Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦିଲ୍ଲୀରେ ହାଇ ଆଲର୍ଟ ! ଆତଙ୍କବାଦୀ ଟାର୍ଗେଟରେ ବିଜେପି ପାର୍ଟି ଅଫିସ୍‌

National

Terror Threat Delhi / ଦିଲ୍ଲୀରେ ହାଇ ଆଲର୍ଟ ! ଆତଙ୍କବାଦୀ ଟାର୍ଗେଟରେ ବିଜେପି ପାର୍ଟି ଅଫିସ୍‌

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଦିଲ୍ଲୀରେ ହାଇ ଆଲର୍ଟ ! ଆତଙ୍କବାଦୀ ଟାର୍ଗେଟରେ ବିଜେପି ପାର୍ଟି ଅଫିସ୍‌
Terror Attack Threat

Key Points

ହାଇ ଆଲର୍ଟରେ ଦିଲ୍ଲୀ !
BJP ମୁଖ୍ୟାଳୟରେ ସୁରକ୍ଷା କଡାକଡି
ସତର୍କ ହେଲା ପୋଲିସ୍ ଓ ସୁରକ୍ଷା ଏଜେନ୍ସି
ଆତଙ୍କୀ ଇନପୁଟ୍ ପରେ ଦିଲ୍ଲୀରେ ସୁରକ୍ଷା ବଢିଲା

ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରେ ରଖି ହାଇଆଲର୍ଟ ଘୋଷଣା କରାଯାଇଛି । ଗୁଇନ୍ଦା ସୂଚନା ପରେ ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସହରର ଅନେକ ସମ୍ବେଦନଶୀଳ ସ୍ଥାନରେ ତୀକ୍ଷ୍ଣ ନଜର ରଖିଛନ୍ତି । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟ, ଦୀନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ଏହାର କାର୍ଯ୍ୟାଳୟ ଏବଂ ନିକଟବର୍ତ୍ତୀ ସରକାରୀ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଅତିରିକ୍ତ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଇଛି । ଏହା ସହ ସେହି ଅଞ୍ଚଳରେ ବ୍ୟାରିକେଡ୍ ବୃଦ୍ଧି କରାଯିବା ସହ ଯାନବାହାନଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଉଛି ।

ଏଜେନ୍ସିଗୁଡ଼ିକ ସୂଚନା ପାଇଛନ୍ତି ଯେ କେନ୍ଦ୍ରୀୟ ଦିଲ୍ଲୀରେ ଥିବା ପ୍ରମୁଖ କାର୍ଯ୍ୟାଳୟ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇପାରେ । ଆତ୍ମଘାତୀ ଆକ୍ରମଣ, ଯାନବାହନ ଆଧାରିତ IED କିମ୍ବା ଗୁଳିମାଡ଼ ହୋଇପାରେ ଗୁଇନ୍ଦା ସୂଚନା ମିଳିଛି ।

ସୂତ୍ର ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ସରକାରୀ କୋଠା, ରାଜନୈତିକ କାର୍ଯ୍ୟାଳୟ, ବଜାର, ପରିବହନ କେନ୍ଦ୍ର ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ସହର ସାରା ନିରନ୍ତର ସତର୍କତା ବଜାୟ ରଖିଛନ୍ତି ।

ବୋମା ନିଷ୍କ୍ରିୟକାରୀ ଦଳ, ସ୍ନିପର ଡଗ୍‌ ୟୁନିଟ୍‌ ଏବଂ କ୍ୱିକ୍ ରିଆକ୍ସନ ଟିମ୍‌କୁ ସଜାଗ ରଖାଯାଇଛି । ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ପ୍ରତିକ୍ରିୟା ଦେବା ପାଇଁ ଦିଲ୍ଲୀ ଅଗ୍ନିଶମ ସେବାକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ, ପରିତ୍ୟକ୍ତ ବସ୍ତୁ ଏବଂ ପାର୍କିଂ ହୋଇଥିବା ଯାନବାହାନ ଉପରେ କଡ଼ା ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ସମ୍ବେଦନଶୀଳ ବିବେଚିତ ଅଞ୍ଚଳ ଏବଂ ବସ୍ତିଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି । ସୂତ୍ର ଅନୁଯାୟୀ, ସମସ୍ତ ଜିଲ୍ଲା ୟୁନିଟଗୁଡ଼ିକୁ ଗୁଇନ୍ଦା ସଂସ୍ଥା ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ସହିତ ସମନ୍ୱୟ ରଖି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଅଧିକାରୀମାନେ ନିରନ୍ତର ପରିସ୍ଥିତି ଉପରେ ନଜର ରଖୁଛନ୍ତି ଏବଂ ସହର ସାରା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି।

ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର/ଆତଙ୍କବାଦୀ ଶହଜାଦ ଭାଟିର ଏକ ମଡ୍ୟୁଲ୍ ଠାବ କରିଛି, ଯିଏ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISI ର ନିର୍ଦ୍ଦେଶରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପର ଷଡ଼ଯନ୍ତ୍ର କରୁଥିଲା ଏବଂ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପଚରାଉଚରାରୁ ଜଣାପଡିଛି ଯେ ଏହି ମଡ୍ୟୁଲ୍ ଦିଲ୍ଲୀରେ ବଡ଼ ଟାର୍ଗେଟେଡ୍ କିଲିଂ କରିବାକୁ ପ୍ରସ୍ତୁତ ହେଉଥିଲା । ଅଭିଯୁକ୍ତମାନେ ରାଜଧାନୀର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଏକ ପ୍ରସିଦ୍ଧ ମନ୍ଦିରର ରେକି କରିଥିଲେ ଏବଂ ଏହାର ଭିଡିଓ ସେମାନଙ୍କ ହ୍ୟାଣ୍ଡଲରମାନଙ୍କୁ ପଠାଇଥିଲେ । ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ ସୁରକ୍ଷା ବାହିନୀକୁ ମଧ୍ୟ ଟାର୍ଗେଟ କରାଯାଇପାରେ ବୋଲି ସୂଚନା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi on High Alert After Terror Threat to BJP Headquarters | Argus News