ସ୍ୱଚ୍ଛ ଶକ୍ତି ଆଡ଼କୁ ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଏକ ପ୍ରମାଣ।

କ"ଣ ରହିଛି ଏହି ହାଇଡ୍ରୋଜେନ୍ ବସ୍‌ର ବିଶେଷତ୍ୱ ?

ରାଷ୍ଟ୍ରୀୟ ରାଜଧାନୀର ରାଜରାସ୍ତାର ହାଇଡ୍ରୋଜେନ୍ ବସ୍‌ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ। ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଯୋଗାଇ ଦିଆଯାଇଥିବା ଏହି ବସ୍‌ରେ ୩୫ ଜଣ ଯାତ୍ରୀ ବସିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଧୂମ ବିହୀନ ବସ୍‌ର ସୁରକ୍ଷା ପାଇଁ ଏଥିଲେ ସିସିଟିଭି କ୍ୟାମେରା (CCTV Camera) ଏବଂ ସମୟାନୁବର୍ତ୍ତୀତା ପାଇଁ ଏକ GPS Tracking System ସହିତ ସଜ୍ଜିତ ହୋଇଛି। ଯାହା ନିଶ୍ଚିତ କରେ ଯେ ବସ୍‌ର ଅବସ୍ଥିତି ସର୍ବଦା ଟ୍ରାକ୍ କରାଯାଉଛି।

ଏହା ସହ ପଢନ୍ତୁ: ଖୋଜା ଚାଲିଛି ବିପଦପୂର୍ଣ୍ଣ ଗଛ; ଉଚ୍ଛେଦ ପରେ ବଢିବ ସବୁଜିମା ପରିସର

ଶେଷ-ମାଇଲ୍ ସଂଯୋଗ
ଲୋକ ପ୍ରାୟତଃ ମେଟ୍ରୋରୁ ଓହ୍ଲାଇବା ପରେ ସେମାନଙ୍କ କାର୍ଯ୍ୟାଳୟ କିମ୍ବା ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଅଟୋ-ରିକ୍ସା ଉପରେ ନିର୍ଭର କରିଥାନ୍ତି। ଡିଏମଆରସି ନିର୍ଦ୍ଦେଶକ ଅମିତ କୁମାର ଜୈନ କୁହନ୍ତି ଯେ ଦିଲ୍ଲୀରେ ମେଟ୍ରୋ ପରିବହନ ସବୁଠାରୁ ସ୍ଥାୟୀ ମାଧ୍ୟମ ହୋଇଥିଲେ ମଧ୍ୟ ଏହା ରାଜଧାନୀର ପ୍ରତ୍ୟେକ ରାସ୍ତାରେ ପହଞ୍ଚି ପାରିନାହିଁ। ଏହି ହାଇଡ୍ରୋଜେନ୍ ଚାଳିତ ବସ୍‌ "ଶେଷ-ମାଇଲ୍ ସଂଯୋଗ" ବ୍ୟବସ୍ଥାର ଏକ ମାଧ୍ୟମ ଭାବରେ କାର୍ଯ୍ୟକାରୀ କରିବ। ମେଟ୍ରୋରୁ ଓହ୍ଲାଇବା ପରେ ମଧ୍ୟ ଏକ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରାଯାଇ ପାରିବ।

ଅଫିସ୍ ଯାଉଥିବା ଲୋକଙ୍କ ପାଇଁ ସୁବିଧା
ଏହି ବସ୍‌ ସେବା ବିଶେଷ ଭାବରେ ଅଫିସ୍‌ ଯାଉଥିବା ଲୋକଙ୍କ ସୁବିଧା ପାଇଁ ଆରମ୍ଭ କରାଯାଇଛି। ବର୍ତ୍ତମାନ ଏହି ବସ୍‌ ସମସ୍ତ କାର୍ଯ୍ୟ ଦିବସରେ ଚାଲିବ। ସକାଳ ଏବଂ ସନ୍ଧ୍ୟା ସମୟରେ ହେଉଥିବା ଭିଡ଼ ବେଳେ ଲୋକେ ଯେପରି କୌଣସି ଅସୁବିଧାର ସାମ୍ନା ନକରନ୍ତି ତାହା ନିଶ୍ଚିତ କରିବା ପାଇଁ ସମୟ ସ୍ଥିର କରାଯାଇଛି। ଏହି ବସ୍ ସେବା ସକାଳ ୮ ଘଣ୍ଟା ୩୦ ମିନିଟ ସମୟରୁ ଦିନ ୧୨ ଘଣ୍ଟା ୩୦ ମିନିଟ ଏବଂ ଅପରାହ୍ନ ୩ ଘଣ୍ଟା ୩୦ ମିନିଟରୁ ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଏହି ବସ୍‌ରେ ଯାତ୍ରା କରିବାର ସୁବିଧା ମିଳିପାରିବ।

