Terror Threat Delhi / ୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ, ୧୯ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କ ପୋଷ୍ଟର ଲଗାଇଲା ପୋଲିସ
·2 weeks ago·2 min read

Key Points
ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା
୧୯ ଆତଙ୍କୀଙ୍କୁ ନେଇ ହାଇଆଲର୍ଟ
ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କ ପୋଷ୍ଟର ଲଗାଇଲା ପୋଲିସ

ସ୍ୱାଧୀନତା ଦିବସ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ୧୫ ଅଗଷ୍ଟକୁ ନଜରରେ ରଖି ଦିଲ୍ଲୀ ପୋଲିସ ହାଇଆଲର୍ଟରେ ରହିଥିବା ବେଳେ ୧୯ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ପୋଷ୍ଟର ସାର୍ବଜନୀନ କରାଯାଇଛି । ପ୍ରମୁଖ ସାର୍ବଜନୀନ ସ୍ଥାନ, ବଜାର ଓ ଭିଡ଼ ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଉଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟରେ ସାଧାରଣ ଲୋକଙ୍କ ସହଯୋଗ ନେବା ହେଉଛି ପୋଲିସର ମୁଖ୍ୟ ଉଦ୍ଦେଶ୍ୟ । ଯେଉଁଥିପାଇଁ ସାର୍ବଜନୀନ ସ୍ଥାନରେ ଦିଲ୍ଲୀ ପୋଲିସ୍ ପକ୍ଷରୁ ଏଭଳି ପୋଷ୍ଟର ଲଗାଯାଇଛି ।
ପୋଲିସର ପକ୍ଷରୁ ଲଗାଯାଇଥିବା ପୋଷ୍ଟରେ ଇଣ୍ଡିଆନ୍ ମୁଜାହିଦ୍ଦିନ, ଅଲ୍-କାଏଦା ଏବଂ ବିଭିନ୍ନ ଖାଲିସ୍ତାନୀ ଆତଙ୍କୀ ସଂଗଠନ ସହ ଜଡ଼ିତ ବ୍ୟକ୍ତିଙ୍କ ନାମ ରହିଛି । ଏଥିରେ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ଜଡ଼ିତ ରିୟାଜ ଭଟକଲ ଏବଂ ଶବାନ୍ଦରୀ ମହମ୍ମଦ ଇକବାଲ ଓରଫ ଇକବାଲ ଭଟକଲଙ୍କ ନାମ ରହିଛି । ସେହିପରି ଅଲ୍-କାଏଦା ସହ ଜଡ଼ିତ ମହମ୍ମଦ ଶର୍ଜିଲ ଅଖତର, ଅବୁ ସୁଫିଆନ ଏବଂ ସୟଦ ମହମ୍ମଦ ଅର୍ଶିଆନଙ୍କ ନାମ ମଧ୍ୟ ତାଲିକାରେ ଅଛି ।
ଅନ୍ୟପକ୍ଷରେ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସ ସହ ଜଡ଼ିତ ରଞ୍ଜିତ ସିଂହ ଓରଫ ନୀତା ଏବଂ ପରମଜିତ ସିଂହ ପମ୍ମାଙ୍କ ନାମ ରହିଛି । ଖାଲିସ୍ତାନ ଟାଇଗର ଫୋର୍ସର ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲାଙ୍କ ସହ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡ଼ିତ ହରବିନ୍ଦର ସିଂହ ସନ୍ଧୁ ଓରଫ ରିଣ୍ଡା, ବଧାୱା ସିଂହ ବବ୍ବର ଏବଂ ଗୁରମୀତ ସିଂହ ବଗ୍ଗାଙ୍କ ନାମ ମଧ୍ୟ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଛି ।
ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ସବୁବେଳେ ସମ୍ବେଦନଶୀଳ ରହିଥାଏ । ଏହି ସମୟରେ ବହୁ ସଂଖ୍ୟାରେ ଲୋକ ସାର୍ବଜନୀନ ସ୍ଥାନ ଓ ପ୍ରମୁଖ ଅଞ୍ଚଳରେ ଏକାଠି ହୁଅନ୍ତି । ତେଣୁ ସମ୍ଭାବ୍ୟ ଆତଙ୍କୀ ଧମକ ଏବଂ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖି ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କତା ବଢ଼ାଇଛନ୍ତି ।

ଅଧିକ ପଢ଼ନ୍ତୁ: ଏହି ସବୁ ସ୍ଥାନରେ ଆଜି ସ୍କୁଲ-କଲେଜ ବନ୍ଦ, ଭାରୀ ଯାନରେ ବି ରୋକ୍
ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ସବୁବେଳେ ସମ୍ବେଦନଶୀଳ ରହିଥାଏ । ଏହି ସମୟରେ ବହୁ ସଂଖ୍ୟାରେ ଲୋକ ସାର୍ବଜନୀନ ସ୍ଥାନ ଓ ପ୍ରମୁଖ ଅଞ୍ଚଳରେ ଏକାଠି ହୁଅନ୍ତି । ତେଣୁ ସମ୍ଭାବ୍ୟ ଆତଙ୍କୀ ଧମକ ଏବଂ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖି ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କତା ବଢ଼ାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀ ପୋଲିସ ସାଧାରଣ ନାଗରିକଙ୍କୁ ମଧ୍ୟ ସତର୍କ ରହିବାକୁ ଅପିଲ୍ କରିଛି । ପୋଷ୍ଟରରେ ଥିବା ଫଟୋଗୁଡ଼ିକୁ ଧ୍ୟାନର ସହ ଦେଖିବା ସହ ତାଲିକାରେ ଥିବା କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଛି । ଏଥିପାଇଁ ପୋଲିସ କଣ୍ଟ୍ରୋଲ ରୁମ୍ ନମ୍ବର ୧୧୨ ଏବଂ ସ୍ପେଶାଲ୍ ସେଲ୍ ସହ ଯୋଗାଯୋଗର ବ୍ୟବସ୍ଥା କରାଯାଇଛି ।
ପୋଲିସ ଆଶ୍ୱାସନ ଦେଇଛି ଯେ ସୂଚନା ପ୍ରଦାନକାରୀଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ । ଏଥିସହ ସଠିକ୍ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କାର ମଧ୍ୟ ଦିଆଯିବ । ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ କୌଣସି ପ୍ରକାରର ତ୍ରୁଟି ରଖିବାକୁ ଚାହୁଁନାହାନ୍ତି ।

Related Topics
Explore more stories