Delhi High Court / ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଆତ୍ମନିର୍ଭର ମହିଳାଙ୍କୁ ମିଳିବ ନାହିଁ ଭରଣପୋଷଣ
·11 months ago·2 min read

Key Points
ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆତ୍ମନିର୍ଭର ମହିଳାଙ୍କୁ ମିଳିବ ନାହିଁ ଭରଣପୋଷଣ । ପରିବାର କୋର୍ଟଙ୍କ ଆଦେଶକୁ ବଜାୟ ରଖିଲେ ହାଇକୋର୍ଟ।
ଯଦି ଜଣେ ପତି କିମ୍ବା ପତ୍ନୀ ଆର୍ଥିକ ଭାବରେ ସ୍ୱାଧୀନ ଏବଂ ସକ୍ଷମ ତେବେ ସେମାନଙ୍କୁ ଭରଣପୋଷଣ ପ୍ରଦାନ କରାଯାଇପାରିବ ନାହିଁ । ଏକ ମାମଲାର ଶୁଣାଣି କରି ଏମିତି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ବିଚାରପତି ଅନିଲ କ୍ଷେତ୍ରପାଲ ଏବଂ ହରିଶ ବୈଦ୍ୟନାଥନ ଶଙ୍କରଙ୍କ ଖଣ୍ଡପୀଠ କହିଛନ୍ତି ଯେ ସ୍ଥାୟୀ ଭରଣପୋଷଣ ସାମାଜିକ ନ୍ୟାୟର ଏକ ମାପକ, ଆର୍ଥିକ ସମାନତା କିମ୍ବା ଲାଭର ଏକ ମାଧ୍ୟମ ନୁହେଁ ।
ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ହିନ୍ଦୁ ବିବାହ ଆଇନର ଧାରା ୨୫ ଅନୁଯାୟୀ ଭରଣପୋଷଣ କେବଳ ସେତେବେଳେ ପ୍ରଦାନ କରାଯାଇପାରିବ ଯଦି ଆବେଦନକାରୀ ପ୍ରକୃତରେ ଆର୍ଥିକ ସହାୟତାର ଆବଶ୍ୟକତା ପ୍ରମାଣ କରନ୍ତି । ଜଣେ ଆତ୍ମନିର୍ଭରଶୀଳ ବ୍ୟକ୍ତିଙ୍କୁ ଭରଣପୋଷଣ ପ୍ରଦାନ କରିବା ନ୍ୟାୟିକ ବିବେଚନାର ଅନୁଚିତ ବ୍ୟବହାର ହେବ ।
ପରିବାର କୋର୍ଟର ଆଦେଶ ବଜାୟ ରହିଛି
ଏହି ମାମଲାରେ ଜଣେ ଛାଡପତ୍ରପ୍ରାପ୍ତ ଦମ୍ପତି ଜଡିତ । ମହିଳା ଜଣକ ତାଙ୍କ ସ୍ୱାମୀଙ୍କଠାରୁ ସ୍ଥାୟୀ ଭରଣପୋଷଣ ଏବଂ କ୍ଷତିପୂରଣ ମାଗିଥିଲେ । ସେମାନେ ୨୦୧୦ ମସିହାରେ ବିବାହ କରିଥିଲେ । କିନ୍ତୁ ମାତ୍ର ୧୪ ମାସ ପାଇଁ ଏକାଠି ରହିଥିଲେ । ଅଗଷ୍ଟ ୨୦୨୩ ମସିହାରେ ପରିବାର ଅଦାଲତ ନିଷ୍ଠୁରତା ଆଧାରରେ ସେମାନଙ୍କ ଛାଡପତ୍ରକୁ ମଞ୍ଜୁର କରିଥିଲେ । ମହିଳା ଜଣକ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣା ପାଇଁ ମଧ୍ୟ ଦାବି କରିଥିଲେ । କିନ୍ତୁ ପରିବାର ଅଦାଲତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ମହିଳା ଜଣକ ପରିବାର ଅଦାଲତର ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ଅଧିକ ପଢ଼ନ୍ତୁ: ଅପରେସନ୍ ସିନ୍ଦୂର 2.0କୁ ନେଇ ଭୟଭୀତ ପାକିସ୍ତାନ, ଭାରତକୁ ଦେଲା ପରମାଣୁ ଯୁଦ୍ଧର ଧମକ
କିନ୍ତୁ ଦିଲ୍ଲୀ ହାଇକୋର୍ଟ ପରିବାର ଅଦାଲତର ଆଦେଶକୁ ସମର୍ଥନ କରିଛନ୍ତି । ମହିଳା ଜଣକ ଭରଣପୋଷଣ ନେଇ କରିଥିବା ଦାବିକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ସୂଚନା ଅନୁସାରେ ଉକ୍ତ ମହିଳାଙ୍କ ସ୍ୱାମୀ ବୃତ୍ତିରେ ଜଣେ ଓକିଲ ଥିଲେ । ସେହି ମହିଳାଜଣକ ଭାରତୀୟ ରେଳ ସେବାରେ ଜଣେ ଗ୍ରୁପ୍ ଏ ଅଧିକାରୀ ଥିଲେ । ସ୍ୱାମୀ ତାଙ୍କ ପତ୍ନୀଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିଷ୍ଠୁରତା, ଅପମାନଜନକ ଭାଷା ଏବଂ ତାଙ୍କ ସାମାଜିକ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାର ଅଭିଯୋଗ କରିଥିଲେ । ସେହିପରି ସ୍ତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କ ଉପରେ ନିର୍ଯାତନାର ଅଭିଯୋଗ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
ବାସ୍ତବରେ, ଛାଡପତ୍ର ଦେବା ସମୟରେ ପରିବାର କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ପତ୍ନୀ ଛାଡ଼ପତ୍ର ପାଇଁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏପରି ମନୋଭାବ ସୂଚାଇ ଦେଉଛି ଯେ ପତ୍ନୀଙ୍କ ଉଦ୍ଦେଶ୍ୟ ବିବାହକୁ ବଞ୍ଚାଇବା ନୁହେଁ ବରଂ ଆର୍ଥିକ ଲାଭ ପାଇବା ଥିଲା।
ସେହିପରି କୋର୍ଟ ଜାଣିପାରିଲେ ଯେ ପତ୍ନୀ ତାଙ୍କ ସ୍ୱାମୀ ଏବଂ ତାଙ୍କ ମାଆଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରିଥିଲେ, ଯାହା ମାନସିକ ନିଷ୍ଠୁରତା ଥିଲା । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ବିବାହର କମ୍ ସମୟ, ପିଲାମାନଙ୍କର ଅନୁପସ୍ଥିତି ଏବଂ ମହିଳାଙ୍କ ଅଧିକ ଆୟ ତାଙ୍କୁ ଭରଣପୋଷଣ ପାଇବାରୁ ବଞ୍ଚିତ କରିଥିଲା । ଦିଲ୍ଲୀ ହାଇକୋର୍ଟ ପରିବାର କୋର୍ଟର ନିର୍ଦ୍ଦେଶକୁ ସମର୍ଥନ କରିଥିଲେ ଏବଂ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ।

Related Topics
Explore more stories