Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Aviation News / ଦିଲ୍ଲୀ IGI ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ଦିଲ୍ଲୀ IGI ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
Emergency Landing

Key Points

ଦିଲ୍ଲୀ IGI ବିମାନବନ୍ଦରରେ ବିମାନର ଫୁଲ୍ ଇମରେଜନ୍ସି ଲାଣ୍ଡିଂ
ଅଳ୍ପକେ ବର୍ତ୍ତିଗଲେ ବିମାନରେ ଥିବା ୧୬୧ ଜଣ ଯାତ୍ରୀ
କାହିଁକି ଜରୁରୀ ଅବତରଣ କଲା ବିମାନ ଜାଣନ୍ତୁ...
ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (IGI) ବିମାନ ବନ୍ଦରରେ ଶନିବାର ସକାଳେ ହଲଚଲ ହୋଇପଡ଼ିଥିଲା । ହଠାତ୍ ଏକ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ନେଇ ଘୋଷଣା ହେଲା । ଏହି ବିମାନଟି ଆନ୍ଧ୍ରପ୍ରଦେଶ ବିଶାଖାପାଟନମରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା । ତେବେ ବିମାନରେ ପ୍ରାୟ ୧୬୧ ଜଣ ଯାତ୍ରୀ ଥିଲେ । ବିମାନ ସଠିକ ସମୟରେ ଜରୁରୀ ଅବତରଣ କରିଥିବାରୁ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଯାତ୍ରୀ ।

ଜରୁରୀ ଅବତରଣ କରିଥିବା ଏହି ବିମାନର ଇଞ୍ଜିନ ଫେଲ୍ ହେବା ଆଶଙ୍କାରେ ଦିଲ୍ଲୀର ରନୱେ-୨୮ରେ 'ଫୁଲ୍ ଇମରଜେନ୍ସି' ଘୋଷିତ ହୋଇଥିଲା । ପାଇଲଟଙ୍କ ସତର୍କତା ଓ ଏୟାରପୋର୍ଟ ପ୍ରଶାସନର ତୁରନ୍ତ ସହଯୋଗ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି । ଜରୁରୀକାଳୀନ ପ୍ରୋଟୋକଲ ମଧ୍ୟରେ, ଇଣ୍ଡିଗୋର ଏହି ବିମାନଟି ସକାଳ ୧୦.୫୪ଟାରେ ଆଇଜିଆଇ ବିମାନ ବନ୍ଦରର ରନୱେ-୨୮ରେ ଜରୁରୀ ଅବତରଣ କରିଛି । ଅବତରଣ ସମୟରେ କୌଣସି ଅଘଟଣକୁ ମୁକାବିଲା କରିବା ଲାଗି ରନୱେରେ ଆଗୁଆ ଦମକଳ ବାହିନୀ ଓ ଆମ୍ବୁଲାନ୍ସ ରହିଥିଲା ।

ପଢନ୍ତୁ ଏହି ଖବର: ଭୟଙ୍କର ବିମାନ ଦୁର୍ଘଟଣା; ୬୬ ସେନା ଯବାନ ମୃତ...୧୨୫ ଜଣ ଯବାନଙ୍କୁ ନେଇ ଯାଉଥିଲା କଲମ୍ବିଆ ବିମାନ

ଏହି ଜରୁରୀ ଅବତରଣ ସମ୍ପର୍କରେ ଦିଲ୍ଲୀ ଅଗ୍ନିଶମ ସେବା (DFS) ଏକ ବିବୃତ୍ତିରେ କହିଛି, "ଦିଲ୍ଲୀ ବିମାନବନ୍ଦରରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ଅଗ୍ନିଶମ ବିଭାଗ ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ କୌଣସି କ୍ଷତିର ରିପୋର୍ଟ ହୋଇନାହିଁ । ଅଗ୍ନିଶମ ବିଭାଗ ସକାଳ ୧୦.୫୩ଟାରେ ଜରୁରୀକାଳୀନ ଅବତରଣ ବିଷୟରେ ସୂଚନା ପାଇ ତୁରନ୍ତ ଅଗ୍ନିଶମ ଗାଡି ପଠାଇଥିଲା । ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଛି ।"

  • ବିମାନରେ ଥିଲା ୧୬୧ ଯାତ୍ରୀ
ବିଶାଖାପାଟନମରୁ ଦିଲ୍ଲୀ ଆସୁଥିବା ଏହି ବିମାନରେ ୧୬୧ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଜରୁରୀ ଅବତରଣ ଘୋଷଣା ହେବା ପରେ ବିମାନର ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ହେଲେ ପାଇଲଟଙ୍କ ସମେତ ବିମାନର କ୍ରୁ ମେମ୍ବର ସେମାନଙ୍କୁ ସାହାସ ଦେଇଥିଲେ । ବିମାନଟି ଜରୁରୀ ଅବତରଣ କରିବା ପରେ ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଥିଲା । ଏବେ ଇଣ୍ଡିଗୋ ପ୍ରଶାସନ ଇଞ୍ଜିନରେ ଆସିଥିବା ଯାନ୍ତ୍ରିକ ତ୍ରୁଟିକୁ ବିସ୍ତୃତ ଭାବେ ଯାଞ୍ଚ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IndiGo Flight Makes Full Emergency Landing at Indira Gandhi International Airport | Argus News