Videos
|
National

ନୂଆ ସମସ୍ୟାରେ ଛନ୍ଦି ହେଲେ କେଜରିୱାଲ

Jitendra Dash
Browse all articles by Jitendra Dash
·2 years ago·1 min read
ନୂଆ ସମସ୍ୟାରେ ଛନ୍ଦି ହେଲେ କେଜରିୱାଲ

ଅର୍ଗସ ବ୍ୟୁରୋ : ପୁଣି ବଢିଲା ଆପ୍ ସଂକଟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଦୁର୍ନୀତି ସହ ଜଡ଼ିତ ହୱାଲା ଅପରେଟରଙ୍କ ବୟାନ ରେକର୍ଡ ସହ ସହଯୋଗୀଙ୍କ ସହ ଆପ ନେତା କରିଥିବା ହ୍ବାଟ୍ସଆପ ଚାର୍ଟ ମଧ୍ୟ ରହିଥିବା କୋର୍ଟଙ୍କୁ ଜଣାଇଛି ଇଡି । ଏହାସହିତ ଗିରଫକୁ ହାଇକୋର୍ଟରେ ଚାଲେଞ୍ଜ କରିଥିବା କେଜରିୱାଲ ପୁଣି ନୂଆ ସମସ୍ୟାରେ ଛନ୍ଦି ହୋଇଛନ୍ତି । 

ମାମଲାରେ ସମ୍ପତି ଜବତ କରିବାକୁ ହାଇକୋର୍ଟଙ୍କ ସବୁଜ ସଙ୍କେତ ପରେ ଖୁବଶୀଘ୍ର ଏକାଧିକ ସ୍ଥାନରେ ଆପ୍ ସମ୍ପତି ଜବତ ହେବା ସମ୍ଭାବନା ରହିଛି । ମଦ ଦୁର୍ନୀତି ମାମଲାରେ ଆପ ନେତା ପ୍ରମାଣ ଲିଭାଇବାକୁ ପ୍ରୟାସ କରୁଥିବା କୋର୍ଟଙ୍କୁ ଜଣାଇବା ସହ ସମ୍ପତି ଜବତ ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଥିଲେ ଆଡସିନାଲ ସଲିସିଟର ଜେନେରାଲ ଏସ ବି ରାଜୁ । ୨୦୨୧-୨୨ରେ ମଦ ନୀତି ପ୍ରଣୟନରେ ମୁଖ୍ୟମନ୍ତ୍ରୀ ସିଧାସଳଖ ସଂପୃକ୍ତ ଥିବା ପ୍ରମାଣ ମିଳିଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କ ବିରୋଧରେ ବହୁ ପ୍ରମାଣ ରହିଥିବାରୁ ଗିରଫକୁ ଚାଲେଞ୍ଜ ଆବେଦନ ଖାରଜ କରିବାକୁ ଦାବି କରିଥିଲେ ଏଏସଜି । ସେପଟେ ଆପ ମନ୍ତ୍ରୀ ଅତିଶୀ ମାରଲେନାଙ୍କୁ ମାନହାନୀ ନୋଟିସ୍‌ ପଠାଇ ଅଡୁଆରେ ପକାଇଛି ବିଜେପି । ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବ ଅତିଶୀଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି। ବିଜେପି ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି । 

Sponsored
Delhi High Court Reserves Verdict On Arvind Kejriwal's Plea Challenging ED Arrest In Liquor Policy Case | Argus News