ରାଜଧାନୀ ଦିଲ୍ଲୀର କେଉଁ ମାର୍ଗରେ ମିଳିବ ଏହି ବସ୍ ସେବା?
ପ୍ରାରମ୍ଭରେ ଏହି ବସ୍‌ ସେଣ୍ଟ୍ରାଲ୍‌ ଭିଷ୍ଟା ଅଞ୍ଚଳରେ ଦୁଇଟି ନିର୍ଦ୍ଦିଷ୍ଟ ମାର୍ଗରେ ଚଳାଚଳ କରିବ। ଏହି ବସ୍‌ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଏବଂ କର୍ତ୍ତବ୍ୟ ଭବନ, ବିଜ୍ଞାନ ଭବନ, ନିର୍ମାଣ ଭବନ, ଆକବର ରୋଡ୍‌ ଏବଂ ଇଣ୍ଡିଆ ଗେଟ୍‌ ଭଳି ଐତିହାସିକ ସ୍ଥାନକୁ ସଂଯୋଗ କରିବ। ଏହା କେବଳ ସରକାରୀ କର୍ମଚାରୀଙ୍କୁ ଲାଭ ଦେବ ନାହିଁ ବରଂ ଦିଲ୍ଲୀ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଯାତ୍ରାକୁ ସହଜ କରିବ।

ପ୍ରତି ୩୦ ମିନିଟ୍‌ରେ ଚାଲିବ ବସ୍‌
ଯାତ୍ରୀଙ୍କୁ ଅଧିକ ସମୟ ଧରି ଯେପରି ଅପେକ୍ଷା କରିବାକୁ ନପଡ଼େ, ସେଥିପାଇଁ ବସ୍‌ର ଫ୍ରିକ୍ୱେନ୍ସି (Bus Frequency) ସ୍ଥିର କରାଯାଇଛି। ପ୍ରତି ମିନିଟ୍‌ ବ୍ୟବଧାନରେ ଗୋଟିଏ ବସ୍‌ ଉପଲବ୍ଧ ହେବ। ଏହି ବସ୍‌ ମଧ୍ୟରୁ ଗୋଟିଏ ଘଣ୍ଟା କଣ୍ଟା ଦିଗରେ (Clock Wise) ଏବଂ ଅନ୍ୟଟି ଘଣ୍ଟା କଣ୍ଟାର ବିପରୀତ ଦିଗରେ (Anti Clock Wise) ଚାଲିବ। ଯାହାର ଅର୍ଥ ହେଉଛି ଆପଣ ଯେଉଁ ଦିଗରେ ଯାତ୍ରା କରନ୍ତୁ ନାଁ କାହିଁକି, ଏହି ବସ୍‌ ଆପଣଙ୍କୁ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟସ୍ଥଳକୁ ନେଇଯିବ।

ବସ୍‌ ଭଡ଼ା କେତେ ହେବ?
ଯାତ୍ରା ଆଧୁନିକ ହୋଇଥିବାରୁ ହାଇଡ୍ରୋଜେନ୍ ବସ୍ ଭଡ଼ା ଏତେ ମହଙ୍ଗା ହେବ ନାହିଁ। ସରକାର ଭଡ଼ା ବହୁତ ସୁଲଭ ରଖିଛନ୍ତି। ଦୂରତା ଉପରେ ନିର୍ଭର କରି ଟିକେଟର ମୂଲ୍ୟ ୧୦ ଟଙ୍କାରୁ ୧୫ ଟଙ୍କା ମଧ୍ୟରେ ରହିଛି। ଯାତ୍ରୀ ସେମାନଙ୍କର ମେଟ୍ରୋ କାର୍ଡ (NCMC), ୟୁପିଆଇ (UPI) କିମ୍ବା ନଗଦ ଟଙ୍କା ବ୍ୟବହାର କରି ସହଜରେ ଟିକେଟ କିଣିପାରିବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Delhi First Hydrogen Bus Photos: See DMRC's Eco-Friendly Look | Argus News