Death Mystery / ରାଜଧାନୀରେ ଚାଞ୍ଚଲ୍ୟ; ଓଭରବ୍ରିଜ୍ ଉପରେ ଛିଡ଼ା ହୋଇଥିବା କାର୍ରୁ ମିଳିଲା ମହିଳାଙ୍କ ସହ ୩ ମୃତଦେହ
·5 months ago·2 min read

Key Points
ଗାଡ଼ି ଭିତରୁ ମିଳିଲା ୩ ଜଣଙ୍କ ମୃତଦେହ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପୀରାଗଢ଼ି ଫ୍ଲାଏଓଭର୍ ଉପରେ ରବିବାର ଏକ କାର୍ରୁ ୩ ଜଣଙ୍କ ମୃତଦେହ ମିଳିଛି ।
ନୂଆଦିଲ୍ଲୀ: ବ୍ରିଜ୍ ଉପରେ ଛିଡ଼ା ହୋଇଥିଲା କାର୍ । ଗାଡ଼ି ଭିତରୁ ମିଳିଲା ୩ ଜଣଙ୍କ ମୃତଦେହ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପୀରାଗଢ଼ି ଫ୍ଲାଏଓଭର୍ ଉପରେ ରବିବାର ଏକ କାର୍ରୁ ୩ ଜଣଙ୍କ ମୃତଦେହ ମିଳିଛି । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ୍ ଆରମ୍ଭ କରିଛି ।
ପୋଲିସ ଅନୁସାରେ, ଧଳା ରଙ୍ଗର ଟାଟା ଟ୍ୟାଗୋର କାର୍ଟି ବ୍ରିଜ୍ ଉପରେ ଛିଡ଼ା ହୋଇଥିବା ବେଳେ ସେଥିରୁ ୩ ଜଣଙ୍କ ମୃତଦେହ ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି । ମୃତଦେହରେ କୌଣସି କ୍ଷତ ଚିହ୍ନ ନାହିଁ ।
ଏଥିସହ ପଢ଼ନ୍ତୁ: ପିଲାଙ୍କୁ ଧରି ଶୋଇଥିଲେ ପରିବାର; ବ୍ରିଜ୍ ଉପରୁ କାର୍ ଖସି ବସ୍ତି ଉପରେ ପଡ଼ିଲା
ପ୍ରାଥମିକ ଯାଞ୍ଚ ପରେ ଏହି ମାମଲା ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ । ଆଶଙ୍କା କରାଯାଉଛି ୩ ଜଣ ବିଷ ପିଇ ଆତ୍ମହତ୍ଯା କରିଛନ୍ତି । ତେବେ ମୃତ୍ୟୁର ପ୍ରକୃତ କାରଣ ମୃତଦେହ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
କାର୍ ଭିତରେ କିମ୍ବା ଆଖପାଖ ଅଞ୍ଚଳରେ ଲୁଟ୍ପାଟ୍ ହୋଇଥିବାର କୌଣସି ସଂକେତ ପୋଲିସ ପାଇ ନାହିଁ । ଏହି ମାମଲାରେ ଅନ୍ୟ କେହି ସମ୍ପୃକ୍ତ ଥିବା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କାର୍ରୁ ମିଳିଥିବା ମୃତଦେହରୁ ଜଣେ ପୁରୁଷ ଓ ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୬୦ ବର୍ଷ ପାଖାପାଖି ହେବ ।
ତେବେ କାର୍ରୁ ମିଳିଥିବା ୩ ଜଣଙ୍କ ସମ୍ପର୍କ କଣ ? ରବିବାର ଅପରାହ୍ଣରେ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ପୋଲିସ ଛାନଭିନ୍ ଜାରି ରଖିଛି । ମୃତ ମହିଳା ଲକ୍ଷ୍ମୀ ଦେବୀ ହୋଇଥିବା ବେଳେ ଅନ୍ୟ ୨ ଜଣ ହେଲେ ରଣଧିର ସିଂ ଓ ଶିବ ନରେଶ ସିଂ ।
ଏଥିସହ ପଢ଼ନ୍ତୁ: ସୁନା-ରୁପାକୁ ନେଇ କାହିଁକି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?
ଏହି ମାମଲାରେ ପୋଲିସ ଏବେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତଦନ୍ତରୁ ଜଣାପଡ଼ିଛି ଲକ୍ଷ୍ମୀ ଦେବୀଙ୍କୁ ଶିବ ନରେଶ ପୂର୍ବରୁ ଚିହ୍ନିଛନ୍ତି । ଶିବ ନରେଶ ଓ ରଣଧିର ଜମି କାରବାର କରନ୍ତି । ପୋଲିସ ଆତ୍ମହତ୍ୟା ସହ ଜମି କାରବାର ଦିଗରୁ ତଦନ୍ତ କରୁଛି ।
ଉକ୍ତ କାର୍ର ପଛ ଭାଗରେ ଶିବ ନରେଶଙ୍କ ହେଲମେଟ ଓ ସୁଟ୍ ପଡ଼ିଛି । ତେବେ ଶିବ ନରେଶଙ୍କ ବାଇକ୍ ମିଳିନାହିଁ । ଯାହାକୁ ନେଇ ସନ୍ଦେହ ଆହୁରି ବଢ଼ିବାରେ ଲାଗିଛି । ରଣଧୀରଙ୍କ ପରିବାର ଆତ୍ମହତ୍ୟା କଥାକୁ ଅଗ୍ରାହ୍ୟ କରିବା ସହ ହତ୍ୟା ଅଭିଯୋଗ ଆଣିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories