Videos
|
National

Free LPG Cylinder / ଦୀପାବଳିରେ ସରକାରଙ୍କ ବଡ଼ ଉପହାର; ପ୍ରତି ପରିବାରକୁ ମାଗଣା ଗ୍ୟାସ୍ ସିଲିଣ୍ଡର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଦୀପାବଳିରେ ସରକାରଙ୍କ ବଡ଼ ଉପହାର; ପ୍ରତି ପରିବାରକୁ ମାଗଣା ଗ୍ୟାସ୍ ସିଲିଣ୍ଡର
Free LPG Cylinder

Key Points

ପ୍ରତି ପରିବାରକୁ ମାଗଣା ଗ୍ୟାସ ସିଲିଣ୍ଡର
ଉପକୃତ ହେବେ ୧୫ଲକ୍ଷରୁ ଅଧିକ ପରିବାର
ଦୀପାବଳି ପାଇଁ ରେଖା ଗୁପ୍ତା ସରକାରଙ୍କ ଭେଟି
ନୂଆଦିଲ୍ଲୀ: ଦୀପାବଳିରେ ଦିଲ୍ଲୀବାସୀଙ୍କ ପାଇଁ ବଡ଼ ଉପହାର । ୧୫ ଲକ୍ଷରୁ ଅଧିକ ପରିବାରଙ୍କୁ ମିଳିବ ମାଗଣା ଏଲପିଜି ସିଲିଣ୍ଡର ପାଇଁ ଆର୍ଥିକ ସହାୟତା । ଏଥିପାଇଁ ୧୪୨ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମଙ୍ଗଳବାର ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଅର୍ଥ ଡିବିଟି ଜରିଆରେ ଟ୍ରାନ୍ସଫର କରାଯିବ।

  • ୧୪୨ କୋଟି ଟଙ୍କାର ସହାୟତା
ଦିଲ୍ଲୀ ସରକାରଙ୍କ ଏହି ଯୋଜନା ଅନୁସାରେ ୧୫ ଲକ୍ଷରୁ ଅଧିକ ରାସନ କାର୍ଡଧାରୀ ପରିବାର ଉପକୃତ ହେବେ । ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଯିବ । ଅର୍ଥାତ୍ ସରକାର ଘରେ ଘରେ ଗ୍ୟାସ୍ ସିଲିଣ୍ଡର ବାଣ୍ଟିବେ ନାହିଁ, ବରଂ ସିଲିଣ୍ଡର ମୂଲ୍ୟ ବାବଦରେ ଆର୍ଥିକ ସହାୟତା ଦେବେ ।

  • କିଏ ପାଇବେ ଏହି ସୁବିଧା ?
ଏହି ଯୋଜନାର ଲାଭ ପାଇଁ କିଛି ସର୍ତ୍ତ ରହିଛି । ଯେପରିକି
- ହିତାଧିକାରୀ ଦିଲ୍ଲୀର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ ।
- ପରିବାର ପାଖରେ ବୈଧ ଓ ସକ୍ରିୟ ରାସନ କାର୍ଡ ଥିବା ଦରକାର ।
- ରାସନ କାର୍ଡ ପରିବାରର ମୁଖ୍ୟ ସଦସ୍ୟଙ୍କ ନାମରେ ଥିବା ଆବଶ୍ୟକ ।
- ଡିବିଟି ପାଇଁ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା ଆବଶ୍ୟକ ।

  • କେତେ ଟଙ୍କା ମିଳିବ ?
୨୦୨୬ ଫେବ୍ରୁଆରୀରେ ଦିଲ୍ଲୀ କ୍ୟାବିନେଟ୍ ଏହି ଯୋଜନାକୁ ମଞ୍ଜୁରି ଦେଇଥିଲା । ସେତେବେଳେ ସାଧାରଣ ରାସନ କାର୍ଡଧାରୀଙ୍କ ପାଇଁ ୮୫୩ ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ କେନ୍ଦ୍ରୀୟ ସବସିଡି ସମାୟୋଜନ ପରେ ୫୫୩ ଟଙ୍କା ସହାୟତା ଘୋଷଣା କରାଯାଇଥିଲା । ହୋଲି ଓ ଦୀପାବଳିରେ ବର୍ଷକୁ ଦୁଇଥର ଏହି ସହାୟତା ଦେବାକୁ ଯୋଜନା ରହିଛି । ଘରୋଇ ଖର୍ଚ୍ଚ କମାଇବା ଓ ମହିଳାଙ୍କ ସଞ୍ଚୟ ବଢ଼ାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ହୋଲି-ଦୀପାବଳିରେ ମାଗଣା ଗ୍ୟାସ୍‌ ସିଲିଣ୍ଡର, ଅଗ୍ନିବୀରଙ୍କୁ ୨୦% ସଂରକ୍ଷଣ; ଜାଣନ୍ତୁ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ଅନ୍ୟପଟେ ଉତ୍ତର ପ୍ରଦେଶ ସରକାର ମଧ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ଦୀପାବଳି ଏବଂ ହୋଲି ଅବସରରେ ବର୍ଷକୁ ୨ଟି ମାଗଣା ଏଲପିଜି (LPG) ଗ୍ୟାସ ସିଲିଣ୍ଡର ରିଫିଲ ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୧.୮୯ କୋଟିରୁ ଅଧିକ ପରିବାର ଉପକୃତ ହେବେ । ସରକାରଙ୍କ କହିବା ଅନୁଯାୟୀ, ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଠିକ୍‌ ସମୟରେ ଗ୍ୟାସ୍‌ ସିଲିଣ୍ଡର ପହଞ୍ଚାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ଏହି ଯୋଜନା ଦ୍ୱାରା ଲକ୍ଷାଧିକ ପରିବାର ଉପକୃତ ହେବାର ଆଶା ରହିଛି ।